Categories
ଆଜିର ଖବର

ସାବଧାନ: ରାଜ୍ୟରେ ୪୫ ଡିଗ୍ରୀ ଛୁଇଁବ ତାତି, ପାଣିପାଗ ବିଭାଗ କରାଇଲା ସତର୍କ

ଭୁବନେଶ୍ବର: ପୁଣିଥରେ ରାଜ୍ୟକୁ ଫେରିବ ତାତି। କରିବ କଲବଲ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ବିଭାଗ କହିଛି ଯେ, ରାଜ୍ୟରେ ପୁଣି ଥରେ ତାତି ଅନୁଭୂତ ହେବ। ଆସନ୍ତା ୧୫ ତାରିଖରୁ ଏହି ତାତି ବୃଦ୍ଧି ପାଇବ। ତେବେ ଆସନ୍ତା ୧୭ ତାରିଖରୁ ୨୦ ତାରିଖରେ ଏହା ଅଧିକ ଅନୁଭୂତ ହେବ। ଯାହା ଜଣାପଡୁଛି ଦିନର ତାପମାତ୍ର ପ୍ରାୟ ୪୩ ରୁ ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ସେଥିପାଇଁ ବିଭାଗ ତିନିଦିନ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି। ତାହା ହେଲା

୧୪-୦୪-୨୦୨୪

ଜିଲ୍ଲାର ନାମ- ବୌଦ୍ଧ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ

୧୫-୦୪-୨୦୨୪

ଜିଲ୍ଲାର ନାମ- ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, କୋରାପୁଟ, ମାଲକାନାଗିରି

୧୬-୦୪-୨୦୨୪

ଜିଲ୍ଲାର ନାମ- ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, କୋରାପୁଟ, ମାଲକାନାଗିରି, କନ୍ଧମାଳ, ବୌଦ୍ଧ, ମୟୁରଭଂଜ, ବାଲେଶ୍ବର, ଭଦ୍ରକ, କେଉଁଝର, ଯାଜପୁର

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଜାରି ରହିବ କାଳବୈଶାଖି: ଏହି ଜିଲ୍ଲାଗୁଡିରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟରେ ଅସହ୍ୟ ତାତିରୁ ମିଳିଛି ଆଶ୍ଵସ୍ତି। କାଳ ବୈଶାଖି ଯୋଗୁଁ ରାଜ୍ୟରେ ଏବେ ତାପମାତ୍ରା ହ୍ରାସ ପାଉଥିବା ବେଳେ ଆଗାମୀ ଦୁଇ ଦିନ ପାଇଁ କାଳ ବୈଶାଖି ଜାରି ରହିବ ବୋଲି ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ସହିତ କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ମଧ୍ୟ ଅନୁମାନ କରାଯାଉଛି।

ଏହି କାଳ ବୈଶାଖି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାର ସମ୍ଭବାନା ରହିଛି। ତେବେ ଆଜି ପାଇଁ ୧୩ ଟି ଜିଲ୍ଲାକୁ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, ରାୟଗଡା, କୋରାପୁଟ, କନ୍ଧମାଳ, ବୌଦ୍ଧ, ଗଂଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।

ସେହିଭଳି ଆସନ୍ତାକାଲି ପାଇଁ ୯ ଟି ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଓ ୧୩ ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅସହ୍ୟ ତାତିରେ ଜଳୁଛି ଓଡିଶା: ୨୫ ଟି ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ଵର: ଓଡିଶାରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଜି ୨୫ ଟି ସହରରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୧୦ ଟି ସହରରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଆଜି ବାରିପଦା ସହର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ବାରିପଦାରେ ଆଜି ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡା ଦ୍ଵିତୀୟ ସ୍ଥାନରେ ରହିଛି। ଝାରସୁଗୁଡାରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ତାଳଚେରରେ ୪୨.୬ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ଟିଟିଲାଗଡରେ ୪୨.୫, ସମ୍ବଲପୁରରେ ୪୨.୨ ଡିଗ୍ରୀ, ବଲାଙ୍ଗୀରିରେ ୪୨.୫, ଅନୁଗୁଳରେ ୪୨.୧, ସୋନପୁରରେ ୪୨.୨, ସୁନ୍ଦରଗଡରେ ୪୨।ଓ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Image

ତେବେ ରାଜଧାନୀ ଭୁବନେଶ୍ଵରରେ ଆଜି ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୪୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଜଳୁଛି ଓଡିଶା: ୪୦ ଡିଗ୍ରୀ ଉପରେ ୨୫ ସହର

ଭୁବନେଶ୍ଵର: ଆଜି ପୁଣି ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କେବଳ ମଣିଷ କାହିଁକି ଏଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡିଛି। ଆଜି ତାପମାତ୍ରାରେ ସବୁ ରେକର୍ଡ ଭାଙ୍ଗିଯାଇଛି। ୮ ଟି ସହରରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ତାପମାତ୍ରା ରହିଥିବା ବେଳେ ୨୫ ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦା ରେକର୍ଡ କରିଛି। ବାରିପଦାରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରହିଛି। ଅନୁଗୁଳ, ସୋନପୁର ଓ ବୌଦ୍ଧରେ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରହିଛି।

Image

ସେହିଭଳି ଟିଟିଲାଗଡରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେର, ଭବାନୀପାଟଣା ଓ ବଲାଙ୍ଗୀରରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ତେବେ କଟକରେ ୪୧.୪ ଡିଗ୍ରୀ ସେଲସିୟସ ଏବନ ଭୁବନେଶ୍ବରରେ ୪୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଅସହ୍ୟ ତାତି: ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୮ ଡ଼ିଗ୍ରୀ

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ରାସ୍ତା ଘାଟରେ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ଦିନ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵର ରାଜଧାନୀରେ ୩୮ ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ତାପମାତ୍ରା ୩୮.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ପୁରୀରେ ୩୮ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୮ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭ ଡ଼ିଗ୍ରୀ ଏବଂ ପାରାଦ୍ୱୀପରେ ୩୪.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ସେଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଜରୁରୀ ନଥିଲେ ଘରୁ ବାହାରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକସ୍ଥଳେ କଳା ଚଷମା, ଗାମୁଛା, ପଣି ବୋତଲ ଇତ୍ୟାଦି ସାଥିରେ ଧରି ବାହାରକୁ ଯିବା ଲାଗି କୁହାଯାଇଛି।

ପ୍ରକାଶ ଥାଉ କି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଆଜି ଠାରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବୈଶାଖ ମାସ ଆରମ୍ଭରୁ ତତଲା କଡେଇରେ ଭାଜି ହେଲା ଓଡିଶା, ତାତିରେ ରେକର୍ଡ କଲା ସୋନପୁର

ଭୁବନେଶ୍ବର: ଆଜି ସାରା ଓଡିଶା ତତଲା କଡେଇରେ ଭାଜି ହେବା ପରି ସ୍ଥିତି ଉପୁଜିଛି। କାରଣ ଆଜି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ନାହିଁ ନ ଥିବା ବୃଦ୍ଧି ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କରିଛି ସୋନପୁରର ତାତି। ଏହି ସହରର ଆଜିର ତାପମାତ୍ରା ଥିଲା 44.2 ଡିଗ୍ରୀ। ଯାହା ଚଳିତ ବର୍ଷର ସର୍ବାଧିକ ବୋଲି କୁହାଯାଉଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର 4ଟି ସହରର ତାପମାତ୍ରା 42 ଡିଗ୍ରୀ ଉପରେ ରହିଛି। ସେଗୁଡିକ ହେଲା ବାରିପଦା, ଝାରସୁଗୁଡା, ବଲାଙ୍ଗୀର ଏବଂ ବୌଦ୍ଧ। ସେତିକି ନୁହେଁ 5ଟି ସହରର ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି। ସେହିପରି ଛଅଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି।

ଆଜି ବୈଶାଖ ମାସ ଆରମ୍ଭରୁ ଯଦି ଏପରି ତାତି ଅନୁଭୂତ ହେଉଛି, ଭବିଷ୍ୟତରେ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭବନା ମଧ୍ୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୪୦ ଡିଗ୍ରୀ ଉପରେ ୧୪ ଟି ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏପ୍ରିଲ ମାସ ପୂର୍ବରୁ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟରେ ୧୪ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସର୍ବାଧିକ ଉତ୍ତପ୍ତ ସହର ଭାବେ ଟିଟିଲାଗଡର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡାରେ ୪୨.୨ ଡିଗ୍ରୀ,  ବାରିପଦାରେ ୪୨ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ଭୁବନେଶ୍ବରରେ ୪୦.୫ ଡିଗ୍ରୀ, ତାଳଚେରରେ ୪୦.୩ ଡିଗ୍ରୀ, ନୟାଗଡରେ ୪୦.୩ ଡିଗ୍ରୀ, ବା‌ଲେଶ୍ବରରେ ୪୦ ଡିଗ୍ରୀ ଏବଂ କଟକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।