Categories
ଆଜିର ଖବର ଜାତୀୟ ଖବର

ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଘଟିଛି। ସୂଚନାନୁସାରେ, ମେହବୁବା ମୁଫତିଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ କର୍ମଚାରୀ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି।

PDP ମିଡିଆ ସେଲ୍ ଏହି ସୂଚନା ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅନନ୍ତନାଗ ବୋଟ କଲୋନୀର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପୀଡିତଙ୍କୁ ଭେଟିବାକୁ ଯାଉଥିଲେ। ସେହିସମୟରେ ଏହି ଦୁର୍ଘଟଣା ଘଟିଥିଲା। ମେହବୁବା ମୁଫତି ଯେଉଁ କାରରେ ଯାଉଥିଲେ ତାହା ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣା ପରେ ଯେଉଁମାନେ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କ ପାଇଁ ମେହବୁବା ମୁଫତି ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଭୁପିନ୍ଦର ସିଂ ହୁଡା

ନୂଆଦିଲ୍ଲୀ: ଆଜି ସକାଳେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବାସ୍ତବରେ, ନିଳ ଗାଇ ହଠାତ୍ ସାମ୍ନାକୁ ଆସିଯିବା ହେତୁ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ‘ଆଜି ମୋ ଗାଡି ହିସାରକୁ ଯିବାବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, କିନ୍ତୁ ଭଗବାନଙ୍କ କୃପା ଏବଂ ଆପଣଙ୍କର ଶୁଭେଚ୍ଛା ଯୋଗୁଁ ମୁଁ ଏବଂ ମୋର କର୍ମଚାରୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛୁ। ମୁଁ ଆଗାମୀ ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବି।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ଭୁପେନ୍ଦ୍ର ସିଂ ହୁଡା କାରର ଆଗ ସିଟରେ ବସିଥିଲେ। ଦୁର୍ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ୟ ଏକ ଗାଡି ଦ୍ୱାରା କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ଏଥି ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଜୟପ୍ରକାଶ, ବିରେନ୍ଦ୍ର ସିଂ, ଧରମବୀର ଗୋୟତ, ନରେଶ ସେଲୱାଲ ମଧ୍ୟ ଦୁର୍ଘଟଣା ସମୟରେ କାରରେ ଥିଲେ। ସେମାନ ସମସ୍ତେ ସୁରକ୍ଷିତ ଅଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସିନେମା

ବଲିଉଡ ଅଭିନେତ୍ରୀ ରମ୍ଭାଙ୍କ କାର ଦୁର୍ଘଟଣାଗ୍ରସ୍ତ, ଆହତ ଝିଅ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ‘ଜୁଡୱା’, ‘ବନ୍ଧନ’ ଏବଂ ‘ଘର ୱାଲି ବାହାର ୱାଲି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଥିବା ଅଭିନେତ୍ରୀ ରମ୍ଭା ଚଳଚ୍ଚିତ୍ର ଜଗତରୁ ବର୍ଷେ ପୂର୍ବରୁ ବିଦାୟ ନେଇଥିଲେ। ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ଫିଲ୍ମ ସ୍କ୍ରିନରେ ମିସ୍ କରୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ ବର୍ତ୍ତମାନ ଏକ ଖରାପ ଖବର ଆସୁଛି। କାନାଡାରେ ରମ୍ଭାଙ୍କର ଏକ କାର ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ତାଙ୍କ ଝିଅ କାରରେ ଥିଲେ। ଯଦିଓ ଏହି ଦୁର୍ଘଟଣାରେ ସମସ୍ତେ ସାମାନ୍ୟ ଆଘାତ ପାଇଛନ୍ତି, କିନ୍ତୁ ତାଙ୍କ ଝିଅ ଶଶାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ, ତିନି ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟୁମର ଅପରେସନ ରୋଗୀଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲ ନେଉଥିବା କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ରୋଗୀଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ବାଲି କଣିଆ ଗ୍ରାମର ଗୁରୁ ଶବର (୬୦ ବର୍ଷ) ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛି ଦିନ ତଳେ ସେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ। ଆଜି ସେ ଷ୍ଟିଚ୍ ଖୋଲିବା ପାଇଁ କାର ଯୋଗେ ଏମ୍ସ ହସ୍ପିଟାଲ ଯାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କାରଟିର ଟାଙ୍ଗୀ ଥାନା କୋଚିଲା ଛକରେ ବ୍ରେକ ଫେଲ ହୋଇଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ୍ ପଛରେ ପିଟି ହୋଇଥିଲା। ଏଥିରେ ରୋଗୀଙ୍କ ସମେତ ୩ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଗୁରୁତର ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।