Categories
ଆଜିର ଖବର ଜାତୀୟ ଖବର

ପବିତ୍ର ବୁଡ଼ ପରେ ଶ୍ରଦ୍ଧାଳୁଙ୍କ ଘରକୁ ଫେରାଇବା ପାଇଁ ଦିନରାତି କାମ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳବୋର୍ଡ ସିଇଓ ତଥା ସିଆରବି ସତୀଶ କୁମାର ରେଳ ଭବନରେ ଥିବା ୱାର ରୁମରେ ଉତ୍ତର ପ୍ରଦେଶ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ଭିଡ଼ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମସ୍ତ ଦିଗରେ ତୀର୍ଥଯାତ୍ରୀଙ୍କ ପାଇଁ ଟ୍ରେନ୍ ଉପଲବ୍ଧ ହେବା ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରୀ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କହିଛନ୍ତି, ଯାତ୍ରୀଙ୍କ ଭିଡ଼କୁ ହ୍ରାସ କରିବା ପାଇଁ ପ୍ରୟାଗରାଜ ଡିଭିଜନକୁ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ହୋଲ୍ଡିଂ ଅଞ୍ଚଳରେ ଯାତ୍ରୀଙ୍କୁ ଆରାମଦାୟକ ସେବା ସୁନିଶ୍ଚିତ କରାଯାଇଛି।

ମହାକୁମ୍ଭ ରେଳବାଇ ସୂଚନା ବୁଲେଟିନ ଅନୁଯାୟୀ, ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଯାତ୍ରୀଙ୍କ ସୁବିଧା ପାଇଁ ୨୨୫ଟି ଟ୍ରେନ୍ ଚଳାଚଳ କରିଛି। ଯେଉଁଥିରେ ୧୨ ଲକ୍ଷ ୪୬ ହଜାରରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ମଙ୍ଗଳବାର, ୧୧ ଫେବୃଆରୀ ୨୦୨୫ରେ, ୩୪୩ଟି ଟ୍ରେନ୍ ଚଳାଚଳ କରିଛି। ସେସବୁ ଟ୍ରେନରେ ୧୪.୬୮ ଲକ୍ଷରୁ ଅଧିକ ଯାତ୍ରୀ ଥିଲେ। ଭାରତୀୟ ରେଳବାଇ ଦ୍ୱାରା ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ନିରନ୍ତର ପ୍ରଦାନ କରାଯାଉଛି। ଏଥିରେ ସ୍ୱତନ୍ତ୍ର ବୁଲେଟିନ, ମହାକୁମ୍ଭ ଅଞ୍ଚଳ ହୋଲ୍ଡିଂ ଜୋନ୍, ରେଳ ଷ୍ଟେସନ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଆଉଟଲେଟ ଅନ୍ତର୍ଭୁକ୍ତ।

ଯାତ୍ରୀମାନଙ୍କର ସୁବିଧା ପାଇଁ ପ୍ରୟାଗରାଜ ଷ୍ଟେସନ ନିକଟରେ ୫ହଜାର ଲେଖାଏଁ କ୍ଷମତା ଥିବା ୪ଟି ହୋଲ୍ଡିଂ ଏରିଆ କାର୍ଯ୍ୟକ୍ଷମ ହୋଇଛି । ଏହାବ୍ୟତୀତ, ମାଘୀ ପୂର୍ଣ୍ଣିମା ଅବସରରେ ଖୁସରୋବାଗରେ ୧ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ଏକ ନୂତନ ହୋଲ୍ଡିଂ କ୍ଷେତ୍ର ଆଜି କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ରହିବା, ଭୋଜନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା ଅପେକ୍ଷା କରୁଥିବା ଯାତ୍ରୀମାନେ ଟ୍ରେନରେ ଚଢିବା ପର୍ଯ୍ୟନ୍ତ ଆରାମରେ ରହିପାରିବେ।

ସମସ୍ତ ଯାତ୍ରୀଙ୍କୁ କେବଳ ସରକାରୀ ଉତ୍ସରୁ ସୂଚନା ଗ୍ରହଣ କରିବାକୁ ଏବଂ କୌଣସି ଅସତ୍ୟ ରିପୋର୍ଟ ଏବଂ ବିଭ୍ରାନ୍ତିକର ସୂଚନା ପ୍ରତି ଧ୍ୟାନ ନଦେବାକୁ ପରାମର୍ଶ ଦିଆଯାଇଛି।

*******

P.S.

Categories
ଆଜିର ଖବର ଜାତୀୟ ଖବର

ରେଳବାଇ ପାଇଁ ୨.୫୨ ଲକ୍ଷ କୋଟିର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ସ୍ୱାଗତ କରିଛନ୍ତି। ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜି ବ୍ୟୟ ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ରେଳବାଇ ନିଜର ନେଟୱର୍କ ବଢ଼ାଉଛି। ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ନୂଆ ପ୍ରକଳ୍ପକୁ ଦେଖିଲେ ପ୍ରାୟ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ୫୦ଟି ନମୋ ଭାରତ ଟ୍ରେନ ଏବଂ ସ୍ଲିପର ଓ ଚେୟାର କାର ସଂସ୍କରଣ ସହିତ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଏବଂ ଇଣ୍ଡିଆ ଏଆଇ ମିଶନ ଆଗାମୀ ବର୍ଷଗୁଡ଼ିକରେ ଦେଶର ବୈଷୟିକ ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ମୂଳଦୁଆ ପକାଇଛି। ସେହିପରି କ୍ୱାଣ୍ଟମ ମିଶନ, ଅନୁସନ୍ଧାନ ନେସନାଲ ରିସର୍ଚ୍ଚ ଫାଉଣ୍ଡେସନ, ଏବଂ ଡିପଟେକ୍‌ ଷ୍ଟାର୍ଟଅପ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହାଦ୍ୱାରା ଦେଶରେ ଏକ ଶକ୍ତିଶାଳୀ ବୈଷୟିକ ଆଧାର ପ୍ରତିଷ୍ଠା ହେବ। ବର୍ତ୍ତମାନ ସମୟରେ ଭାରତ ପାଇଁ ଏଭଳି ପ୍ରଗତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ହେଉ ଭକ୍ତଙ୍କ ପାଇଁ ସୁଖା ପ୍ରସାଦ କେନ୍ଦ୍ର: ପୁରୀ ସାଂସଦ

ନୂଆଦିଲ୍ଲୀ: ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ସଂସଦରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି। ସମ୍ବିତ ପାତ୍ର ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଶ୍ରୀ ଗଜପତି ମହାରାଜା, ଏବଂ ମୁକ୍ତି ମଣ୍ଡପ ସହିତ ଚର୍ଚ୍ଚା କରି ଭକ୍ତମାନଙ୍କ ପାଇଁ ସୁଖା ପ୍ରସାଦ ଉପଲବ୍ଧ କରିବାର କେନ୍ଦ୍ର ଖୋଲିବାର ପ୍ରସ୍ତାବ ଦେଇଛନ୍ତି।

ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଭକ୍ତଙ୍କର ଆଶା ଓ ଭାବନା ରହେ ଯେ, ସେ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ନିଜ ଘରକୁ ନେଇଯାଉ। କିନ୍ତୁ, ବର୍ତ୍ତମାନର ଭିଡ଼ ଓ ପରିସ୍ଥିତି ଯୋଗୁଁ ଏହା ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇପାରୁ ନାହିଁ। ଯଦି ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନରେ ମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କ ସହଯୋଗରେ ଏକ ସୁବ୍ୟବସ୍ଥିତ କେନ୍ଦ୍ର ଖୋଲି ଭକ୍ତମାନଙ୍କ ପାଇଁ ସୁଖା ପ୍ରସାଦ ଉପଲବ୍ଧ କରାଯାଏ, ତେବେ ଏହା ଭକ୍ତମାନଙ୍କ ଅନେକ ଅସୁବିଧା ଦୂର କରିବ।

ଏହି ପ୍ରସ୍ତାବ ଦ୍ବାରା ଜଗନ୍ନାଥ ଭକ୍ତମାନଙ୍କ ପାଇଁ ନୂଆ ସୁବିଧା ଉପଲବ୍ଧ ହେବ। ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଶ୍ରଦ୍ଧା ଏବଂ ଭକ୍ତିର ଅଭିବ୍ୟକ୍ତି ହେବ। ସେମାନେ ନିଜ ଘରକୁ ସୁବିଧାରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ପ୍ରସାଦ ନେଇ ଯାଇ ପରିବା ସହ ମାନସିକ ସନ୍ତୋଷ ଅନୁଭବ କରିପାରିବେ। ଏହି ଅଭିନବ ପଦକ୍ଷେପ ଫଳରେ ମନ୍ଦିରର ପରମ୍ପରା ଓ ଭକ୍ତମାନଙ୍କ ଭକ୍ତିକୁ ଏକ ନୁଆ ଦିଗ ମିଳିବ ଓ ଜଗତ କଲ୍ୟାଣ ହେବ।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ରେଳସଂଯୋଗ ସ୍ୱପ୍ନ ସାକାର ହେବାକୁ ଯାଉଛି: ରେଳ ମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ-କେନ୍ଦୁଝର ଜିଲ୍ଲାରେ ରେଳ ସଂଯୋଗରେ ସୁଧାର ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ଆଜି ସାକାର ରୂପ ନେବାକୁ ଯାଉଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଉଦବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବାଦାମପାହାଡ଼-କେନ୍ଦୁଝର ଏବଂ ବୁଢ଼ାମରା-ଚକୁଳିଆ ରେଳଲାଇନ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି। ସେ କହିଛନ୍ତି, ରାଷ୍ଟ୍ରପତି ଏହି ସମାରୋହରେ ଯୋଗ ଦେବା ସୌଭାଗ୍ୟର ବିଷୟ। ଆଜି ଅଞ୍ଚଳବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଏସବୁ ରେଳ ପ୍ରକଳ୍ପ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା। ତେବେ ଏହାକୁ ପୂରଣ କରିବା ପାଇଁ ଇଚ୍ଛାଶକ୍ତି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ରହିଥିଲା । ଆଜି ଏସବୁ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଆକାରରେ ତାହା ପ୍ରମାଣିତ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଅନ୍ୟପକ୍ଷରେ ଏସବୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ବିଷୟରେ ମଧ୍ୟ ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଥିଲେ। ସେ କହିଥିଲେ, ରାଷ୍ଟ୍ରପତି ବାରମ୍ବାର ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ପରାମର୍ଶ ଦେଉଥିଲେ। ବାଙ୍ଗିରିପୋଷି-ଗୋରୁମହିଷାଣୀ ରେଳ ପ୍ରକଳ୍ପରେ ୨,୫୪୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ୟୁନେସ୍କୋ ଜୈବ ଐତିହ୍ୟସ୍ଥଳ ଶିମିଳିପାଳକୁ ରେଳ ସଂଯୋଗ ଯୋଗାଇ ଦେବ।

