ଏହି ତାରିଖରୁ ହେବ ଆସନ୍ତା ବର୍ଷ ଦଶମ, ଦ୍ୱାଦଶ ପରୀକ୍ଷା: ଘୋଷଣା କଲା ସିବିଏସ୍ଇ ବୋର୍ଡ

Published: Oct 9, 2023, 3:11 pm IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିସାରିଛି। ବୋର୍ଡ ଉଭୟ ସିବିଏସ୍ଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ଫଳାଫଳକୁ ମେ ୧୨ ତାରିଖରେ ପ୍ରକାଶ କରିଥିଲା। ପ୍ରଥମେ ବୋର୍ଡ ଦ୍ୱାଦଶ ଶ୍ରେଣୀର ଫଳାଫଳ, ପରେ ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ କରିଥିଲା। CBSE ଦଶମ, ଦ୍ୱାଦଶ ଫଳାଫଳ ୨୦୨୩ ସହିତ ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା ବୋର୍ଡ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛି। ସିବିଏସ୍ଇ ବୋର୍ଡ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ, ଦ୍ୱାଦଶ ଶ୍ରେଣୀର ପରୀକ୍ଷା ତାରିଖ ଘୋଷଣା କରିଛି। ୨୦୨୪ ବର୍ଷର CBSE ଶ୍ରେଣୀ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ କରାଯିବ। ସିବିଏସ୍ଇ ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଫେବୃଆରୀ ୧୫ ତାରିଖ ୨୦୨୪ରୁ ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି।

ସିବିଏସ୍ଇ ବୋର୍ଡ କେବଳ ପରୀକ୍ଷା ତାରିଖ ଘୋଷଣା କରିଛି। ବୋର୍ଡ ଦ୍ଵାରା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ।

Related posts