Categories
ଆଜିର ଖବର ଜାତୀୟ ଖବର

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ୱାଙ୍ଗମୟୀ ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାଙ୍ଗାଲୋରସ୍ଥିତ ବାସଭବନରେ ଏହି ବିବାହ ସମ୍ପନ୍ନ ହୋଇଛି। ବିବାହ ସମାରୋହର ଫଟୋ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଘରେ ପରକଳା ୱାଙ୍ଗମୟୀ ଏକ ସରଳ ସମାରୋହରେ ବିବାହ କରିଥିଲେ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ।

ବିବାହ ସମାରୋହରେ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳି ନଥିଲା। ପରକଳା ୱାଙ୍ଗମୟୀଙ୍କ ସ୍ୱାମୀଙ୍କ ନାମ ପ୍ରତୀକ। ଅର୍ଥମନ୍ତ୍ରୀଙ୍କ ଝିଅଙ୍କ ବିବାହ ବ୍ରାହ୍ମଣ ପରମ୍ପରା ଅନୁଯାୟୀ ଏବଂ ଉଦୁପି ଅଦାମାରୁ ମଠଙ୍କ ଆଶୀର୍ବାଦରେ ହୋଇଥିଲା।

ପରକଳା ୱାଙ୍ଗମୟୀ ବୃତ୍ତି ଅନୁଯାୟୀ ମଲ୍ଟିମିଡିଆ ସାମ୍ବାଦିକ। ତାଙ୍କର ଉତ୍ତର-ପଶ୍ଚିମ ବିଶ୍ୱବିଦ୍ୟାଳୟ, ବୋଷ୍ଟନ୍, ମାସାଚୁସେଟ୍ସରୁ ସାମ୍ବାଦିକତାରେ ମାଷ୍ଟର ଅଫ୍ ସାଇନ୍ସ ଅଛି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ BM ଏବଂ MA କରିଛନ୍ତି। ସେ ଲାଇଭ ମିଣ୍ଟ, ଦ ଭଏସ୍ ଅଫ୍ ଫ୍ୟାଶନ୍ ଏବଂ ଦି ହିନ୍ଦୁ ଭଳି ସଂଗଠନ ସହ କାମ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଜେଟ୍ -୨୦୨୩ ଉପରେ ଗଣମାଧ୍ୟମ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଏମଜିଏନଆରଇଜିଏ ପାଇଁ ପାଣ୍ଠି ଆବଣ୍ଟନ ହ୍ରାସ  ହୋଇନାହିଁ। ଭୁବନେଶ୍ୱର ଠାରେ ଗଣମାଧ୍ୟମ ସହିତ ବଜେଟ୍ ପରବର୍ତ୍ତୀ ଆଲୋଚନା ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଆଜି କହିଛନ୍ତି ଯେ ଏମଜିଏନଆରଇଜିଏ ଏକ ଚାହିଦାଭିତ୍ତିକ ଯୋଜନା ହୋଇଥିବାରୁ ସରକାର ସେହି ଅନୁଯାୟୀ ବ୍ୟବସ୍ଥା ଜାରି ରଖିବେ। ସେ କହିଛନ୍ତି ଯେ ସରକାରଙ୍କ ଧ୍ୟାନ କେବଳ ପାଣ୍ଠି ଆବଣ୍ଟନ କରିବା ନୁହେଁ ବରଂ ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିର ସମ୍ପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା। ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ସଂଗ୍ରହ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୃଷକମାନଙ୍କଠାରୁ କିଣାଯାଇଥିବା ଖାଦ୍ୟ ଶସ୍ୟର ପରିମାଣ ଗତ ଆଠ ବର୍ଷ ମଧ୍ୟରେ ବଢିଛି ଏବଂ ଏଥିସହିତ ପ୍ରଦାନ କରାଯାଇଥିବା ଏମଏସପି ପରିମାଣ ମଧ୍ୟ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ସମୁଦାୟ ପରିମାଣର ଏମଏସପି ଚାଷୀଙ୍କ ଆକାଉଣ୍ଟକୁ ଯିବ ଏବଂ ଏହାଦ୍ୱାରା ଯେକୌଣସି ଚୋରା କାରବାର ଏବଂ ମଧ୍ୟସ୍ଥିଙ୍କ ସମ୍ପୃକ୍ତି ଦୂର ହୋଇପାରିବ। ପେଟ୍ରୋଲ ଓ ଡିଜେଲକୁ ଜିଏସ୍‍ଟିରେ ଅର୍ନ୍ତଭୁକ୍ତ ପାଇଁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଉପରେ ନିଷ୍ପତ୍ତି ନେବା ଜିଏସଟି ପରିଷଦର ଡୋମେନରେ ରହିଛି। ନୂତନ ବ୍ୟବସ୍ଥାରେ ଆୟକର ହାରକୁ ହ୍ରାସ କରାଯାଇଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ପୁରୁଣା ବ୍ୟବସ୍ଥା ଅଧୀନରେ ପୂର୍ବପରି ୮୦ ସି ଏବଂ ୮୦ ଡି ଭଳି ସେକ୍ସନ ଅଧୀନରେ ଥିବା ସୁବିଧା ଉପଲବ୍ଧ ରହିବ। ଓଡିଶାକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅର୍ଥ କମିଶନ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି।

ଉଜ୍ୱଳା ଯୋଜନାକୁ ଏକ ଭଲ ଯୋଜନା ଭାବରେ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଶେଷ କରି ଗରିବ ଲୋକ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଗରିବଙ୍କ ଉପରେ ଆର୍ନ୍ତଜାତୀୟ ମୂଲ୍ୟ ବୃଦ୍ଧିର ବୋଝ ନଲଦିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସିଲିଣ୍ଡର ପିଛା ଦୁଇଶହ ଟଙ୍କା ସବସିଡି ଦେଉଛନ୍ତି ଯାହା ଦ୍ୱାରା ଗରିବମାନେ ସେମାନଙ୍କ ଗ୍ୟାସ ସିଲିଣ୍ଡର ନିୟମିତ ଭାବେ ଭରି ପାରିବେ। ସେ କହିଛନ୍ତି ଯେ ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଲୋକମାନେ ବୁଝନ୍ତି ଏବଂ ସେହି ଅନୁଯାୟୀ ସେମାନଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତି।

ବଜେଟରେ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‍-ବିକାଶ) ଯୋଜନା ଉପରେ ଆଲୋକପାତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ଓଡ଼ିଶାର କାରିଗର ବିଶେଷକରି ଯେଉଁମାନେ ପଟ୍ଟଚିତ୍ର ଏବଂ ପଥର କାମ ଇତ୍ୟାଦି କରୁଛନ୍ତି ସେମାନଙ୍କ ପାଇଁ ବହୁତ ଲାଭଦାୟକ ହେବ।

ଏହା ପୂର୍ବରୁ ଭୁବନେଶ୍ୱର ଠାରେ ହିତାଧିକାରୀଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିର ଅଭିବୃଦ୍ଧି ବଜାୟ ରଖିବା ପାଇଁ ବଜେଟ୍ କେବଳ ପୁଞ୍ଜି ବ୍ୟୟ ପାଇଁ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିନାହାନ୍ତି ବରଂ ସେମାନଙ୍କର ମୂଳ ପୁଞ୍ଜି ଗଠନ ପାଇଁ ରାଜ୍ୟଗୁଡିକ ଲାଗି ଅଧିକ ପାଣ୍ଠି ଆବଣ୍ଟନ କରିଛନ୍ତି। ବଜେଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିକାଶ ଯାତ୍ରାରେ ପଛୁଆ ତଥା ଆଦିମ ଲୋକମାନଙ୍କ ପରି ବଞ୍ଚିତ ଜନସଂଖ୍ୟାର ବିଭିନ୍ନ ବିଭାଗକୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ତର୍ଭୁକ୍ତି ପ୍ରକ୍ରିୟାରେ ‘ସଂତୃପ୍ତି’ ପ୍ରମୁଖ ଶବ୍ଦ ବୋଲି ଦର୍ଶାଇ ସେ କହିଥଲେ ଯେ ବିକାଶର ମୌଳିକ ଲାଭ ପହଞ୍ଚିବା ପରିପ୍ରେକ୍ଷୀରେ ସଂତୃପ୍ତି ହାସଲ କରାଯିବା ଆବଶ୍ୟକ। ଏହାକୁ ଆଧାର କରି ସରକାର ବର୍ତ୍ତମାନର ୧୧୪ ଟି ଆକାଂକ୍ଷୀ ଜିଲ୍ଲା ବ୍ୟତୀତ ଦେଶରେ ଆଉ ୫୦୦ ଟି ଆକାଂକ୍ଷୀ ବ୍ଲକ ଚିହ୍ନଟ କରିବାକୁ ଚିନ୍ତା କରିଛନ୍ତି। ଅର୍ଥମନ୍ତ୍ରୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ସୂଚନା ଦେଇଛନ୍ତି ଯେପରିକି ଏମଏସଏମଇର, ଯୁବକ ଏବଂ ଶ୍ରମିକଙ୍କ ଦକ୍ଷତା ଏବଂ ଭବିଷ୍ୟତକୁ ପ୍ରସ୍ତୁତ କରିବା ଏବଂ ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦେବା।

କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୩-୨୪ ନିଶ୍ଚିତ କରିଛି ଯେ ଅର୍ଥନୀତି ପୂର୍ବରୁ ହାସଲ କରିଥିବା ଅଭିବୃଦ୍ଧି ହ୍ରାସ ପାଇବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ସାଧାରଣ ବଜେଟର ସିଧା ପ୍ରସାରଣ କେବେ ଏବଂ କେଉଁଠାରେ ଦେଖିବେ?, ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅର୍ଥାତ୍ ଫେବୃଆରୀ ୧ ତାରିଖରେ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ଏହା ନିର୍ମଳା ସୀତାରମଣଙ୍କ ପଞ୍ଚମ ବଜେଟ୍ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଅନ୍ତିମ ପୂର୍ଣ୍ଣ ବଜେଟ୍ ହେବ। ଗତ ଦୁଇ ବର୍ଷର ସାଧାରଣ ବଜେଟ୍ ପରି ଅର୍ଥମନ୍ତ୍ରୀ ମଧ୍ୟ କାଗଜହୀନ ଆକାରରେ ଉପସ୍ଥାପନ କରିବେ।

କେବେ ଏବଂ କେଉଁ ସମୟରେ ବଜେଟ୍ ଉପସ୍ଥାପିତ ହେବ?:

ଫେବୃଆରୀ ୧ ତାରିଖ ବୁଧବାର ଦିନ ବଜେଟର ଉପସ୍ଥାପନା ସକାଳ ୧୧ ଟାରୁ ଆରମ୍ଭ ହେବ ଏବଂ ଅର୍ଥମନ୍ତ୍ରୀ ବଜେଟକୁ ସଂସଦର ଟେବୁଲରେ ରଖିବେ। ୨୦୨୩-୨୪ ବଜେଟ୍ ପାଇଁ ବଜେଟ୍ ପ୍ରସ୍ତୁତ କରିବାର ଅନ୍ତିମ ପ୍ରକ୍ରିୟା ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିଲା। ଏହି ବର୍ଷ ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ଅର୍ଥାତ୍ ଆସନ୍ତାକାଲି ମଙ୍ଗଳବାର ଏବଂ ଆସନ୍ତାକାଲି ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହେବ।

ବଜେଟର ସିଧା ପ୍ରସାରଣ ଆପଣ କେଉଁଠାରେ ଦେଖିପାରିବେ?:

ଟିଭି ବ୍ୟତୀତ, ବଜେଟର ଲାଇଭ୍ ପ୍ରସାରଣ ଦେଖିବାକୁ ଆପଣଙ୍କ ପାଖରେ ଅନେକ ବିକଳ୍ପ ଅଛି। ଯଦି ଆପଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣକୁ ଲାଇଭ୍ ଦେଖିବାକୁ ଚାହାଁନ୍ତି, ତେବେ ଏହାକୁ ସଂସଦ ଟିଭି ଏବଂ ଦୂରଦର୍ଶନରେ ଦେଖିବାକୁ ମିଳିବ। ବଜେଟର ସିଧା ପ୍ରସାରଣ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଦେଖିବାକୁ ମିଳିବ। ଏହା ବ୍ୟତୀତ ପ୍ରେସ୍ ସୂଚନା ବ୍ୟୁରୋ ଏହାର ଅନଲାଇନ୍ ପ୍ଲାଟଫର୍ମରେ ବଜେଟ୍ ୨୦୨୩ ର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରିବ। ଏହା ବ୍ୟତୀତ ସମସ୍ତ ବ୍ୟବସାୟ ଚ୍ୟାନେଲ ଏବଂ ପ୍ରାୟ ସମସ୍ତ ସାଧାରଣ ନ୍ୟୁଜ୍ ଚ୍ୟାନେଲ ଏହାକୁ ସିଧା ପ୍ରସାରଣ କରିବ। ସେହି ସମୟରେ, ୟୁଟ୍ୟୁବରେ ଅନେକ ବିକଳ୍ପ ଅଛି ଯେଉଁଠାରୁ ଆପଣ ବଜେଟ୍ ୨୦୨୩ ର ଲାଇଭ୍ ପ୍ରସାରଣ ଦେଖିପାରିବେ।

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍:

ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ସମସ୍ତ ୧୪ ଟି ୟୁନିଅନ୍ ବଜେଟ୍ ସହିତ ବାର୍ଷିକ ଅର୍ଥନୈତିକ ବିବରଣୀ (ବଜେଟ୍) ସହିତ ଆପଣ ଅନୁଦାନ ଏବଂ ଅର୍ଥ ବିଲ୍ ଇତ୍ୟାଦି ମଧ୍ୟ ଦେଖିପାରିବେ ଯାହା ସମ୍ବିଧାନ ମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ଆପଣ ୟୁନିୟନ ବଜେଟ୍ ମୋବାଇଲ୍ ଆପ୍ କୁ ଯାଇ ସଂସଦର ସଦସ୍ୟଙ୍କ ବ୍ୟତୀତ ସାଧାରଣ ଜନତାଙ୍କ ପାଇଁ ବଜେଟ୍ ଡକ୍ୟୁମେଣ୍ଟ୍ ଦେଖିପାରିବେ।

ଏହି ଆପ୍ ଏକ ଦ୍ୱିଭାଷୀ ଆପ୍ ଏବଂ ଆପଣ ଇଂରାଜୀ ଏବଂ ହିନ୍ଦୀ ଭାଷା ମାଧ୍ୟମରେ ବଜେଟ୍ ସମ୍ବନ୍ଧୀୟ ସମସ୍ତ ବିବରଣୀ ପାଇପାରିବେ। ଏହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ। ସାଧାରଣ ବଜେଟ୍ ୱେବ୍ ପୋର୍ଟାଲ୍ www.indiabudget.gov.in ପରିଦର୍ଶନ କରି ଏହି ଆପ୍ ଡାଉନଲୋଡ୍ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଫେବୃଆରୀ ୧ ରେ ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍, ଏପ୍ରିଲ୍ ୬ ପର୍ଯ୍ୟନ୍ତ ଜାରି ରହିବ ଅଧିବେଶନ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଆଜି ନୀତି ଆୟୋଗ ବୈଠକରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ବିଭିନ୍ନ ଅନୁଷ୍ଠାନରୁ ସେମାନଙ୍କର ଆଶା ଏବଂ ମତାମତ ପ୍ରକ୍ରିୟା ଚାଲିଛି ଏବଂ ସେମାନଙ୍କର ଦାବିକୁ ସରକାର ଗ୍ରହଣ କରୁଛନ୍ତି। ବଜେଟରେ ପ୍ରତ୍ୟେକ ଥର ଭଳି, ଆର୍ଥିକ ଅଭାବକୁ ନିୟନ୍ତ୍ରଣ କରିବା ସହିତ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବ। ଏଥର ବଜେଟ୍ ଅଧିବେଶନ ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବଜେଟ୍ ଅଧିବେଶନ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ, ୨୦୨୩ ବଜେଟ୍ ଅଧିବେଶନ ପାଇଁ ସଂସଦର ପ୍ରକ୍ରିୟା ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହେବ। ଏହା ସହିତ ସେ କହିଛନ୍ତି ଯେ, ଏହି କାର୍ଯ୍ୟବାହୀ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ୨୭ ଟି ବୈଠକ ଅନୁଷ୍ଠିତ ହେବ। ଏହି ଅଧିବେଶନ ପ୍ରାୟ ୬୬ ଦିନ ହେବ। ଅମୃତ କାଳ ମହୋତ୍ସବ ମଧ୍ୟରେ ଆୟୋଜିତ ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, କେନ୍ଦ୍ରୀୟ ବଜେଟ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଜୋଶୀ ଏକ ଅର୍ଥପୂର୍ଣ୍ଣ ବିତର୍କର ଆଶା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: AIIMS ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବୁଧବାର ଦିନ AIIMS ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଭାଇରାଲ୍ ଜ୍ୱରର ଲକ୍ଷଣ ହେତୁ ସୀତାରମଣଙ୍କୁ ସୋମବାର ଦିନ ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ସୋମବାର AIIMS ର ଘରୋଇ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁସ୍ଥ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

ତେବେ ୨୦୨୩ ମସିହାରେ ବଜେଟ୍ ଉପସ୍ଥାପିତ ହେବ। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଧିକାରୀଙ୍କ ସହ ଅନେକ ବୈଠକ କରିବାକୁ ପଡିବ, ଏଭଳି ପରିସ୍ଥିତିରେ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ଏକ ଆଶ୍ବସ୍ତିକର ବିଷୟ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ହଠାତ ଅସୁସ୍ଥ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ: AIIMS ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ଘରୋଇ ୱାର୍ଡରେ ଭର୍ତ୍ତି କରାଯାଇଛି। AIIMS ଉତ୍ସଗୁଡିକ ଉଦ୍ଧୃତ କରି ଏହି ସୂଚନା ଗ୍ରହଣ କରାଯାଇଛି। କେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ସରକାର ହ୍ରାସ କରିବେ କି ଏକ୍ସାଇଜ୍ ଡ୍ୟୁଟି? ଅର୍ଥମନ୍ତ୍ରୀ ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ମୂଲ୍ୟ ହ୍ରାସ କରିବା ଲାଗି ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ଅତୀତରେ ଇନ୍ଧନ ଉପରେ ଦିଆଯାଇଥିବା ବୃହତ ସବସିଡି ବଦଳରେ ଦିଆଯାଉଥିବା ପେମେଣ୍ଟରେ ତାଙ୍କ ହାତ ବନ୍ଧା ହୋଇଛି।

ସୀତାରମଣ କହିଛନ୍ତି ଯେ, ୟୁପିଏ ସରକାର ୧.୪୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ତୈଳ ବଣ୍ଡ ଜାରି କରି ଇନ୍ଧନ ମୂଲ୍ୟ ହ୍ରାସ କରିଛନ୍ତି। ପୂର୍ବ ୟୁପିଏ ସରକାର ପରି ମୁଁ କୌଶଳ କରିପାରିବି ନାହିଁ। ତୈଳ ବଣ୍ଡ ଯୋଗୁଁ ଆମ ସରକାର ଭାରସାମ୍ୟ ହରାଇଛନ୍ତି, ତେଣୁ ଆମେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ସକ୍ଷମ ନୁହଁ।

ସେ କହିଛନ୍ତି ଯେ, ଲୋକମାନେ ଚିନ୍ତିତ ହେବା ଠିକ୍। ଯେପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟମାନେ ଏହାର ସମାଧାନ ନକରନ୍ତି, ଏହାର କୌଣସି ସମାଧାନ ସମ୍ଭବ ନୁହେଁ। ସୀତାରମଣ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ତୈଳ ବଣ୍ଡ ପାଇଁ ସରକାର ୬୦ ହଜାର କୋଟିରୁ ଅଧିକ ସୁଧ ପ୍ରଦାନ କରିଛନ୍ତି ଏବଂ ୧.୩୦ ଲକ୍ଷ କୋଟି ଟଙ୍କା ଏପର୍ଯ୍ୟନ୍ତ ବକେୟା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ୨୦୨୬ ସୁଦ୍ଧା ୩୭ ହଜାର କୋଟି ଟଙ୍କା ସୁଧ ଦେବାକୁ ପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୧ ଟଙ୍କା ୮୪ ପଇସା ରହିଛି। ଏଥିସହିତ ଡିଜେଲ ଲିଟର ପିଛା ୮୯ ଟଙ୍କା ୮୭ ପଇସା ମୂଲ୍ୟରେ ବିକ୍ରି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର

ବ୍ୟାଙ୍କ ବନ୍ଦ ହେବାର ୯୦ ଦିନ ମଧ୍ୟରେ ଆକାଉଣ୍ଟଧାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟାଙ୍କ ବନ୍ଦ ହେବାର ୯୦ ଦିନ ମଧ୍ୟରେ ଆକାଉଣ୍ଟଧାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ ଡିଆଇସିଜିସି ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ଡିସିଆଇସିସି) ଅଧିନିୟମରେ ସଂଶୋଧନ ସହିତ ଜମା ବୀମା ପରିସର ବୃଦ୍ଧି ପାଇବ ଏବଂ ଏହି ଅଧୀନରେ ୯୮.୩ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟଧାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ। ଏହାସହ ଆଜି ସୀମିତ ଆକାଉଣ୍ଟାବିଲିଟି ପାର୍ଟନରସିପ୍ (LLP) ଅଧିନିୟମରେ ସଂଶୋଧନକୁ ମଧ୍ୟ ସରକାର ଅନୁମୋଦନ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଆଇନ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥାକୁ ଅପରାଧିକ ବର୍ଗରୁ ପୃଥକ କରିବା ଏବଂ ଦେଶରେ ବ୍ୟବସାୟ କରିବା ସହଜ କରିବା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଅନୁମୋଦନ ସହିତ ଅଧିନିୟମରେ ମୋଟ ଦଣ୍ଡବିଧାନ ବ୍ୟବସ୍ଥା ୨୨ ରେ ପହଞ୍ଚିବ ଏବଂ ଆପୋଷ ବୁଝାମଣା ମାଧ୍ୟମରେ ମାମଲା ସମାଧାନ ଦ୍ଵାରା ଅପରାଧ ସଂଖ୍ୟା ମାତ୍ର ସାତକୁ ହ୍ରାସ ପାଇବ। ଆହୁରି ମଧ୍ୟ, ଗମ୍ଭୀର ଅପରାଧର ସଂଖ୍ୟା କେବଳ ତିନି ହେବ ଏବଂ ଡିଫଲ୍ଟ ସମ୍ବନ୍ଧୀୟ ବ୍ୟବସ୍ଥା ୧୨ କୁ ହ୍ରାସ ପାଇବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ୬ ଲକ୍ଷ ୨୮,୯୯୩ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, କୋଭିଡ ମହାମାରୀ ବିରୋଧରେ ସଂଗ୍ରାମ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୬,୨୮,୯୯୩ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଆଠଟି ଅର୍ଥନୈତିକ ପ୍ୟାକେଜ୍ ମଧ୍ୟ ଅନ୍ତର୍ଭୁକ୍ତ, ସେଥିମଧ୍ୟରୁ ଚାରିଟି ସମ୍ପୂର୍ଣ୍ଣ ନୂତନ ହୋଇଥିବାବେଳେ ଗୋଟିଏ ବିଶେଷ ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଉଦ୍ଧିଷ୍ଠ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରିଲିଫ୍ ପ୍ୟାକେଜ ମଧ୍ୟରେ କୋଭିଡ ପ୍ରଭାବିତ ଅଞ୍ଚଳ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ଋଣ ଗ୍ୟାରେଣ୍ଟି ଯୋଜନା ରହିଛି। ଏଥିରୁ ପଚାଶ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବିନିଯୋଗ ହେବ। ସେ କହିଛନ୍ତି ଯେ ଏହି ଆର୍ଥିକ ସାହାଯ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ଆଧୁନିକୀକରଣ ପାଇଁ କାର‌୍ୟ୍ୟ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଋଣ ଗ୍ୟାରେଣ୍ଟି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପର ସମ୍ପ୍ରସାରଣ ଏବଂ ଆଠଟି ବଡ ସହର ବ୍ୟତୀତ ଅନ୍ୟ କେତେକ ସହରରେ ନୂତନ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି।

ନିର୍ମଳା ସୀତାରମଣ ମଧ୍ୟ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ମେ ୨୦୨୦ ରେ ଆରମ୍ଭ ହୋଇଥିବା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟରେ ୧୨ ଟି ସରକାରୀ କ୍ଷେତ୍ର ଏବଂ ୨୫ ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ ୩୧ ଟି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏପର‌୍ୟ୍ୟନ୍ତ ୨ ଲକ୍ଷ ୩୯ ହଜାର କୋଟି ଟଙ୍କା ଋଣ ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ସୀମା ୩ ଲକ୍ଷ କୋଟିରୁ ୪.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଅନ୍ୟ ଏକ ରିଲିଫ୍ ବ୍ୟବସ୍ଥାରେ ଅର୍ଥମନ୍ତ୍ରୀ ମଧ୍ୟ ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଏହା ଅଧୀନରେ କ୍ଷୁଦ୍ର ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨..୨୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଉପଲବ୍ଧ ହେବ ।

କରୋନା ଦ୍ୱାରା ପ୍ରଭାବିତ ପର‌୍ୟ୍ୟଟନ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ପର‌୍ୟ୍ୟଟନ କ୍ଷେତ୍ର ସହ ଜଡିତ ୧୧ ହଜାର ପଞ୍ଜୀକୃତ ପର‌୍ୟ୍ୟଟକ ଗାଇଡ୍ ଏବଂ ହିତାଧିକାରୀଙ୍କ ପାଇଁ ଅର୍ଥମନ୍ତ୍ରୀ ଏକ ବଡ ରିଲିଫ୍ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହା ଅଧୀନରେ ଟ୍ରାଭେଲ ଏବଂ ଟୁର୍ ଏଜେନ୍ସିମାନଙ୍କୁ ୧୦୦% ଗ୍ୟାରେଣ୍ଟି ସହିତ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯିବ ଜ୍ଝ ରାଜ୍ୟ ତଥା ଆଞ୍ଚଳିକ ସ୍ତରର ପଞ୍ଜୀକୃତ ତଥା ଲାଇସେନ୍ସପ୍ରାପ୍ତ ପର‌୍ୟ୍ୟଟନ ଗାଇଡମାନେ ୧ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ନେଇପାରିବେ।

ଅର୍ଥମନ୍ତ୍ରୀ ବିଦେଶୀ ପର‌୍ୟ୍ୟଟକଙ୍କ ପାଇଁ ପାଞ୍ଚ ଲକ୍ଷ ଭିସା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୦ ପର‌୍ୟ୍ୟନ୍ତ କିମ୍ବା ପାଞ୍ଚ ଲକ୍ଷ ଭିସା ପ୍ରଦାନ ପର‌୍ୟ୍ୟନ୍ତ ପ୍ରଯୁଜ୍ୟ ହେବ। ଜଣେ ପର‌୍ୟ୍ୟଟକ ଏହି ଯୋଜନାର ଲାଭ କେବଳ ଥରେ ପାଇବେ। ଏହି ସମ୍ପୂର୍ଣ୍ଣ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।

ସୀତାରାମଣ ମଧ୍ୟ ଆତ୍ମ ନିର୍ଭର ଭାରତ ରୋଜଗର ଯୋଜନାର ଅବଧି ୩୦ ଜୁନ୍ ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର‌୍ୟ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିଯୁକ୍ତିଦାତାଙ୍କୁ ସାହାଯ୍ୟ କରିବା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ମାସର ୧୮ ତାରିଖ ପର‌୍ୟ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ୭୯ ହଜାର ୫୭୭ ପ୍ରତିଷ୍ଠାନର ୨୧ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ୯୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଊଇଚ ଏବଂ ଚଘକ ପରି ସାର ପାଇଁ ୧୪,୭୭୫ କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାରଙ୍କ ପୂର୍ବ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ସମ୍ପ୍ରସାରଣ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କୁ ଏହି ବର୍ଷ ମେ ରୁ ନଭେମ୍ବର ପର‌୍ୟ୍ୟନ୍ତ ପ୍ରତ୍ୟେକ ମାସରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯିବ। ଏଥିପାଇଁ ମୋଟ ୯୩ ହଜାର ୮୬୯ କୋଟି ଟଙ୍କା ଖର୍ଚ୍ଚ ହେବ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଦିଆଯାଇଥିବା ଘୋଷଣା ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ୨୩,୨୨୦ କୋଟି ଟଙ୍କା ଧାର‌୍ୟ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହା କେବଳ ଶିଶୁ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ବିଭାଗରେ ମାନବ ସମ୍ବଳକୁ ସକ୍ଷମ କରିବା ପାଇଁ ଡାକ୍ତରୀ ଛାତ୍ର ଏବଂ ନର୍ସିଂ ଛାତ୍ରମାନଙ୍କ ତାଲିମ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଡାକ୍ତରଖାନାଗୁଡ଼ିକରେ ଆଇସିୟୁ ଶଯ୍ୟା ଯୋଗାଣ ଏବଂ ଜିଲ୍ଲା ତଥା ଉପ-ଜିଲ୍ଲା ସ୍ତରରେ ଅମ୍ଳଜାନ ଯୋଗାଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ।

ପୁଷ୍ଟିହୀନତାର ମୁକାବିଲା ତଥା କୃଷକଙ୍କ ଆୟ ବଢାଇବା ପାଇଁ ଅର୍ଥମନ୍ତ୍ରୀ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତରଫରୁ ଏହିପରି କିସମର ଫସଲର ବିକାଶ ବିଷୟରେ ସୂଚନା ଦେଇଛନ୍ତି, ଯାହା ପୁଷ୍ଟିକର ପରିମାଣରେ ଭରପୂର ଏବଂ ଯେ କୌଣସି ପ୍ରକାର ଜଳବାୟୁରେ ବଞ୍ଚିପାରିବ।

ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମାର୍କେଟିଂ ନିଗମର ଆର୍ଥିକ ପୁନଃନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ୭୭୭ କୋଟି ୪୫ ଲକ୍ଷ ଟଙ୍କା ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜାତୀୟ ରପ୍ତାନି ବୀମା ଆକାଉଣ୍ଟ ପାଇଁ ଅତିରିକ୍ତ ୩୩ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ରପ୍ତାନି ବୀମା କଭରେଜକୁ ୮୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ରପ୍ତାନି କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅତିରିକ୍ତ ପୁଞ୍ଜି ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରୀ ଏବଂ ବେସରକାରୀ ଭାଗିଦାରୀ ମାଧ୍ୟମରେ ଭାରତ ନେଟ ମଡେଲ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇବା ପାଇଁ ୧୯,୪୧ କୋଟି ଟଙ୍କା ଅତିରିକ୍ତ ବ୍ୟବସ୍ଥା କରିଛନ୍ତି।

ସୀତାରାମଣ ସୂଚନା ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ୍ ସାମଗ୍ରୀର ବୃହତ ଉତ୍ପାଦନକାରୀଙ୍କ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ୨୦୨୫-୨୬ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୦-୨୧ ରେ ଏହି ଯୋଜନା ଅଧୀନରେ କରାଯାଇଥିବା ବିନିଯୋଗଗୁଡିକ ୨୦୨୫-୨୬ ପର‌୍ୟ୍ୟନ୍ତ ବୈଧ ବୋଲି ବିବେଚନା କରାଯିବ।

ବିଦ୍ୟୁତ୍ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଟଙ୍କା ବିଦ୍ୟୁତ୍ ଲାଇନ ବଜାୟ ରଖିବା ଏବଂ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହେବ । ସେ କହିଛନ୍ତି ଯେ ୨୫ କୋଟି ସ୍ମାର୍ଟ ମିଟର ଏବଂ ଦଶ ହଜାର ଫିଡର ଏବଂ ଚାରି ଲକ୍ଷ କିଲୋମିଟର ଖଞ  ଲାଇନ ସ୍ଥାପନ କରିବାର ଯୋଜନା ରହିଛି।