Categories
ଆଞ୍ଚଳିକ

ପାରିଲାନି ପ୍ରଶାସନ: ରାସ୍ତା ମରାମତି କରି ଉଦାହରଣ ପାଲଟିଲେ କୋମଳ ମତି ବାଳକ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସରକାର ଯାହା କରି ନ ପାରିଲା ତାହା ପୁଣି କୋମଳ ମତି ପିଲାମାନଙ୍କ ଦ୍ବାରା ସଂଭବ ହୋଇପାରିଛି। ଏକ ଖରାପ ରାସ୍ତାକୁ ମରାମତି କରି ଉଦାହରଣ ପାଲଟିଛନ୍ତି ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ଵଳମ୍ ପଞ୍ଚାୟତର ପିଲାମାନେ।

ସୂଚନା ଅନୁଯାୟୀ ବଳମ୍ ପଂଚାୟତ ଗଞ୍ଜାବାହାଳ ଛକ ରାସ୍ତାରେ ଟ୍ରାକ୍ଟର ଯିବା ଆସିବା କରି ଅନେକ ଗର୍ତ୍ତ ସୃଷ୍ଟି ହୋଇ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ଏହି ଛକ ଠାରୁ ଗଞ୍ଜାଵାହାଲ୍, ରଞ୍ଜା, ଧଳତଇଲା ଓ ବେତଝରଣ ଗ୍ରାମକୁ ରାସ୍ତା ଯାଇଛି। ଟ୍ରାକ୍ଟର ଚାଳକ ଓ ମାଲିକମାନଙ୍କୁ ଗ୍ରାମବାସୀ ଅନେକ ଥର ସମତୁଲ କରିବା ପାଇଁ ଅନୁରୋଧ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଏପରି ରାସ୍ତାକୁ କିପରି ସଜଡ଼ା ଯାଇ ପାରିବ ସେଥିପାଇଁ କମ୍ ବୟସର ପିଲାମାନେ ଆଗେଇ ଆସିଥିଲେ। ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତକୁ ଅପେକ୍ଷା ନ କରି ଦିବ୍ୟାଙ୍ଗ ଅନୁଷ୍ଠାନ ସମର୍ଥ ଭାରତର ସ୍ଥାନୀୟ ସଞ୍ଚାଳକ ହରେକୃଷ୍ଣ ବିଶିଙ୍କ ପରିଚାଳନାରେ ଗ୍ରାମର ଶିଶୁ ଓ କିଶୋରମାନେ ଏହି ରାସ୍ତାଟିକୁ ସମତୁଲ କରି ଉଦାହରଣ ପାଲଟିଛନ୍ତି।

ଉକ୍ତ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି ଓ ଵ୍ଲକ୍ ପ୍ରଶାସନ ଓ ଗ୍ରାମ ପଞ୍ଚାୟତ୍ ର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।