Categories
ଆଜିର ଖବର ଜାତୀୟ ଖବର

ଏହି ତାରିଖରୁ ହେବ ଆସନ୍ତା ବର୍ଷ ଦଶମ, ଦ୍ୱାଦଶ ପରୀକ୍ଷା: ଘୋଷଣା କଲା ସିବିଏସ୍ଇ ବୋର୍ଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିସାରିଛି। ବୋର୍ଡ ଉଭୟ ସିବିଏସ୍ଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ଫଳାଫଳକୁ ମେ ୧୨ ତାରିଖରେ ପ୍ରକାଶ କରିଥିଲା। ପ୍ରଥମେ ବୋର୍ଡ ଦ୍ୱାଦଶ ଶ୍ରେଣୀର ଫଳାଫଳ, ପରେ ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ କରିଥିଲା। CBSE ଦଶମ, ଦ୍ୱାଦଶ ଫଳାଫଳ ୨୦୨୩ ସହିତ ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା ବୋର୍ଡ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛି। ସିବିଏସ୍ଇ ବୋର୍ଡ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ, ଦ୍ୱାଦଶ ଶ୍ରେଣୀର ପରୀକ୍ଷା ତାରିଖ ଘୋଷଣା କରିଛି। ୨୦୨୪ ବର୍ଷର CBSE ଶ୍ରେଣୀ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ କରାଯିବ। ସିବିଏସ୍ଇ ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଫେବୃଆରୀ ୧୫ ତାରିଖ ୨୦୨୪ରୁ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି।

ସିବିଏସ୍ଇ ବୋର୍ଡ କେବଳ ପରୀକ୍ଷା ତାରିଖ ଘୋଷଣା କରିଛି। ବୋର୍ଡ ଦ୍ଵାରା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

Categories
CBSE10TH CBSE12th ଆଜିର ଖବର ଜାତୀୟ ଖବର

ଶୀଘ୍ର ପ୍ରକାଶ ପାଇବ CBSE ଦଶମ ଫଳାଫଳ, ଜାଣନ୍ତୁ କେବେ ଆସିବ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଖୁବ୍ ଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ତାରିଖ ଏବଂ ସମୟ ଘୋଷଣା କରିବ। ମିଡିଆ ରିପୋର୍ଟ ଅନୁଯାୟୀ, ସିବିଏସ୍ଇ ଟର୍ମ-୨ ରେଜଲ୍ଟ ଜୁନ୍ ର ଶେଷ ସପ୍ତାହରୁ ଜୁଲାଇର ପ୍ରଥମ ସପ୍ତାହ ମଧ୍ୟରେ ଘୋଷିତ ହେବ। ସିବିଏସ୍ଇ ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ ଉପସ୍ଥିତ ଥିବା ଛାତ୍ରମାନେ ପରୀକ୍ଷାର ଫଳାଫଳକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ଯାଞ୍ଚ କରାଯାଇପାରିବ।

ଦଶମ ଶ୍ରେଣୀ-୨ ର ଫଳାଫଳ ପ୍ରଥମେ CBSE ଦ୍ୱାରା ପ୍ରକାଶ ପାଇବ। ଜୁନ୍ ଶେଷ ସପ୍ତାହରେ ଫଳାଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଦ୍ୱାଦଶ ଶ୍ରେଣୀର ଟର୍ମ-୨ ର ଫଳାଫଳକୁ ଠିକ୍ ସମୟରେ ଘୋଷଣା କରିବାକୁ ପ୍ରସ୍ତୁତି ଚାଲିଥିବାବେଳେ ଦ୍ୱାଦଶ ଶ୍ରେଣୀର ଉତ୍ତର ଖାତାକୁ ଦୁଇଥର ଯାଞ୍ଚ କରିବାକୁ ବିଦ୍ୟାଳୟଗୁଡ଼ିକୁ CBSE କହିଛି। ଟର୍ମ-୨ ଫଳାଫଳ ଘୋଷଣା ପାଇଁ CBSE ଏପର୍ଯ୍ୟନ୍ତ ଅଫିସିଆଲ୍ ତାରିଖ ପ୍ରକାଶ କରିନାହିଁ।

ଏହି ବର୍ଷ ୩୫ ଲକ୍ଷରୁ ଅଧିକ ଛାତ୍ର CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ୨୧ ଲକ୍ଷ ଛାତ୍ର ଦଶମ ଶ୍ରେଣୀ ପାଇଁ ଏବଂ ୧୪ ଲକ୍ଷ ଛାତ୍ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଉପସ୍ଥିତ ଥିଲେ। ଛାତ୍ରମାନେ ଉତ୍ସାହର ସହିତ ପରୀକ୍ଷାର ଫଳାଫଳକୁ ଅପେକ୍ଷା କରନ୍ତି। ଏହି ବର୍ଷ ଏପ୍ରିଲ ୨୬ ତାରିଖରୁ ମେ ୨୪ ତାରିଖ ପର୍ଯ୍ୟନ୍ତ CBSE ଦଶମ ଶ୍ରେଣୀ ପରୀକ୍ଷା କରିଥିଲା। ଏଥି ସହିତ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୨୬ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ବୋର୍ଡ ଦ୍ୱାରା କରାଯାଇଥିଲା।

ଫଳାଫଳ ଏହିପରି ଯାଞ୍ଚ କରାଯାଇପାରିବ:

– ସର୍ବପ୍ରଥମେ, ଛାତ୍ରମାନଙ୍କୁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in, cbresults.nic.in ପରିଦର୍ଶନ କରିବାକୁ ପଡିବ।
– ଏହା ପରେ କ୍ଲାସ୍ ୧୦, ୧୨ ରେଜଲ୍ଟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
– ବର୍ତ୍ତମାନ ଛାତ୍ରମାନେ ସେମାନଙ୍କର ପଞ୍ଜୀକରଣ ନମ୍ବର/ରୋଲ୍ ନମ୍ବର ପ୍ରବେଶ କରନ୍ତୁ।
– ବର୍ତ୍ତମାନ ଛାତ୍ରଙ୍କ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ୨୦୨୨ ପରଦାରେ ଦେଖାଯିବ।
– ବର୍ତ୍ତମାନ ଛାତ୍ରମାନେ ସେମାନଙ୍କର ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ।
– ଶେଷରେ ଛାତ୍ରମାନେ ଅଧିକ ଆବଶ୍ୟକତା ପାଇଁ ଫଳାଫଳରୁ ଏକ ପ୍ରିଣ୍ଟ ବାହାର କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିବିଏସ୍ଇ ବୋର୍ଡର ବଡ ନିଷ୍ପତ୍ତି: ଚଳିତ ବର୍ଷ ଏହି ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡିବ ନାହିଁ ପରୀକ୍ଷା ଫି’

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀ ଦେଶରେ ବ୍ୟାପକ କ୍ଷତି ଘଟାଇଛି। ଏହାକୁ ଦ୍ରୁଷ୍ଟିରେ ରଖି ୨୦୨୧-୨୨ ଏକାଡେମିକ ଅଧିବେଶନ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ନିଷ୍ପତ୍ତି ନେଇଛି ଯେ, କୋଭିଡ -୧୯ ମହାମାରୀ ହେତୁ ଉଭୟ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କୁ ହରାଇଥିବା ଛାତ୍ରମାନଙ୍କଠାରୁ ପରୀକ୍ଷା ଫି ଏବଂ ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ। ବିଦ୍ୟାଳୟଗୁଡ଼ିକ ଏହି ଛାତ୍ରମାନଙ୍କର ପ୍ରକୃତ ସ୍ଥିତି ଯାଞ୍ଚ କରିବେ ଏବଂ ଏଲଓସି ଦାଖଲ କରିବା ସମୟରେ ସେମାନଙ୍କର ସୂଚନା ପ୍ରଦାନ କରିବେ। ଏହି ବିଷୟରେ ଅଧିକ ସୂଚନା ଶୀଘ୍ର ବୋର୍ଡର ୱେବସାଇଟ୍ www.cbse.nic.in ରେ ଉପଲବ୍ଧ ହେବ।

‘ପିଏମ କେୟାରସ ଫର ଚିଲ୍ଡ୍ରେନ’ ଯୋଜନା ଅଧୀନରେ କରୋନା ମହାମାରୀ ଯୋଗୁଁ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମଇ ୨୯ ତାରିଖରେ ଘୋଷଣା କରିଥିଲେ। ଏହିପରି ପିଲାମାନେ ୧୮ ବର୍ଷ ବୟସରେ ଛାତ୍ରବୃତ୍ତି ଏବଂ ୨୩ ବର୍ଷ ବୟସରେ ପିଏମ କେୟାରସ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ପାଇବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଅପରାହ୍ନ ୨ ଟାରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ: ଏହି ୱେବସାଇଟ୍ ରେ ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ ଟାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ଯାଉଛି। ବୋର୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ଘୋଷଣା ହେବା ପରେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ରେ ସିଧା ପ୍ରସାରଣ କରାଯିବ।

