Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୁଜଙ୍ଗ ପୁଲିସର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କଲା ମନ୍ଦିର ପରିଚାଳନା କମିଟି

କୁଜଙ୍ଗ: କୁଜଙ୍ଗ ଥାନା ସନ୍ତରା (କୃଷ୍ଣଚନ୍ଦ୍ରପୁର) ସ୍ଥିତ ଅଂଚଳର ହଜାର ହାଜର ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପୀଠ ସ୍ଥାନୀୟ ଶିରିଡିସାଇ ମନ୍ଦିରରୁ ଚୋରୀ ହୋଇଥିବା ବାବାଙ୍କର ନୀତିକାନ୍ତିରେ ବ୍ୟବହୃତ ଅଳଙ୍କାର ଓ ହୁଣ୍ଡିରୁ ଲୁଟ ନଗଦ ଟଙ୍କା ଅଭିଯୋଗର କିଛିଘଂଟା ମଧ୍ୟରେ ପୁଲିସ ଉଦ୍ଧାର କରିବାନେଇ ଆଜି ପରିଚାଳନା କମିଟି ସାମ୍ବାଦିକ ଜରିଆରେ ପୁଲିସର ତାରିଫ କରିଛି। ବିଗତ ଦିନରେ କୁଜଙ୍ଗ ପୁଲିସ ଉପରେ ଲୋକମାନଙ୍କର ଭରଷା ତୁଟି ଯାଇଥିଲା। ମାତ୍ର ଏହି ଘଟଣାରେ କୁଜଙ୍ଗର ନୂତନ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ଓ ସହଯୋଗୀଙ୍କ ତତକ୍ଷଣାତ ପଦକ୍ଷେପ ଫଳରେ ପୁଣି କୁଜଙ୍ଗ ପୁଲିସ ପ୍ରତି ଲୋକମାନଙ୍କର ବିଶ୍ୱାସ ଓ ଭରଷା ଫେରିଛି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ଆଜି ପୂର୍ବାହ୍ନ ସମୟରେ ମନ୍ଦିର ପରିଚାଳନା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ଉପସଭାପତି ଖଗେଶ୍ୱର ସାହୁ, କୋଷାଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାମନ୍ତରାୟ, ସଦସ୍ୟ ସୁକାନ୍ତ ପରିଡା ଏହି ଅବସରରେ କୁଜଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମୀରଞ୍ଜନ ଦାଶ ଓ ତାଙ୍କର ସହଯୋଗୀ ମାନଙ୍କର ଉପସ୍ଥିତ ବୁଦ୍ଧି, ନିଷ୍ଠା, ଆନ୍ତରିକତା ଯୋଗ ଏହା ସମ୍ଭବ ହୋଇଥିବା କହିଥିଲେ। ସେମାନେ ପ୍ରକାଶ କରିଥିଲେ ଯେ, ଗତ ବୁଧବାର ବିଳମ୍ବିତ ରାତିରେ ମନ୍ଦିରରେ ପୂର୍ବରୁ ରୋଷେୟା ଭାବେ କାର୍ଯ୍ୟକରି ବିଶୃଙ୍ଖଳିତ ତଥା ଅସାମାଜିକ କାର୍ଯ୍ୟକଳାପ ପାଇଁ ତଡାଖାଇଥିବା କୁଜଙ୍ଗ ଥାନା କୋଚିଳାବେଦୀ ଗ୍ରାମର ଦେବେନ୍ଦ୍ର ପଣ୍ଡା ବିଳମ୍ବିତ ରାତିରେ ନିଜ ଗାମୁଛାରେ କିଛି ଜିନିଷ ସନ୍ଦେହଜନକ ଭାବେ ନେଇ ମନ୍ଦିର ପରିସର ମଧ୍ୟରୁ ପଳାଉଥିବାବେଳେ ମନ୍ଦିରର ପୂଜକ ବାହାରକୁ ଉଠିଥିବା ବେଳେ ଦେଖିଥିଲେ। ତାଙ୍କ ପାଖକୁ ଯାଇ ଏଠାରେ ଏତେ ରାତିରେ କଣ କରୁଛୁ ବୋଲି ପ୍ରଶ୍ନ କରିଥିଲେ। ମାତ୍ର ସେ ଫୁଲ ତୋଳିବାକୁ ଆସିଥିବା କହିବା ସହିତ ସନ୍ଦିଗ୍ଧଭାବେ ସେଠାରୁ ଦୌଡି ପଳାଇ ଯାଇଥିଲେ।

