Categories
ଆଜିର ଖବର ଜାତୀୟ ଖବର

ପ୍ରାକୃତିକ ଦୁର୍ବିପାକ ଏବଂ ବିପର୍ଯ୍ୟୟ ପାଇଁ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ୨୦୨୪ ମସିହାରେ କୁଆପଥର ବର୍ଷା ଦ୍ୱାରା ପ୍ରଭାବିତ ମଣିପୁରକୁ ଅତିରିକ୍ତ ୧୫୩.୩୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଫ୍) ରୁ ଏହି ସହାୟତା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ରେ ଉପଲବ୍ଧ ବର୍ଷର ପ୍ରାରମ୍ଭିକ ବଳକା ଅର୍ଥର ୫୦ ପ୍ରତିଶତରେ ସମଯୋଜନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ଦୁର୍ବିପାକ ଏବଂ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି।

ଏହି ଅତିରିକ୍ତ ସହାୟତା କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିବା ଏସଡିଆରଏଫ୍ ପାଣ୍ଠିର ଅତିରିକ୍ତ ଅଟେ, ଯାହା ପୂର୍ବରୁ ରାଜ୍ୟମାନଙ୍କ ପାଖରେ ଉପଲବ୍ଧ ରହିଛି। ଆର୍ଥିକ ବର୍ଷ ୨୦୨୪-୨୫ ରେ, କେନ୍ଦ୍ର ସରକାର ଏସଡିଆରଏଫ୍‍ ଅଧୀନରେ ୨୮ ଟି ରାଜ୍ୟକୁ ୨୦,୨୬୪.୪୦ କୋଟି ଟଙ୍କା ମଂଜୁର କରିଛନ୍ତି ଏବଂ ଏନଡିଆରଏଫ୍‍ ଅଧିନରେ ୧୯ଟି ରାଜ୍ୟକୁ ୫୧୬୦.୭୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅତିରିକ୍ତ ଭାବେ ୧୯ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ୍) ରୁ ୪୯୮୪.୨୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ୍) ରୁ ୮ଟି ରାଜ୍ୟକୁ ୭୧୯.୭୨ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

ସେହିଭଳି ବର୍ତ୍ତମାନ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର  ଏସଡିଆରଏଫ୍ ଅଧୀନରେ ଗୋଟିଏ ରାଜ୍ୟକୁ  ୮୯୫.୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ୭ଟି ରାଜ୍ୟକୁ ଏନଡିଆରଏଫ୍ ଅଧୀନରେ ୯୨୯.୬୩୩ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଜାରି ରହିବ କାଳବୈଶାଖି: ଏହି ଜିଲ୍ଲାଗୁଡିରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟରେ ଅସହ୍ୟ ତାତିରୁ ମିଳିଛି ଆଶ୍ଵସ୍ତି। କାଳ ବୈଶାଖି ଯୋଗୁଁ ରାଜ୍ୟରେ ଏବେ ତାପମାତ୍ରା ହ୍ରାସ ପାଉଥିବା ବେଳେ ଆଗାମୀ ଦୁଇ ଦିନ ପାଇଁ କାଳ ବୈଶାଖି ଜାରି ରହିବ ବୋଲି ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ସହିତ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ମଧ୍ୟ ଅନୁମାନ କରାଯାଉଛି।

ଏହି କାଳ ବୈଶାଖି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାର ସମ୍ଭବାନା ରହିଛି। ତେବେ ଆଜି ପାଇଁ ୧୩ ଟି ଜିଲ୍ଲାକୁ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ବୌଦ୍ଧ, ଗଂଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।

ସେହିଭଳି ଆସନ୍ତାକାଲି ପାଇଁ ୯ ଟି ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଓ ୧୩ ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୨୪ ଘଣ୍ଟାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ କୁଆପଥର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଛଅଟି ଜିଲ୍ଲାରେ ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ବର, ଆସନ୍ତା କାଲି ରାଜ୍ୟର କେତେକ ଜିଲ୍ଲାରେ ଘଡଘଡ ସହ କୁଆପଥର ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ରାତିରେ ପ୍ରକାଶ ପାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏହି ବର୍ଷ ରାଜ୍ୟର ଛଅଟି ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ଘଡଘଡି, ବର୍ଷା ସହିତ କୁଆପଥର ମଧ୍ୟ ପଡିବାର ସମ୍ଭାବନା ରହିଛି।

ତେବେ ଯେଉଁ ଛଅଟି ଜିଲ୍ଲାରେ ଏହି ବର୍ଷା ହେବା ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଳାହାଣ୍ଡି ଏବଂ ନବରଂଗପୁର। ପୂର୍ବରୁ ପାଣିପାଗ ବିଭାଗ ତରଫରୁ କେତେକ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ଗତ ଶନିବାର ଦିନ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଜିଲ୍ଲାରେ କିଛି ସମୟ ପାଇଁ ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିଲା।