Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୌର ନିର୍ବାଚନ: ଆଜି ବାଲୁଗାଁ ଏନଏସିରେ ପ୍ରାର୍ଥୀପତ୍ର ଦାଖଲ କଲେ ୨ ଅଧ୍ୟକ୍ଷା, ୧୧ କାଉନସିଲର
ଆଞ୍ଚଳିକ

ପୌର ନିର୍ବାଚନ: ଆଜି ବାଲୁଗାଁ ଏନଏସିରେ ପ୍ରାର୍ଥୀପତ୍ର ଦାଖଲ କଲେ ୨ ଅଧ୍ୟକ୍ଷା, ୧୧ କାଉନସିଲର

March 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପୌର ନିର୍ବାଚନ ନିମନ୍ତେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଏବଂ ୧୧ଟି ୱାର୍ଡ କାଉନସିଲର ପଦବୀ ପାଇଁ ରବିବାର ପୂର୍ବାହ୍ନରେ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଆଜି ପ୍ରାର୍ଥୀମାନେ ସେମାନଙ୍କ ଶତାଧିକ ସମର୍ଥକମାନଙ୍କ ଗହଣରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ଆସି ବାଲୁଗାଁ ଏନଏସି ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବାଲୁଗାଁ ଏନଏସିରେ ଶାସକ ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନାମାଙ୍କନ ପତ୍ର ଦାଖଲ କରାଯାଇନଥିବା ବେଳେ ଆଜି ବିଜେପି ପକ୍ଷରୁ ଅଧ୍ୟକ୍ଷା ପଦବୀ ପାଇଁ ସ୍ୱପ୍ନା ବଡ଼ଜେନା ଏବଂ ମମତା ବଡ଼ଜେନାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି। କାଉନସିଲର ପଦବୀ ପାଇଁ ୧ନଂ ୱାର୍ଡରୁ ଭୋବନା ଦାସ, ୨ନଂ ୱାର୍ଡରୁ ବିକାଶ ବେହେରା, ୩ନଂ ୱାର୍ଡରୁ ସୁନିତା ମହାରଣା, ୪ନଂ ୱାର୍ଡରୁ ମିନତୀ ତରାଇ, ୫ନଂ ୱାର୍ଡରୁ ପ୍ରଶାନ୍ତ କୁମାର ବେହେରା, ୬ନଂ ୱାର୍ଡରୁ ମିନତୀ ବେହେରା, ୭ନଂ ୱାର୍ଡରୁ ରୁନୁ ବେହେରା, ୮ନଂ ୱାର୍ଡରୁ ମୀରାରାମ ନାଗବଂଶୀ ମୁଣ୍ଡା, ୯ନଂ ୱାର୍ଡରୁ ବିପ୍ଲବୀ ରବିଶଙ୍କର ସାହୁ, ୧୦ନଂ ୱାର୍ଡରୁ କାଜଲ ପ୍ରଧାନ ଓ ୧୧ନଂ ୱାର୍ଡରୁ ତନ୍ମୟ କୁମାର ସାହୁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି।

୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ମତଦାତା ସଂଖ୍ୟା ୧୨,୯୧୩। ତନ୍ମଧ୍ୟରୁ ୬,୮୬୨ ଜଣ ପୁରୁଷ ମତଦାତା ହୋଇଥିବା ବେଳେ ୬,୦୫୦ ଜଣ ମହିଳା ମତଦାତା ଓ ଜଣେ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଆଗାମି ୨୪ ତାରିଖରେ ୧୬ଟି ବୁଥରେ ମତଦାନ ଅନୁଷ୍ଠିତ ହେବ।

କାଉନସିଲର ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ବାଲୁଗାଁ ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବେ ସରକାର: ଜାଣନ୍ତୁ ଏହାର ଖର୍ଚ୍ଚ କେତେ?

July 18, 2026

ପ୍ରକୃତରେ ମାଇଲେଜ୍ ହ୍ରାସ କରେ କି E20 ଇନ୍ଧନ?: ଜାଣନ୍ତୁ ବିଶେଷଜ୍ଞମାନେ କୁହନ୍ତି

July 18, 2026

ଜନ୍ତର ମନ୍ତରରେ ଉତ୍ତେଜନା: ଅଭିଜିତ ଦୀପକେଙ୍କ ଉପରକୁ କାଳି ଫିଙ୍ଗିଲେ ମହିଳା

July 18, 2026

ସୋନମ ୱାଙ୍ଗଚୁକଙ୍କ ସମ୍ପର୍କରେ ସରକାର ଏବଂ ସିଜେପି କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ

July 18, 2026

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.