କରୋନା ବିପଦକୁ ଦୃଷ୍ଟିରେ ରଖି ବୋର୍ଡ ଚଳିତ ବର୍ଷ ପରୀକ୍ଷାକୁ ବାତିଲ କରିଦେଇଥିଲା ଏବଂ ପୂର୍ବ ପରୀକ୍ଷାର ଫଳାଫଳ ଆଧାରରେ ମୂଲ୍ୟାୟନ କରାଯାଇଛି। ଦ୍ୱାଦଶ ଫଳାଫଳ ପ୍ରକାଶ କରିବାର ଶେଷ ତାରିଖ ଭାବରେ ସୁପ୍ରିମକୋର୍ଟ ଜୁଲାଇ ୩୧ ସ୍ଥିର କରିଥିଲେ। ବୋର୍ଡ ବର୍ତ୍ତମାନ ଦ୍ୱାଦଶ ଫଳାଫଳ ପ୍ରଥମେ ପ୍ରକାଶ କରୁଛି ଏବଂ ଦଶମ ଫଳାଫଳ ପରେ ପ୍ରକାଶ କରିବ।

ଛାତ୍ରଛାତ୍ରୀମାନେ ଡିଜିଲୋକର୍, UMANG ଆପ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ଵାଦଶ ପରୀକ୍ଷାକୁ ନେଇ କେନ୍ଦ୍ର ମାଗିଥିଲା ପରାମର୍ଶ: ବାତିଲ କରିବା ପାଇଁ ଏହି ରାଜ୍ୟଗୁଡିକ ରଖିଲେ ମତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦ୍ଵାଦଶ ପରୀକ୍ଷା ଏବେ ବି ଆଶଙ୍କା ରହିଛି। ଉକ୍ତ ପରୀକ୍ଷା ଆୟୋଜନକୁ ନେଇ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଠାରୁ କେନ୍ଦ୍ର ସରକାର ପକ୍ଷରୁ ପରାମର୍ଶ ମଗା ଯାଇଥିଲା।

ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ବୋଲି କେତେକ ରାଜ୍ୟ ସରକାର କହିଥିବା ବେଳେ ପରୀକ୍ଷାର ସମୟକୁ ହ୍ରାସ କରିବା ପକ୍ଷରେ ମତ ଦେଇଛନ୍ତି। ସେହିଭଳି ପରୀକ୍ଷାକୁ ବାତିଲ କରିବା ପକ୍ଷରେ କେତୋଟି ରାଜ୍ୟ ମତ ଦେଇଛନ୍ତି।

ହେଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉପରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ପରୀକ୍ଷାର ସମୟ ସୀମା ୩ ଘଣ୍ଟାକୁ ହ୍ରାସ କରାଇ ୧.୫ ଘଣ୍ଟା କରିଦେବା ଉଚିତ୍। ଉତ୍ତରପ୍ରଦେଶ, ଗୁଜୁରାଟ, ଜାମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡିଗଡ, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଅରୁଣାଞ୍ଚଳ ପ୍ରଦେଶ ଏବଂ ସିକ୍କିମ ଭଳି ରାଜ୍ୟଗୁଡିକ ପରୀକ୍ଷାର ସମୟ ସୀମାକୁ ହ୍ରାସ କରାଇ ଆୟୋଜନ କରିବା ପାଇଁ କହିଛନ୍ତି। ସେହିଭଳି ଦ୍ଵାଦଶ ପରୀକ୍ଷାକୁ ବ୍ୟକ୍ତିଗତ ଭାବେ ଆୟୋଜନ କରିବାକୁ ପଞ୍ଜାବ ସରକାର କହିଛି।

ସେପଟେ କର୍ଣ୍ଣାଟକ ଏବଂ ପୁଡୁଚେରୀ ସରକାର ପରୀକ୍ଷା ନିଷ୍ପତ୍ତି କେନ୍ଦ୍ର ସରକାର ଉପରେ ଛାଡି ଦେଇଛନ୍ତି। କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହା ସେମାନେ ମାନିବେ ବୋଲି କହିଛନ୍ତି।

କିନ୍ତୁ କେବଳ ଦୁଇଟି ରାଜ୍ୟ ସିବିଏସଇ ପରୀକ୍ଷା କରିବା ପକ୍ଷରେ ନଥିବା ପ୍ରକାଶ କରିଛନ୍ତି। କରୋନା ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରିବା ପକ୍ଷରେ ମାହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ମତ ରଖିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରାସ୍ତା ପ୍ରସ୍ତୁତ କରିବାକୁ ଏହି ଦୁଇ ସରକାର କେନ୍ଦ୍ର ନିକଟରେ କହିଛନ୍ତି।

ତେବେ ସର୍ବାଧିକ ରାଜ୍ୟ ସରକାର ପରୀକ୍ଷା ଆୟୋଜନ ପକ୍ଷରେ ଅଛନ୍ତି ଏବଂ ସେମାନେ ଜୁଲାଇ କିମ୍ବା ଅଗଷ୍ଟ ମାସରେ ପରୀକ୍ଷା ସମୟକୁ କମ କରି ଆୟୋଜନ କରିବା ପାଇଁ କହିଛନ୍ତି।