ବାଦାମପାହାଡ଼-କେନ୍ଦୁଝର ୨୧୦୬ କୋଟି ଟଙ୍କାରେ ରେଳ ଲାଇନ ନିର୍ମାଣ କରାଯିବ । ଏହାଦ୍ୱାରା ଖିଚିଂର କିଚକେଶ୍ୱରୀ ମନ୍ଦିରକୁ ରେଳ ସଂଯୋଗ ସୁବିଧା ମିଳିବ। ବୁଢ଼ାମରା-ଚକୁଳିଆ ୧୬୪୯ କୋଟି ଟଙ୍କାର ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଉତ୍ତର ଭାଗକୁ ରେଳ ସଂଯୋଗ ଯୋଗାଇ ଦେବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ, ବର୍ଷେ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ଲାଇନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାହା ମଧ୍ୟ ପୂରଣ ହୋଇଛି।

ବାଦାମପାହଡ଼ରୁ ଟାଟାନଗର ମେମୁ ଟ୍ରେନ ଚାଲିବା ଆରମ୍ଭ କରିଥିବା ବେଳେ ଏଠାରୁ କୋଲକାତା ଓ ରାଉରକେଲାକୁ ମଧ୍ୟ ରେଳ ଚଳାଚଳ ଆରମ୍ଭ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି ବୋଲି ରେଳମନ୍ତ୍ରୀ କହିଥିଲେ । ପୂର୍ବରୁ ରାଜ୍ୟକୁ ମାତ୍ର ୮୦୦ କୋଟି ଟଙ୍କାର ରେଳ ଅନୁଦାନ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ୧୦ହଜାର ୫୦୦ କୋଟି ଟଙ୍କାରୁ ଅଧିକ ରେଳ ଅନୁଦାନ ପ୍ରଦାନ କରିଛନ୍ତି। ଅଧିକାଂଶ ପ୍ରକଳ୍ପ ଆଦିବାସୀ ଅଞ୍ଚଳକୁ ମିଳିଛି । ଗୁଣୁପୁର ଥେରୁବାଲି ରେଳଲାଇନ ପାଇଁ ୧୩୨୬ କୋଟି ଟଙ୍କା, ଜୁନାଗଡ଼-ନବରଙ୍ଗପୁର ରେଳଲାଇନ ପାଇଁ ୩୨୭୪, ମାଲନାଗିରି-ଭଦ୍ରାଚଳମ ପାଇଁ ୪୧୦୯ କୋଟି ଟଙ୍କା, ସରଡେଗା-ଭାଲୁମୁଡ଼ା ୧୩୬୦ କୋଟି ଟଙ୍କା, ବରଗଡ଼ ରୋଡ-ନୂଆପଡ଼ା ରେଳ ଲାଇନ ପାଇଁ ୨୯୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ, ଏବେ ଓଡ଼ିଶାରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି। ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ବିକଶିତ କରାଯାଉଛି।

ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ ଯେ ଆସନ୍ତା ୬ରୁ୭ ଦିନ ମଧ୍ୟରେ ଦୂରଦର୍ଶନ ଓଡ଼ିଆରେ ସାନ୍ତାଳି ଭାଷାରେ ସମାଚାର ପ୍ରସାରଣ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହେବାକୁ ଯାଉଛି । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଦିବାସୀ ସମାଜକୁ ସବୁବେଳେ ସମ୍ମାନ, ସମର୍ପଣ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛନ୍ତି ଏବଂ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛନ୍ତି । ଫଳସ୍ୱରୂପ ଆଜି ଏହି ସମ୍ପ୍ରଦାୟର ମହାନ ବ୍ୟକ୍ତିତ୍ୱମାନେ ମାନନୀୟ ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ତିନୋଟି ରେଳ ଲାଇନ- ବାଙ୍ଗିରିପୋଷି-ଗୋରାମହିଷାଣୀ; ବୁଢ଼ାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ; ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ରେଳ ଷ୍ଟେସନର ପୁର୍ନବିକାଶର କାର୍ଯ୍ୟ ଯାଞ୍ଚ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆଜି କଟକ ରେଳ ଷ୍ଟେସନର ପୁର୍ନବିକାଶର ଦ୍ୱିତୀୟ ପ୍ରବେଶ ଏବଂ ଜାତୀୟ ରାଜପଥରୁ ଷ୍ଟେସନକୁ ସଂଯୋଗ କରୁଥିବା ମାର୍ଗ ଯାଞ୍ଚ କରିଛନ୍ତି।

ଜାତୀୟ ରାଜପଥ ପାର୍ଶ୍ୱରୁ ୨ୟ ପ୍ରବେଶ ପଥ ସହିତ କଟକ ରେଳ ଷ୍ଟେସନର ପୁର୍ନବିକାଶ କାର୍ଯ୍ୟ ନିରୀକ୍ଷଣ କରିବା ସମୟରେ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନର ପୁର୍ନବିକାଶ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ନିର୍ମାଣ କାର୍ଯ୍ୟ ମଧ୍ୟରେ କଟକ ରେଳ ଷ୍ଟେସନ ସହରର ଉଭୟ ପାର୍ଶ୍ୱକୁ ସଂଯୋଗ କରିବ। କଟକ ଷ୍ଟେସନର ଜାତୀୟ ରାଜପଥ ପାର୍ଶ୍ୱ ପ୍ରବେଶ ପଥ ବିମାନବନ୍ଦର ପରି ଦେଖାଯାଉଛି ଏବଂ ଯାତ୍ରୀମାନଙ୍କ ଯାତାୟାତ ପାଇଁ ପ୍ରଶସ୍ତ ଅଞ୍ଚଳ ମଧ୍ୟ ଯୋଗାଇ ଦିଆଯାଇଛି। ଜାତୀୟ ରାଜପଥ ଓ ଷ୍ଟେସନର ସଂଯୋଗ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ସହିତ ଉନ୍ନତ ପାର୍କିଂ ସୁବିଧା ବ୍ୟତୀତ ଅଧିକ ନୂତନ ଯାତ୍ରୀ ପରିସେବା ଯୋଗାଇବ। ଏହା ବ୍ୟତୀତ ଏସ୍କାଲେଟର, ଲିଫ୍ଟ ଏବଂ ସିଡ଼ି ଭଳି ଆଧୁନିକ ସୁବିଧା ଯୋଗାଇ ଦିଆଯାଉଛି। କଟକ ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ପାର୍ଶ୍ୱର ନିର୍ମାଣ କାର୍ଯ୍ୟ ମଧ୍ୟ ଅଗ୍ରଗତି ସହିତ ଆଗେଇଚାଲିଛି।

ଏହା ପରେ ଶ୍ରୀ ବୈଷ୍ଣବ କଟକ ଅନ୍ତର୍ଗତ ବିରିବାଟି ନିକଟସ୍ଥ ପରମହଂସ ଠାରେ ସ୍ଥାନୀୟ ଲୋକଙ୍କ ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ଲାଇଭ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ମନ୍ତ୍ରୀଙ୍କ ଅନ୍ତର୍ନିହିତ ଭାବାବେଗ ଶୁଣିଥିଲେ। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଜନସାଧାରଣଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସୁବିଧା ଯୋଗାଇବା ପାଇଁ ରେଳ ସର୍ବଦା ପ୍ରତିବଦ୍ଧ। ସ୍ଥାନୀୟ ଲୋକଙ୍କ ଦାବିକୁ ତତକ୍ଷଣାତ ଗ୍ରହଣ କରି ଶ୍ରୀ ବୈଷ୍ଣବ ପରମହଂସ ନିକଟ ରେଳ ଲାଇନ କଡରେ ଆପ୍ରୋଚ ରୋଡ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଶ୍ରୀ ବୈଷ୍ଣବ ମଧ୍ୟ ମଧ୍ୟ କନ୍ଦରପୁରରେ ଫ୍ଲାଏଓଭର ବ୍ରିଜ ଏବଂ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ (PRS) କାଉଣ୍ଟର ଅନୁମୋଦନ ଘୋଷଣା କରିଛନ୍ତି ଯାହା ସ୍ଥାନୀୟ ଲୋକଙ୍କୁ ସୁବିଧା ଯୋଗାଇବ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ବୈଷ୍ଣବ ଜଣେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି। ପିଏମ୍‌ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି। ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା। ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତ ମଣ୍ଡପମ୍ ଠାରେ ‘ଅତି ବିଶିଷ୍ଟ ରେଳ ସେବା ପୁରସ୍କାର’ ପ୍ରଦାନ କଲେ କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ  ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ସାରା ଦେଶର ବିଭିନ୍ନ ଜୋନ୍ / ଡିଭିଜନ୍‌, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁର ୧୦୦ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ ସେବା ପାଇଁ  ‘ଅତି ବିଶିଷ୍ଟ ରେଳ ସେବା ପୁରସ୍କାର’ (ଏଭିଆର୍‌ଏସ୍‌ପି) ପ୍ରଦାନ କରିଛନ୍ତି । ରେଳ କର୍ମଚାରୀ ମାନଙ୍କ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ସେ ୨୧ଟି ଶିଲ୍ଡ ମଧ୍ୟ ପ୍ରଦାନ କରିଥିଲେ । ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ୬୮ତମ ରେଳ ସପ୍ତାହ କେନ୍ଦ୍ରୀୟ ସମାରୋହରେ ଏହି ପୁରସ୍କାର / ଶିଲ୍ଡ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ସିଇଓ ଓ ରେଳବାଇ ବୋର୍ଡର ସଦସ୍ୟ, ଜୋନାଲ ରେଳବାଇର ଜେନେରାଲ ମ୍ୟାନେଜର ଏବଂ ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସ୍‌ୟୁର ମୁଖ୍ୟମାନେ ଉପସ୍ଥିତ ଥିଲେ ।

ପୁରସ୍କାର ପ୍ରଦାନ ପରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତ ପୁରସ୍କାର ବିଜେତାଙ୍କୁ ସେମାନଙ୍କ ଅସାଧାରଣ କାର୍ଯ୍ୟ ଓ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରେଳବାଇରେ ଦ୍ରୁତ ଗତିରେ ପରିବର୍ତ୍ତନମୂଳକ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି । ଗତ ୪୦ ବର୍ଷ ତୁଳନାରେ ସାଢ଼େ ୯ ବର୍ଷରେ ଅଧିକ ବିଦ୍ୟୁତିକରଣ କରାଯାଇଛି । ଏହି ପରିବର୍ତ୍ତନ ପଛରେ ବଡ଼ ଚିତ୍ର ହେଉଛି, ଯେତେବେଳେ ୨୦୧୫ରେ ପ୍ରଧାନମନ୍ତ୍ରୀ ରେଳ ବଜେଟକୁ ସାଧାରଣ ବଜେଟ ସହିତ ମିଶ୍ରଣ କରିଥିଲେ, ସେତେବେଳେ ରେଳ ଅନୁଦାନ ଉପରେ ପୂର୍ବରୁ ଦେବାକୁ ଥିବା ସୁଧ / ପୁଞ୍ଜି ଶୁଳ୍କର ଆବଶ୍ୟକତା ନଥିଲା ଏବଂ ଏହା ରେଳବାଇ ପାଇଁ ସମସ୍ତ ଆର୍ଥିକ ପ୍ରତିବନ୍ଧକ ଦୂର କରିଥିଲା । ରେଳବାଇ ପାଇଁ ସବୁଠାରୁ ବଡ଼ ସମସ୍ୟା ଥିବା ପୁଞ୍ଜି ନିବେଶର ଅଭାବ ଏବେ ଅତୀତର କଥା ପାଲଟିଛି ।

କେନ୍ଦ୍ର ମନ୍ତ୍ରୀ ଏହା କହିଛନ୍ତି ଯେ,  ରେଳବାଇ ପ୍ରତି ଲୋକ ମାନଙ୍କର ଆଶା ଏବେ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି ଯେ , ଏହା ରେଳବାଇ ପାଇଁ ସୁବର୍ଣ୍ଣ ସମୟ ଏବଂ ଏହା ପଛରେ ଆପଣମାନେ ସମସ୍ତେ ଶକ୍ତି ଅଟନ୍ତି । ସମସ୍ତ ରେଳ କର୍ମଚାରୀ ମାନଙ୍କ ଏହି ପ୍ରତିବଦ୍ଧତା ସମସ୍ତଙ୍କୁ ଗର୍ବିତ ଅନୁଭବ କରାଏ,  କାରଣ ଆମେ ସମସ୍ତେ ଆମ ଦେଶ ପାଇଁ ଏହା କରୁଛୁ । ରେକର୍ଡ ପରିମାଣର କ୍ଷୀପ୍ରତା ଓ ସ୍ତର ଆଧାରରେ ରେଳ ଭିତ୍ତିଭୂମିର ବିକାଶ କରାଯାଉଛି । ଅନେକ ନୂଆ ଜିନିଷ ଘଟୁଛି ଯାହା ଏକ ରଣନୈତିକ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେଉଛି ।

ରେଳବାଇ ମାଧ୍ୟମରେ ଲଜିଷ୍ଟିକ୍ ଖର୍ଚ୍ଚରେ ବ୍ୟାପକ ସମ୍ଭାବ୍ୟ ସଞ୍ଚୟ ବିଷୟରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ , ଯଦି ସଡ଼କ ପଥରେ ଏପରି ପରିବହନ କରାଯାଏ, ତେବେ ଇନ୍ଧନ ଖର୍ଚ୍ଚ ସହିତ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ । ଏକ ଆକଳନ ଅନୁଯାୟୀ, ୩୦୦୦ ନିୟୁତ ଟନ୍ ନୂତନ ମାଲ ପରିବହନ ହେବ ଏବଂ ଯଦି ରେଳବାଇ ଏହାର ଅଧା ପାଇବ ତେବେ ଏହା ସମ୍ଭବତଃ ୧୬,୦୦୦ କୋଟି ଲିଟର ଇନ୍ଧନ ସଞ୍ଚୟ କରିବ ଏବଂ ଏହା ମାଧ୍ୟମରେ ୧,୨୮,୦୦୦ କୋଟି ଟଙ୍କା ସଞ୍ଚୟ ହେବ ଯାହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି ଏବଂ ସଞ୍ଚୟ ହେବ ।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୦୧୪ରେ ବିଶ୍ୱ ଅର୍ଥନୀତିରେ ଭାରତ ଦଶମ ସ୍ଥାନରେ ଥିବା ବେଳେ ୨୦୦୪ରେ ଭାରତ ମଧ୍ୟ ୧୦ମ ସ୍ଥାନରେ ଥିଲା ଏବଂ ସେଥିପାଇଁ ଏହା ଏକ ହଜି ଯାଇଥିବା ଦଶନ୍ଧି ଥିଲା । ବର୍ତ୍ତମାନ , ଭାରତ ପଞ୍ଚମ ସ୍ଥାନରେ ରହିଛି ଏବଂ ଆଗାମୀ ବର୍ଷ ଗୁଡ଼ିକରେ , ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଦୂରଦୃଷ୍ଟି ଅନୁଯାୟୀ ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ସ୍ଥିତି ହାସଲ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଆମେ ସମସ୍ତେ ଔପନିବେଶିକ ମାନସିକତାକୁ ପରିବର୍ତ୍ତନ କରିବା ଉଚିତ୍ ଏବଂ ୨୦୨୭ ସୁଦ୍ଧା ଆମେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରୁ ଅନ୍ୟତମ ହୋଇଯିବୁ ।

ରେଳବାଇ ଭାରତର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମେ କେବଳ ଲଜିଷ୍ଟିକ୍ ଖର୍ଚ୍ଚରେ ବିପୁଳ ପରିମାଣରେ ସଞ୍ଚୟ କରୁଛୁ । ଆମେ ସମସ୍ତେ ଭାଗ୍ୟବାନ ଯେ, ଆମର ଏମିତି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି , ଯିଏ କି ରେଳବାଇ ସହିତ ଭାବନାତ୍ମକ ଭାବରେ ଜଡ଼ିତ । ପ୍ରଧାନମନ୍ତ୍ରୀ ଅନେକ ସମୟରେ ମୋ ସହ ଏତେ ଅନୁଭୂତି ବାଣ୍ଟିଛନ୍ତି ଯେ ଏହା କେବଳ ସେହି ବ୍ୟକ୍ତିଙ୍କ ଠାରୁ ଆସିପାରିବ ଯିଏ ରେଳବାଇର କାର୍ଯ୍ୟକଳାପ ବିଷୟରେ ଗଭୀର ଜ୍ଞାନ ରଖିଛନ୍ତି । ରେଳବାଇ ପ୍ରତି ତାଙ୍କର ବହୁତ ପ୍ରତିବଦ୍ଧତା ରହିଛି ଏବଂ ସମସ୍ତ ରେଳ କର୍ମଚାରୀ ଏକ ଅତ୍ୟନ୍ତ ପ୍ରତିବଦ୍ଧ, ଉତ୍ସର୍ଗୀକୃତ ଟିମ୍‌ର ଅଂଶ ବିଶେଷ , ଯିଏ ଦେଶର ବିକାଶ ଦିଗରେ କାର୍ଯ୍ୟ ଜାରି ରଖିବେ । ଶେଷରେ ଶ୍ରୀ ବୈଷ୍ଣବ କହିଥିଲେ ଯେ, ଆପଣମାନେ ସମସ୍ତେ ଦେଶ ଗଠନରେ ଉଚ୍ଚ ଅବଦାନ ଦେଉଛନ୍ତି ଏବଂ ମୁଁ ଆଶା କରୁଛି ଆପଣମାନେ ଭବିଷ୍ୟତରେ ମଧ୍ୟ ସମାନ ଦକ୍ଷତା, ପ୍ରେରଣା ଏବଂ ନିଷ୍ଠାର ସହ ଏଭଳି କାର୍ଯ୍ୟ ଜାରି ରଖିବେ ।

