ରାଜ୍ୟରେ ଜାରି ରହିବ କାଳବୈଶାଖି: ଏହି ଜିଲ୍ଲାଗୁଡିରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା

Published: Apr 23, 2023, 4:00 pm IST

ଭୁବନେଶ୍ଵର: ରାଜ୍ୟରେ ଅସହ୍ୟ ତାତିରୁ ମିଳିଛି ଆଶ୍ଵସ୍ତି। କାଳ ବୈଶାଖି ଯୋଗୁଁ ରାଜ୍ୟରେ ଏବେ ତାପମାତ୍ରା ହ୍ରାସ ପାଉଥିବା ବେଳେ ଆଗାମୀ ଦୁଇ ଦିନ ପାଇଁ କାଳ ବୈଶାଖି ଜାରି ରହିବ ବୋଲି ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ସହିତ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ମଧ୍ୟ ଅନୁମାନ କରାଯାଉଛି।

ଏହି କାଳ ବୈଶାଖି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାର ସମ୍ଭବାନା ରହିଛି। ତେବେ ଆଜି ପାଇଁ ୧୩ ଟି ଜିଲ୍ଲାକୁ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ବୌଦ୍ଧ, ଗଂଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।

ସେହିଭଳି ଆସନ୍ତାକାଲି ପାଇଁ ୯ ଟି ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଓ ୧୩ ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts