ନୂତନ କୃଷି ଆଇନ ବଳରେ ଚାଷୀ ନିଜର ଅଧିକାର ପାଇବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Nov 29, 2020, 2:07 pm IST

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୃଷି ଆଇନ୍‌, କରୋନା ଭାଇରସ ଓ ଲୋକାଲ ପାଇଁ ଭୋକାଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ନୂତନ କୃଷି ଆଇନ୍‌କୁ ନେଇ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମନ୍‌କୀ ବାତ୍‌ରେ ମଧ୍ୟ କୃଷି ବିଲ୍‌ ସମ୍ପର୍କରେ କହିଛନ୍ତି। ବର୍ଷ ବର୍ଷ ଧରି କୃଷକମାନେ ଯେଉଁ ଦାବି କରିଆସୁଥିଲେ ଯାହାକୁ କେହି ପୂରା କରୁ ନଥିଲେ, ତାହା ପୂରା ହୋଇଛି। ସଂସଦରେ ପାରିତ ହୋଇଥିବା ନୂତନ କୃଷି ବିଲ୍ କୃଷକ ମାନଙ୍କର ରୋଜଗାରର ଆଶାକୁ ସଂଚାରିତ କରିଛି । ବହୁ ବିଚାର ବିମର୍ଷ ପରେ ସଂସଦରେ ଏହି କାନୁନ୍ କୁ ପାରିତ କରାଯାଇଛି । ଏହା ଦ୍ୱାରା କେବଳ କୃଷକମାନେ ଲାଭାନ୍ୱିତ ହେବେ ନାହିଁ । ଶସ୍ୟ ବିକ୍ରିକୁ ଦୀର୍ଘଦିନ ହେବ ଚାଷୀ ଭାଇ ମାନେ ଯେଉଁ ବନ୍ଧନ ଭିତରେ ଥିଲେ ସେଥିରୁ ତାଙ୍କୁ ମୁକ୍ତି ମିଳିବାକୁ ଯାଉଛି ବୋଲି ମୋଦି କହିଛନ୍ତି। ଏହି ନୂଆ ଆଇନ୍‌ ପାଇଁ କୃଷକଙ୍କୁ ନୂଆ ଅଧିକାର ସହିତ ନୂଆ ଅବସର ବି ମିଳିଛି।

କାନାଡାରୁ ଦେବୀ ଅନ୍ନପୂର୍ଣ୍ଣାଙ୍କର ଶହେ ବର୍ଷର ପୁରୁଣା ମୂର୍ତ୍ତି ଫେରସ୍ତ ଅଣାଯିବା ନେଇ ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଲୋକାଲ୍‌ ପାଇଁ ଭୋକାଲ୍‌ ହେବା ସମ୍ପର୍କରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହିତ କରୋନା ସମ୍ପର୍କରେ ସତର୍କତା ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। (ଏଜେନ୍ସି)

Related posts