ରେଳବାଇ ବୋର୍ଡର ଅଧ୍ୟକ୍ଷା ଜୟ ବର୍ମା ସିହ୍ନା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ , ଭାରତୀୟ ରେଳବାଇ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଯେପରିକି ଯାତ୍ରୀ ପରିବହନ ପାଇଁ ୩୪ଟି ନୂଆ ବନ୍ଦେ ଭାରତ ଟ୍ରେନ୍‌, ଅମୃତ ଭାରତ ଅଧୀନରେ ୧୩୦୯ଟି ଷ୍ଟେସନର ପୁନଃନିର୍ମାଣ ଯାହା ସାମଗ୍ରିକ ଅଭିଜ୍ଞତାରେ ଉନ୍ନତି ଆଣିବ ଏବଂ ଯାତ୍ରୀ ମାନଙ୍କ ପାଇଁ ସମୟ ସଞ୍ଚୟ କରିବ । ରେଳ ସୁରକ୍ଷା ବିଷୟରେ ସିଆରବି କହିଛି ଯେ କବଚ ସମେତ ସାମଗ୍ରିକ ନିରାପତ୍ତା ରେ ଉନ୍ନତି ଆଣିବା ପାଇଁ ରେଳବାଇ ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ଯାହା ଦ୍ରୁତ ଏବଂ ବ୍ୟାପକ ଭାବରେ କାର୍ଯ୍ୟକାରୀ ହେଉଛି ।

ଭବିଷ୍ୟତ ସମ୍ପର୍କରେ ସେ କହିଛନ୍ତି ଯେ ଭବିଷ୍ୟତ ପାଇଁ ଅନେକ ଅଭିନବ ପଦକ୍ଷେପ ରହିଛି ଯାହାକୁ ଆମେ କାର୍ଯ୍ୟକାରୀ କରିବୁ, ଯେଉଁଥିରେ ମିଶନ ୩୦୦୦ ନିୟୁତ ଟନ୍ ମାଲ ପରିବହନ ଅନ୍ତର୍ଭୁକ୍ତ; ଜିକ୍ୟୁଜିଡିରେ ବେଗ ବୃଦ୍ଧି; ଉତ୍ତର – ପୂର୍ବ ଓ ଜାମ୍ମୁ କଶ୍ମୀର ସମେତ ସମସ୍ତ ସଂଯୋଗ ବିହୀନ ଅଞ୍ଚଳକୁ ଖୁବ୍ ଶୀଘ୍ର ସଂଯୋଗ କରାଯିବ । ପୁରସ୍କାର ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀମତୀ ସିହ୍ନା କହିଛନ୍ତି ଯେ ଏହି ସମସ୍ତ ପୁରସ୍କାର ବିଜେତା ମାନଙ୍କ ଉତ୍କର୍ଷତା ଏବଂ ପ୍ରତିବଦ୍ଧତା ରେଳବାଇକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇଛି । ଭାରତକୁ ‘ବିକଶିତ ଭାରତ’ କିମ୍ବା ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ରେଳବାଇ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ଭାରତୀୟ ରେଳବାଇର ପରିବର୍ତ୍ତନ ଯାତ୍ରା ଉପରେ ଏକ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ (ବୃତ୍ତ ଚିତ୍ର) ପରିବେଷଣ କରାଯାଇଥିଲା ଏବଂ ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣ ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରୁ ଏହି ଷ୍ଟେସନ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ: ପ୍ରକଳ୍ପ ତଦାରଖ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା ଅବସରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ସେ ତାଳଚେର ରୋଡ, ଅନୁଗୋଳ, ଏମସିଏଲର ବଳରାମ ସାଇଟ, ତାଳଚେର, ସୁନାଖଣି, ବୁଢ଼ାପଙ୍କ, ମେରାମୁଣ୍ଡଳି, ହିନ୍ଦୋଳ ରୋଡ, ସଦାଶିବପୁର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହାବ୍ୟତିତ ବଅଁରପାଳ ବ୍ଲକର ବ୍ରିଜ ନଂ ୫ ଏବଂ ନତଡ଼ା ଗ୍ରାମ ପଞ୍ଚାୟତରେ ଥିବା ହିଙ୍ଗୁଳା ଅଞ୍ଚଳରେ ନିର୍ମାଣାଧୀନ ରେଲ୍ ଲିଙ୍କର କାର୍ଯ୍ୟ ଦେଖିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୂପ ଭାବେ ଢ଼େଙ୍କାନାଳ, ଶ୍ୟାମଚରଣପୁର, ଜୋରନ୍ଦା ରୋଡ ରେଳ ଷ୍ଟେସନରେ ହୋଇଥିବା ଅଗ୍ରଗତି କାର୍ଯ୍ୟ ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିଥିଲେ।  ଶ୍ରୀ ପ୍ରଧାନ ଷ୍ଟେସନରେ ଚାଲିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସବୁ ଷ୍ଟେସନରେ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଏହି ଅବସରରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳରୁ କୋଲକତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ ଚଳାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ଥିବା ଦୀର୍ଘ ଦିନର ଦାବୀ ରହିଥିଲା। ଏହାକୁ ମୋଦି ସରକାର ସ୍ୱୀକୃତି ଦେଇଛନ୍ତି। ଖୁବ ଶୀଘ୍ର ଏକ ନୂଆ ଟ୍ରେନ ସମ୍ବଲପୁରରୁ ଅନୁଗୋଳ, ତାଳଚେର ଓ ଢ଼େଙ୍କାନାଳ ଦେଇ କୋଲକାତା ଯିବ । ଅନୁଗୋଳ ଓ ଢ଼େଙ୍କାନାଳ ମଧ୍ୟରେ ନୂଆ ରେଳ ଚଳାଚଳ କରିବାର ଦାୟିତ୍ୱ ନେଇ ଜିଲ୍ଲାବାସୀଙ୍କୁ ପୂଜା ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ରେଳ ବିଭାଗ ତରଫରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨,୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଜାରୀ ରହିଛି। ଅନୁଗୋଳର ବହୃତ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ୍ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଅଛି। ତାଳଚେର, ତାଳଚେର ରୋଡ, ଅନୁଗୋଳ, ଢ଼େଙ୍କାନାଳ ଏହି ଚରୋଟି ରେଳ ଷ୍ଟେସନର ପୁନରୁଦ୍ଧାର ସହ ଅନେକ ଷ୍ଟେସନରେ ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନର କାମ ଚାଲୁ ରହିଛି। ଖୁବ ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲବାହୀ ରେଳ ଲାଇନର କାମ ଶେଷ ହେବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫସିଆଇ ଓ ନାଲକୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଲାଇନର କାମ ଆସନ୍ତା ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ନାଗରିକ ଓ ଯାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ।

