Categories
ଆଜିର ଖବର ଜାତୀୟ ଖବର

ନୂତନ କୃଷି ଆଇନ ବଳରେ ଚାଷୀ ନିଜର ଅଧିକାର ପାଇବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୃଷି ଆଇନ୍‌, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ନୂତନ କୃଷି ଆଇନ୍‌କୁ ନେଇ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମନ୍‌କୀ ବାତ୍‌ରେ ମଧ୍ୟ କୃଷି ବିଲ୍‌ ସମ୍ପର୍କରେ କହିଛନ୍ତି। ବର୍ଷ ବର୍ଷ ଧରି କୃଷକମାନେ ଯେଉଁ ଦାବି କରିଆସୁଥିଲେ ଯାହାକୁ କେହି ପୂରା କରୁ ନଥିଲେ, ତାହା ପୂରା ହୋଇଛି। ସଂସଦରେ ପାରିତ ହୋଇଥିବା ନୂତନ କୃଷି ବିଲ୍ କୃଷକ ମାନଙ୍କର ରୋଜଗାରର ଆଶାକୁ ସଂଚାରିତ କରିଛି । ବହୁ ବିଚାର ବିମର୍ଷ ପରେ ସଂସଦରେ ଏହି କାନୁନ୍ କୁ ପାରିତ କରାଯାଇଛି । ଏହା ଦ୍ୱାରା କେବଳ କୃଷକମାନେ ଲାଭାନ୍ୱିତ ହେବେ ନାହିଁ । ଶସ୍ୟ ବିକ୍ରିକୁ ଦୀର୍ଘଦିନ ହେବ ଚାଷୀ ଭାଇ ମାନେ ଯେଉଁ ବନ୍ଧନ ଭିତରେ ଥିଲେ ସେଥିରୁ ତାଙ୍କୁ ମୁକ୍ତି ମିଳିବାକୁ ଯାଉଛି ବୋଲି ମୋଦି କହିଛନ୍ତି। ଏହି ନୂଆ ଆଇନ୍‌ ପାଇଁ କୃଷକଙ୍କୁ ନୂଆ ଅଧିକାର ସହିତ ନୂଆ ଅବସର ବି ମିଳିଛି।

କାନାଡାରୁ ଦେବୀ ଅନ୍ନପୂର୍ଣ୍ଣାଙ୍କର ଶହେ ବର୍ଷର ପୁରୁଣା ମୂର୍ତ୍ତି ଫେରସ୍ତ ଅଣାଯିବା ନେଇ ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଲୋକାଲ୍‌ ପାଇଁ ଭୋକାଲ୍‌ ହେବା ସମ୍ପର୍କରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହିତ କରୋନା ସମ୍ପର୍କରେ ସତର୍କତା ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷି ବିଲ୍ ସଂଶୋଧିତ ନ ହେଲେ ଏହା କୃଷକ ମାରଣ ନୀତିରେ ପରିଗଣିତ ହେବ: ଭାରତୀୟ ବିକାଶ ପରିଷଦ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି କୃଷି ବିଲ୍ ସାରା ଦେଶ ତଥା ଓଡ଼ିଶା କୃଷକଙ୍କ ପାଇଁ ବଂଚିବାର ଅଧିକାର ଛଡ଼ାଇ ନେବା ସହ ଜୀବିକା ମାରଣ ନୀତି ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ଆଜି ବହୁ କୃଷକଙ୍କ ସହ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପୂର୍ବସୂଚୀ ଅନୁଯାୟୀ ଆର୍‌ଡ଼ିସିଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀକୁ ୧୯୫୫ ଆଇନରେ ଅନ୍ତର୍ଭୁକ୍ତ କରିବା, ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ପ୍ରତ୍ୟାହାର କରିବା, କର୍ପୋରେଟ ହାଉସ୍ ସାମଗ୍ରୀ କିଣିବା ଓ ଗଚ୍ଛିତ ରଖିବାର ସୀମା ଧାର୍ଯ୍ୟ କରିବା, ପ୍ରଚଳିତ ଲିମିଟେସନ ଆକ୍ଟ ୧୯୬୩ରୁ ବାଦ୍ ଦେବା, ରାଜସ୍ୱ ଗ୍ରାମର ଶତକଡ଼ା ୭୦ ଭାଗ ଜମି କୃଷି କର୍ମଣ ପାଇଁ ସଂରକ୍ଷିତ ରଖିବା, କୃଷି ନୀତିରେ ସଂଶୋଧନ କରିବା, କଂପାନୀ ନେଇଥିବା ଜମିଗୁଡ଼ିକ ଫେରାଇ ଦେବା, ଡ଼ିଜିଟାଲ୍ କୋର-ଇ-ଭୁଲେଖ ବ୍ୟବସ୍ଥା ପ୍ରଚଳନ କରିବା, କୃଷି ଉତ୍ପାଦର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ୱାମିନାଥନ କମିଟି ରିପୋର୍ଟ ତୁରନ୍ତ ଲାଗୁ କରିବା ଆଦି ଦାବି ରହିଛି। ତିନୋଟି କୃଷି ଆଇନ ସ୍ୱାଗତ ଯୋଗ୍ୟ କିନ୍ତୁ ଏଥିରେ ସଂଶୋଧନ କରିବା ବି ଜରୁରୀ ନଚେତ୍ ଏହା କୃଷକ ମାରଣ ନୀତିରେ ପରିଗଣିତ ହେବ।

ଏଥିରେ କୃଷକ ନେତା ରମେଶ କର, ଉମାକାନ୍ତ, ସୁଦର୍ଶନ ପାତ୍ର, ବିପ୍ରଚରଣ ବେହେରା, ବିଜୟ କୁମାର ଜେନା ଓ ଅନ୍ୟାନ୍ୟ ଉପସ୍ଥିତ ଥିବାବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଉପସଭାପତି କିଶୋର ପାତ୍ର, ସଂପାଦକ ରଶ୍ମୀରଂଜନ, ଗୁରୁ ପାତ୍ର, ଇ. ପ୍ରଭାବତୀ, ଗୌରୀ ମହାନ୍ତି, ରାଜେନ୍ଦ୍ର ଦଳବେହେରା, ବୃନ୍ଦାବନ ବେହେରା, ପ୍ରମୋଦ ସାହୁ, ଯୋହରା ବିବି, ନଶନା ବିବି, ସବିରା ବିବି, ଶେଖ ସାଲାମ୍‌, ରହତୁନ ବିବି, ଆବିଦ ଖାନ, ଅବଦୁଲ ଜାମାଲ୍ ଖାନ ଆଦି ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ତେଜିଲା କୃଷି ବିଲ୍ ବିରୋଧ, ଏନଡିଏର ହାତ ଛାଡିଲା ଶିରୋମଣି ଅକାଳି ଦଳ

ନୂଆଦିଲ୍ଲୀ, ଶେଷରେ ପଂଜାବର ଶିରୋମଣି ଅକାଳି ଦଳ ଏନଡିଏରେ ହାତ ଛାଡିଛି। ଆଜି ଏ ନେଇ ଦଳ ତରଫରୁ ସ୍ପଷ୍ଟ କରାଯାଇଛି। କୃଷି ବିଲକୁ ଦଳର କୌଣସି କର୍ମି ଗ୍ରହଣ କରୁ ନାହାଁନ୍ତି। ସେଥିପାଇଁ ରାଜନୈତିକ ଚାପରେ ଏହି ନିଷ୍ପତି ନେବାକୁ ବାଧ୍ୟ ହେଲୁ ବୋଲି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ କହିଛନ୍ତି।

ପୂର୍ବରୁ ଏହି ବିଲକୁ ବିରୋଧ କରି ଅକାଲି ଦଳର ସାଂସଦ ହରଶମିତ୍ କୌର ମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ। ତେବେ ସେତେବେଳେ ଦଳ ତରଫରୁ କୁହାଯାଇଥିଲା ଯେ ଏନଡିଏକୁ ବାହାରୁ ସମର୍ଥନ ଦେବେ। ହେଲେ ବର୍ତ୍ତମାନ ପରିସ୍ଥିତି ଆମକୁ ଏନଡିଏକୁ ବାଏ ବାଏ କରିବା ପାଇଁ ବାଧ୍ୟ କଲା ବୋଲି ବାଦଲ କହିଛନ୍ତି।