ପରଦିନ ସକାଳେ ମନ୍ଦିରରେ ବାବାଙ୍କ ଦୈନନ୍ଦିନ ନୀତିତିକାନ୍ତିରେ ବ୍ୟବହୃତ ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଭିନ୍ନ ଅଳଙ୍କାର, ହୁଣ୍ଡି ଭଙ୍ଗାଯାଇ ନଦଟ ଟଙ୍କ।। ଓ ଭୋଗ ଦୋକାନ କ୍ୟାସରୁ ନଗଦ ଟଙ୍କା ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ଗୁରୁବାରଦିନ ସକାଳ ୭ଟା ସମୟରେ ଥାନାରେ ଅଭିଯୋଗ କରାଯାଇଥିଲା।

ତେବେ ଅଭିଯୁକ୍ତର ମୋବାଇଲ ନମ୍ବରକୁ ଟ୍ରାକ କରିବାଫଳରେ ସେ ରାହାମାରେ ଥିବା ମୀନକେତନ ପରିଡାଙ୍କ ଚାହା ଦୋକାନରେ ଥିବା ଜଣାପଡ଼ିଥିଲା। ଫଳରେ କାଳ ବିଳମ୍ବ ନକରି କୁଜଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ଦାଶ, ସହକାରୀ ଅଧିକାରୀ ବିଶ୍ୱଯିତ ଗଡନାୟକ ପ୍ରମୁଖ ଯାଇ ତାଙ୍କୁ ଧରିଥିଲେ। ରାହମାର ଚାହା ଦୋକାନୀ ମଧ୍ୟ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଜାଣିବାପରେ ତାକୁ ମଧ୍ୟ ଗିରଫ କରାଯାଇଥିଲା।

ପରେ ସେମାନଙ୍କର ଠାରୁ ଚୋରୀ ହୋଇଥିବା ସମସ୍ତ ଅଳଙ୍କାର, ନଗଦ ଅର୍ଥ ରାଶିକୁ ପୁଲିସ ଆଦାୟ କରିଥିଲା। ଏହି ଅଭିଯୁକ୍ତମାନେ ପୂର୍ବରୁ ଏହିଭଳି ଏକାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ମଦ୍ୟପଙ୍କ ବେପରୁଆ ଗାଡି ଚାଳନା, ଦୁଇ ଗିରଫ

କୁଜଙ୍ଗ: କୁଜଙ୍ଗ ପୁଲିସ ପକ୍ଷରୁ ଗତକାଲି ରାତିରେ ମଦ୍ୟପଙ୍କ ବେପରୁଆ ଗାଡି ଚାଳନାକୁ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇଜଣ ହେଲେ ଏରସମା ଥାନା ଗୋଡା ଅଞ୍ଚଳର ଦୁର୍ଯ୍ୟଧନ ସାମଲଙ୍କ ପୁଅ ବିକ୍ରମ ସାମଲ (୨୮)। ସେହିପରି ଅନ୍ୟ ଜଣେ ହେଲେ ଫତେପୁର ପଂଚାୟତ ପ୍ରତାପପୁର ଗଗନ ସ୍ୱାଇଁ(୩୮)। ଗଗନ ମାଳହୁଙ୍କାରେ ରାସ୍ତାରେ ମଦ୍ୟପାନ କରି ଏକ ସୁପର ସ୍ପେ୍ଲ୍ଲଣ୍ଡର ବାଇକ୍ ଓଆର୍‌୦୫ ଏସ୍ ୦୫୨୯ ରେ ବେପେରୁଆଭାବେ ଗାଡି ଚଳାଉଥିବା ବେଳେ ତାକୁ ଗିରଫ କରାଯାଇଥିଲା।

ସେହିପରି ବିକ୍ରମ ଏକ କାର ଓଡି ୦୫ ଏଏନ୍ ୪୮୬୮ ରେ କାଳିଆପାଟ-ତ୍ରିଲୋଚନରପୁର ରାସ୍ତାରେ ମଦ୍ୟପାନ ସହ ଗାଡି ବେପୁରୁଆ ଢଙ୍ଗରେ ଚଳାଉଥିବା ବେଳେ କୁଜଙ୍ଗ ପୋଲିସ ଗିରଫ କରିଥିଲେ। ପୂର୍ବରୁ ବିକ୍ରମଙ୍କ ନାମରେ ଏରସମା ଥାନାରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ ଯାଇଥିଲେ ଓ ତାଙ୍କ ନାମରେ ବହୁତ ସଂଗୀନ ଅଭିଯୋଗ ମାନ ରହିଥିବା ଥାନା ଅଧିକାରୀ ରଶ୍ମି ରଂଜନ ଦାଶଙ୍କ ଠାରୁ ପ୍ରକାଶ।

Categories
ଆଞ୍ଚଳିକ

ଦୁଇ ପୃଥକ ମମଲାରେ ଗିରଫ ହେଲ ଦୁଇ ଅଭିଯୁକ୍ତ

କୁଜଙ୍ଗ: କୁଜଙ୍ଗ ପୁଲିସ ଦୁଇ ପୃଥକ ମାମଲରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ତାଳଦଣ୍ଡାରୁ ଚୋରା ଗଞ୍ଜେଇ ବେପାର ଓ ଅନ୍ୟାନ ମାମଲାରେ ପ୍ରମୋଦ ଦାସ ଗିରଫ ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଚୋରୀ ଘଟଣାର ଚଟୁଆ ଅଞ୍ଚଳର ବିକାଶ ନାୟକ ଗିରଫ ହୋଇଥିବା ସୂଚନା ମିଳିଛି। ପ୍ରମୋଦଙ୍କ ନାମରେ କୁଜଙ୍ଗ ପୁଲିସ ନିକଟରେ ଅଭିଯୁକ୍ତଙ୍କ ନାମରେ ୩୨୪/୨୩ରେ ଏକ ମାମଲା ରହିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଦାଲତ ଚାଲଣ କରିଛି।

କୌଣସି ସୂତ୍ରରୁ ପୁଲିସ ସୂଚନା ପାଇଁ ତାଳଦଣ୍ଡାରେ ପହଞ୍ଚି ଅଭିଯୁକ୍ତ ଚୋରା ଗଞ୍ଜାଇ ବିକୁଥିବା ସନ୍ଦେହ କରି ସାଦା ପୋଷାକରେ ଅଭିଯୁକ୍ତକୁ ଧରିବା ବେଳେ ଅନ୍ୟ ଏକ ଘଟଣା କ୍ରମେ କୁଜଙ୍ଗ ଥାନାର ଅନ୍ୟ ଏକ ମାମଲରେ ଏକ ଦୁର୍ଦାନ୍ତ ଅପରାଧି ଲୁହା ଖୁଣ୍ଟ ସହ ଚୋରି କରୁଥିବା ବେଳେ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ମାତ୍ର ଘଟଣା ସ୍ଥଳରେ ନିଜ ଗାଡି ଛାଡି ଓ ଅନ୍ୟାନ ଚୋରି ସାମଗ୍ରୀ ଛାଡି ଖସିଯିବାକୁ ସକ୍ଷମ ହୋଇଥିଲା। ଏହା ପରଠାରୁ ପୁଲିସ ଏହି ଅପରାଧିଙ୍କ ଉପରେ ଶକ୍ତ ନଜର ରଖିଥିବା ବେଳେ ତାଙ୍କୁ ଗିରଫ କରିଥିବା ଜଣାପଡିଛି।

କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ସାଦା ପୋଷାକରେ ନିଜେ ଯାଇ ଅଭିଯୁକ୍ତକୁ ଚକମା ଦେଇ ଗିରଫ କରିଥିବା ବେଳେ ଆଗାମି ଦିନରେ ଅପରାଧିକ ଘଟଣାରେ କାହରିକୁ ଛଡା ଯିବ ନାହିଁ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚୋରା ମାଦକ ଦ୍ରବ୍ୟ ଜବତ ସହ ୩ ଗିରଫ

କୁଜଙ୍ଗ: କୁଜଙ୍ଗ ପୁଲିସ ଗତକାଲି ବିଭିନ୍ନ ସ୍ଥାନରେ ଚଢାଉ କରି ଛଅ କିଲୋ ଗଞ୍ଜେଇ ଓ ୧୦ ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଯବତ କରିଛି। କୁଜଙ୍ଗ ବଜାର ତାଳଦଣ୍ଡା କେନାଲ ବନ୍ଧରୁ କୁଜଙ୍ଗ ପୁଲିସ ୩କିଗ୍ରାର ବିପୁଳ ଗଞ୍ଜାଇ ଜବତ କରିବା ସହିତ ଜଣେ ବେପାରୀ ପ୍ରଦୀପ ପରିଡା (୪୫)ଙ୍କୁ ଗିରଫ କରିଛି। କୁଜଙ୍ଗ ଅଞ୍ଚଳର ଏହି ବ୍ୟକ୍ତି କନାଲ ପାଶ୍ୱର୍ରେ କାରବାର କରୁଥିବା ବେଳେ ଥାନା ଅଧିକାରୀ କୌଣସି ଉପାୟରୁ ସୂଚନା ପାଇଁ ଏଏସ୍‌ଆଇ ବିଶ୍ୱଜିତ୍ ଗଡନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢାଉ କରି ୩ କିଗ୍ରା ଗଞ୍ଜାଇ ଜବତ ସ ଅଭିଯୁକ୍ତକୁ ଗିରଫ କରିଥିଲେ।

ଅନୁରୂପ ଭାବେ ପନ୍ଦରନମ୍ବର ବଜାରରେ ଏକ ତେଜରାତି ଦୋକାନରୁ ଏସ୍ ଆଇ ବିବେକାନନଦ ସାହୁ ଚଢାଉ କରି ଅଜୟ ସାହୁ (୫୪)ଙ୍କୁ ଗିରଫ କରିବା ସହ ୩ କିଗ୍ରା ଗଞ୍ଜାଇ ଜବତ କରିଛି। ସେହିପରିଭାବେ ଅନ୍ୟ ଏକ ଘଟଣା କ୍ରମରେ ପଙ୍କପାଳ ଅଞ୍ଚଳରୁ ମନୋଜ ଦାସ ଓରଫ ଲିଟୁ ନାମକ ଏକ ଯୁବକଙ୍କ ନିକଟରୁ ୧୦.୫ ଲିଟର ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ଯୁବକ ଲିଟୁଙ୍କୁ ପୁଲିସ ଥାନାରେ ଅଟକ ରଖିଛି। କୁଜଙ୍ଗ ପୁଲିସ ଏହି ନେଇ ଛାନଭିନ୍ ଚଳାଇଥିବା ବେଳେ କୁଜଙ୍ଗରେ ଚୋରା ମାଦକ ଦ୍ରବ୍ୟ କାରବାର ଓ ଅନ୍ୟାନ ଘଟଣାରେ ବିଭିନ୍ନ ଟ୍ରାକ ରେକଡ ଥିବା ୧୦୪ ଜଣଙ୍କ ନାମର ଏକ ସୂଚୀ ପ୍ରସ୍ତୁତି କରି ତାଙ୍କ ଉପରେ କଡା ନଜର ରଖିଛି।