Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଷ୍ଟେସନ ମାନଙ୍କରେ ଟ୍ରେନ ଗୁଡିକର ପରୀକ୍ଷାମୂଳକ ରହଣି: କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ, ବିଭିନ୍ନ ଷ୍ଟେସନରେ ଉପରୋକ୍ତ ଟ୍ରେନଗୁଡିକର ପରୀକ୍ଷାମୂଳକ ରହଣି ପାଇଁ ନିଷ୍ପତ୍ତି ନିଆଯାଇଛି।

ଯଖପୁରା ଷ୍ଟେସନରେ ଜନ ଶତାବ୍ଦୀ ଏକ୍ସପ୍ରେସ:

12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ଯଖପୁରା ରେଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ସକାଳ 07ଘ.11ମି.ରେ ପହଞ୍ଚି 07ଘ.13ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ସନ୍ଧ୍ୟା 06ଘ.13ମି.ରେ ପହଞ୍ଚି 06ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ମେରାମଣ୍ଡଳୀ ଷ୍ଟେସନ ପୁରୀ-ଦୁର୍ଗ ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ:

18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ରାତ୍ରି 10ଘ.30ମି.ରେ ପହଞ୍ଚି 10ଘ.31ମି.ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଭୋର 05 ଘଟିକାରେ ପହଞ୍ଚି 05ଘ.01ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ରାଉରକେଲା ଠାରୁ ଆସୁଥିବା ଏହି ଟ୍ରେନ୍ ମେରାମଣ୍ଡଳୀରେ ପୂର୍ବାହ୍ନ 10ଘ.14ମି.ରେ ପହଞ୍ଚି 10ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ଅପରାହ୍ନ 03ଘ.09ମି.ରେ ପହଞ୍ଚି 03ଘ.10ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ।

ଦାମନଯୋଡି ଷ୍ଟେସନରେ ସମଲେଶ୍ୱରୀ:

18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ଦାମନଯୋଡି ଷ୍ଟେସନରେ ରହଣି କରିବ। ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ଦାମନଯୋଡି ଷ୍ଟେସନରେ ସନ୍ଧ୍ୟା 06ଘ.13ମି.ରେ ପହଞ୍ଚି 06ଘ.15ମି.ରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଜଗଦଲପୁରରୁ ଏହି ଟ୍ରେନ୍ ସକାଳ 07ଘ.48ମି.ରେ ପହଞ୍ଚି 07ଘ.50ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

କାଳୁପଡାଘାଟ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ:

18463/18464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ କାଳୁପଡାଘାଟ ରେଳ ଷ୍ଟେସନରେ ରହଣି କରିବ।  ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ସକାଳ 06ଘ.36ମି.ରେ ପହଞ୍ଚି 06ଘ.38ମି.ରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ।  ଫେରିବା ମାର୍ଗରେ ବେଙ୍ଗାଲୁରୁରୁ ଏହି ଟ୍ରେନ୍ ସନ୍ଧ୍ୟା 05ଘ.23ମି.ରେ ପହଞ୍ଚି 05ଘ.25ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ନରାଜ ମାର୍ଥାପୁର ଷ୍ଟେସନରେ ପୁରୀ-ଆଜମୀର ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ:

20823/20834 ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ସେପ୍ଟେମ୍ବର ପହିଲା ଠାରୁ ପୁରୀରୁ ଓ ଆଜମୀର ଠାରୁ ଆସୁଥିବା ଟ୍ରେନ ସେପ୍ଟେମ୍ବର 02 ତାରିଖ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ରାତ୍ରି 12ଘ.53ମି.ରେ ପହଞ୍ଚି 12ଘ.55ମି.ରେ ଅଜମେର ଅଭିମୁଖେ ଯାତ୍ରା କରିବ।  ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ୍ ନରାଜ ଠାରେ ପୂର୍ବାହ୍ନ 11ଘ.55ମି.ରେ ପହଞ୍ଚି 11ଘ.57ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

22839/22840 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 20 ଅଗଷ୍ଟ 2023 ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ।  ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ 11ଘ.25ମି.ରେ ପହଞ୍ଚି 11ଘ.27ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ନରାଜ ଠାରେ ଅପରାହ୍ନ 02 ଘଟିକାରେ ରେ ପହଞ୍ଚି 02ଘ.02ମି.ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର

କାଳୁପଡ଼ା: ରେଳ ଟ୍ରାକ ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

କାଳୁପଡା: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ପାରାଦ୍ୱୀପ ଅଞ୍ଚଳର ଜଣେ ବୃଦ୍ଧ (୬୦) ଦୀର୍ଘ ଦିନ ହେବ କାଳୁପଡ଼ାସ୍ଥିତ ତାଙ୍କ ସମ୍ପର୍କୀୟ ଭାଇଙ୍କ ପାଖେ ରହି ବେତ କାମ କରୁଥିଲେ। ବୃଦ୍ଧ ଜଣକ ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ କାଳୁପଡ଼ାଘାଟ ଷ୍ଟେସନ ସାଉଥ ଗେଟ ପଡିଥିବା ସମୟରେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିଲେ। ଠିକ୍ ସେହି ସମୟରେ ଟ୍ରେନ ନମ୍ବର ୧୨୮୪୬ ୟଶବନ୍ତପୁର ହାଉଡ଼ା ସୁପରଫାଷ୍ଟ ଏକ୍ସପ୍ରେସଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା।

ତେବେ ଖବର ପାଇ ଆରପିଏଫ କର୍ମଚାରୀମାନେ ବୃଦ୍ଧଙ୍କୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଜିଆରପି ବୃଦ୍ଧଙ୍କ ଶବ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।