ସେ ଆହୁରି କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଏବଂ ତାଳଚେରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରେଳ କ୍ଷେତ୍ରରେ ବିପୁଳ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତିତ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅନୁଗୋଳ ଭଳି ଖଣି ଖଦାନ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି(ଡ଼ିଏମଏଫ)ର ବ୍ୟବସ୍ଥା କରିଛନ୍ତି । ମୋଦି ସରକାରଙ୍କ ବ୍ୟବସ୍ଥା କାରଣରୁ ଏହି ଜିଲ୍ଲାକୁ ଡ଼ିଏମଏଫରେ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳା ମନ୍ଦିରର ଉନ୍ନତିକରଣ ପାଇଁ ଏମସିଏଲ ୮ କୋଟିରୁ ଅଧିକ ଟଙ୍କା ଦେଇଛି। ତାଳଚେର ଗୋପାଳଗଡ଼ କଣିହାଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ଏବଂ କୋଇଲା ପରିବହନ ପାଇଁ ପୃଥକ ପୃଥକ ରାସ୍ତା କରିବା ପାଇଁ ମଧ୍ୟ ଯୋଜନା କରାଯିବ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୋଳ ଓ ଢ଼େଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଜାନୁୟାରୀ ମାସ ୬ ତାରିଖ ଦିନ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ରାଜଧାନୀ କୋଚ ସହିତ ଚଳାଚଳକୁ ଆଭାସୀ (ଭିଡିଓ କାନଫରେନସି) ମାଧ୍ୟମରେ ଶୁଭାରମ୍ଭ କରିବେ।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ୧୮୪୫୨/୧୮୪୫୧ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଇବାକୁ ସ୍ଥିର ହୋଇଛି। ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ।

ଶ୍ରୀ ବୈଷ୍ଣବ ମଧ୍ୟ ଜାନୁୟାରୀ ୭ ତାରିଖ ଦିନ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କଟକ ଷ୍ଟେସନ ନିରୀକ୍ଷଣ କରିବେ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧରେ ସମୀକ୍ଷା କରିବେ।

କଟକ ରେଳ ଷ୍ଟେସନର ପ୍ରବେଶ ପଥ ବିକାଶ କାର୍ଯ୍ୟଗୁଡିକ ମଧ୍ୟରେ ପରୀକ୍ଷେତ୍ର ଅଞ୍ଚଳରେ ଦୁଇ / ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ରହିବ ସହିତ ଚୌଡା ସଂଯୋଗୀକରଣ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ |

ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ।

ଜାନୁୟାରୀ ୭ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ, ମାନ୍ୟବର ବିଧାୟକ ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ ପ୍ରମୁଖ କଟକ ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ।

ରେଳମନ୍ତ୍ରୀ ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଅପରାହ୍ନରେ ନୀଳଗିରି, ବସ୍ତା ଏବଂ ଜଳେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ପରିଷେବାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ।