Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଶେଷ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ଆଜିର ଖବର

ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଶେଷ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 27, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଶେଷ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଶେଷ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୧୬ ରୁ ୨୬ ନଭେମ୍ବର ୨୦୨୬ ମଧ୍ୟରେ କେନ୍ଦ୍ରୀୟ ବଜେଟ୍ ୨୦୨୭-୨୮ର ପ୍ରସ୍ତୁତି ପାଇଁ ପର୍ଯ୍ୟାୟକ୍ରମେ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକଗୁଡ଼ିକର ଅଧ୍ୟକ୍ଷତା କରିଛନ୍ତି।

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀଠାରେ ଆଗାମୀ କେନ୍ଦ୍ରୀୟ ବଜେଟ୍ ୨୦୨୭–୨୮ ପାଇଁ ଯୁବବର୍ଗଙ୍କ ସହ ୧୩ତମ ତଥା ଅନ୍ତିମ ପ୍ରାକ୍–ବଜେଟ୍ ପରାମର୍ଶ ବୈଠକର ଅଧ୍ୟକ୍ଷତା କରିଛନ୍ତି।

ଏହି ପରାମର୍ଶ ବୈଠକଗୁଡ଼ିକରେ ୧୩ଟି କ୍ଷେତ୍ର ଏବଂ ଅଂଶୀଦାର ଗୋଷ୍ଠୀକୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ଅଂଶୀଦାର ଅଂଶଗ୍ରହଣ କରିଥିଲେ । ଏଥିରେ କୃଷି ଓ ଗ୍ରାମୀଣ ବିକାଶ; ନିର୍ମାଣ; ଏମଏସଏମଇ ଏବଂ ଷ୍ଟାର୍ଟଅପ୍; ପୁଞ୍ଜି ବଜାର ଏବଂ ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଓ ବୀମା; ସୂଚନା ପ୍ରଯୁକ୍ତିବିଦ୍ୟା; ଭିତ୍ତିଭୂମି, ଶକ୍ତି ଏବଂ ସ୍ଥାୟିତ୍ୱ; ନିଯୁକ୍ତି ଏବଂ ଶ୍ରମ; ଗୃହ ନିର୍ମାଣ, ସହରୀକରଣ ଏବଂ ସଂସ୍କୃତି; ସ୍ୱାସ୍ଥ୍ୟ ଏବଂ ସାମାଜିକ ପ୍ରସଙ୍ଗ; ଗବେଷଣା ଓ ବିକାଶ ଏବଂ ଉଚ୍ଚଶିକ୍ଷା; ବିଦ୍ୟାଳୟ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଦକ୍ଷତା ବିକାଶ ଏବଂ କ୍ରୀଡ଼ା; ଯୁବ ବ୍ୟାପାର; ଏବଂ ଅର୍ଥନୀତି କ୍ଷେତ୍ରର ଶିଳ୍ପ ସଂଘ, ବିଷୟ ବିଶେଷଜ୍ଞ, ଇଣ୍ଡିଆ ଇଙ୍କ୍‌ର ପ୍ରମୁଖ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ଯୁବ ପ୍ରତିନିଧି ଏବଂ ଅଭ୍ୟାସକାରୀମାନେ ସାମିଲ ହୋଇଥିଲେ । ଯୁବ ପ୍ରତିନିଧିମାନଙ୍କ ସହିତ ପରାମର୍ଶ ବୈଠକ ଚଳିତ ବର୍ଷର ଏକ ଅଭିନବ ପଦକ୍ଷେପ ଥିଲା ।

ଆର୍ଥିକ ବ୍ୟାପାର ବିଭାଗର ସଚିବ ସୁଶ୍ରୀ ଅନୁରାଧା ଠାକୁର; ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. ଭି. ଅନନ୍ତ ନାଗେଶ୍ୱରନ; ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀବୃନ୍ଦ; ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗର ସଚିବମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ପରାମର୍ଶ ବୈଠକଗୁଡ଼ିକରୁ ଭାରତର ମାନବ ପୁଞ୍ଜି, ନବସୃଜନ ଇକୋସିଷ୍ଟମ, ଉତ୍ପାଦନ ପ୍ରତିଦ୍ୱନ୍ଦ୍ୱିତା, କୃଷି ଉତ୍ପାଦକତା, ଗୃହ ସୁରକ୍ଷା ଏବଂ ଶୈକ୍ଷିକ ଫଳାଫଳକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରକାରର ଦୂରଦୃଷ୍ଟିସମ୍ପନ୍ନ ସୁପାରିଶ ପ୍ରାପ୍ତ ହୋଇଛି । ବ୍ୟାପକ ଏବଂ ଅନ୍ତର୍ଭୁକ୍ତ ବିକାଶ ସୁନିଶ୍ଚିତ କରିବା ସହିତ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିପାରୁଥିବା ସଂସ୍କାରର ଆବଶ୍ୟକତା ଉପରେ ଅଂଶୀଦାରମାନେ ଗୁରୁତ୍ୱାରୋପ କରିଥିଲେ ।

ପ୍ରାପ୍ତ ପ୍ରମୁଖ ପରାମର୍ଶଗୁଡ଼ିକ ମଧ୍ୟରେ ଜୈବ ସାର ଏବଂ ଉନ୍ନତ ବାୟୋଟେକ୍ନୋଲୋଜି-ଆଧାରିତ କୃଷି ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ; ସ୍ଥାନୀୟ ଭାବରେ ଉପଲବ୍ଧ ହାର୍ଡୱେର ପାଇଁ ଅନୁକୂଳିତ କ୍ଷେତ୍ର-ନିର୍ଦ୍ଦିଷ୍ଟ ଏଆଇ ମଡେଲଗୁଡ଼ିକର ବିକାଶ ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବା ପାଇଁ ପଦକ୍ଷେପ; ଏମଏସଏମଇ ଏବଂ କ୍ଷୁଦ୍ର ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସାଇବର-ସ୍ୱଚ୍ଛତା ପାଇଁ ସଚେତନତାକୁ ସୁଦୃଢ଼ୀକରଣ କାର୍ଯ୍ୟକ୍ରମ; ଏବଂ ଗ୍ରାମୀଣ ଯୁବକ ଓ ଶ୍ରମିକମାନଙ୍କୁ ଉତ୍ପାଦନକ୍ଷମ ଅଣ-କୃଷି ନିଯୁକ୍ତି ଏବଂ ସ୍ଥାୟୀ ଉଦ୍ୟୋଗ ଆଡ଼କୁ ଅଗ୍ରସର କରାଇବାରେ ସହାୟତା କରିବା ପାଇଁ ଲକ୍ଷ୍ୟଭେଦୀ ହସ୍ତକ୍ଷେପ ଅନ୍ତର୍ଭୁକ୍ତ ରହିଛି ।

ପ୍ରତ୍ୟେକ ଶିଶୁ ଯେପରି ପଞ୍ଚମ ଶ୍ରେଣୀ ଶେଷ ସୁଦ୍ଧା ଏକ ଖବରକାଗଜ ପଢ଼ି ପାରିବେ ଏବଂ ବୁଝି ପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏକ ଦେଶବ୍ୟାପୀ ପଠନ ଆନ୍ଦୋଳନ ଆରମ୍ଭ କରିବାକୁ ମଧ୍ୟ ଅଂଶଗ୍ରହଣକାରୀମାନେ ସୁପାରିଶ କରିଥିଲେ। ଗୃହ ନିର୍ମାଣ କ୍ଷେତ୍ରରେ, ସହରାଞ୍ଚଳରେ ସୁଲଭ ଗୃହ ନିର୍ମାଣର ବିସ୍ତାର ପାଇଁ ଭଡ଼ା ଘରକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଅଂଶୀଦାରମାନେ ଆଲୋକପାତ କରିଥିଲେ । ଶିକ୍ଷାରୁ ନିଯୁକ୍ତି ଏବଂ ଉଦ୍ୟୋଗିତା ଆଡ଼କୁ ଅଗ୍ରସର ହେଉଥିବା ଯୁବ ଭାରତୀୟମାନଙ୍କୁ ସହାୟତା କରିବା ପାଇଁ ଟିୟର-୨ ଏବଂ ଟିୟର-୩ ସହରଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।

ସାମୂହିକ ଭାବରେ, ଏହି ସୁପାରିଶଗୁଡ଼ିକ ନବସୃଜନ-ଭିତ୍ତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ବିସ୍ତାର କରିବା, ସାମାଜିକ ଏବଂ ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଏକ ଅଧିକ ସହନଶୀଳ ତଥା ଭବିଷ୍ୟତ-ପ୍ରସ୍ତୁତ ଅର୍ଥନୀତି ଗଠନ କରିବା ଉପରେ କେନ୍ଦ୍ରିତ ଥିଲା ।

ପ୍ରାକ୍-ବଜେଟ୍ ପରାମର୍ଶ ବଜେଟ୍ ପ୍ରସ୍ତୁତି ପ୍ରତି ସରକାରଙ୍କ ଅଂଶଗ୍ରହଣମୂଳକ ଏବଂ ପରାମର୍ଶମୂଳକ ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ, ଯାହା ବିଭିନ୍ନ ଅଂଶୀଦାରମାନଙ୍କୁ ଭାରତର ବିକାଶ ପ୍ରାଥମିକତା ଏବଂ ଅଭିବୃଦ୍ଧି ଏଜେଣ୍ଡା ଗଠନ କରିବାରେ ଯୋଗଦାନ ଦେବାକୁ ସକ୍ଷମ କରିଥାଏ ।

କେନ୍ଦ୍ର ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟ୍ ୨୦୨୭-୨୮ ପରାମର୍ଶ ବୈଠକ ପ୍ରାକ୍-ବଜେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବିଧାନ ଦିବସରେ ୨୨ଟି ଅନୁସୂଚିତ ଭାଷାରେ ଭାରତୀୟ ସମ୍ବିଧାନର ସଂଶୋଧିତ ସଂସ୍କରଣ ଉନ୍ମୋଚିତ

November 27, 2026

ଜିଏସଟି କରଦାତା ସଚେତନତା କାର୍ଯ୍ୟକ୍ରମ

November 27, 2026

ଆଜି ୨୭ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 27, 2026

୧୦୦ ଦିନ ପରେ ପୁଣି ବସିବ ସଂସଦ: ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାସ୍ ପାଇଁ ଅଙ୍କକଷା

November 26, 2026
Latest News

ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଶେଷ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 27, 2026

ସମ୍ବିଧାନ ଦିବସରେ ୨୨ଟି ଅନୁସୂଚିତ ଭାଷାରେ ଭାରତୀୟ ସମ୍ବିଧାନର ସଂଶୋଧିତ ସଂସ୍କରଣ ଉନ୍ମୋଚିତ

November 27, 2026

ଜିଏସଟି କରଦାତା ସଚେତନତା କାର୍ଯ୍ୟକ୍ରମ

November 27, 2026

ଆଜି ୨୭ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 27, 2026

୧୦୦ ଦିନ ପରେ ପୁଣି ବସିବ ସଂସଦ: ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାସ୍ ପାଇଁ ଅଙ୍କକଷା

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.