Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିଜକୁ ଗୁଳି କଲେ କୋଏମ୍ବାଟୁରର ଡିଆଇଜି, କାର୍ଯ୍ୟାଳୟ ପହଞ୍ଚି ସୁରକ୍ଷାକର୍ମୀଙ୍କଠାରୁ ମାଗିଥିଲେ ପିସ୍ତଲ

ନୂଆଦିଲ୍ଲୀ: ତାମିଲନାଡୁର କୋଏମ୍ବାଟୁରର ଡିଆଇଜି ନିଜ କାର୍ଯ୍ୟାଳୟରେ ନିଜକୁ ଗୁଳି କରି ମୃତ୍ୟୁବରଣ କରିଛନ୍ତି। ଯାହାକୁ ନେଇ କାର୍ଯ୍ୟାଳୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୁଳି ଚଳାଇବାର କିଛି ସମୟ ପରେ ଡିଆଇଜିଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ରେସ କୋର୍ସରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ ଡିଆଇଜି ସି ବିଜୟକୁମାର ନିଜ ପିସ୍ତଲ ସାହାଯ୍ୟରେ ଗୁଳି ଚଳାଇଥିଲା। ତାଙ୍କ ନିକଟସ୍ଥ ପୋଲିସ୍ କର୍ମୀମାନେ କହିଥିଲେ ଯେ, ସେ ଗତ କିଛି ଦିନ ହେବ ଚାପରେ ଥିଲେ। ଯାହା ପରେ ବର୍ତ୍ତମାନ ସେ ଏହି ପଦକ୍ଷେପ ନେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସମସ୍ତ ବଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହେବାକୁ ଯାଉଛି।

Categories
ଆଜିର ଖବର ଜାତୀୟ ଖବର

ବାଙ୍ଗାଲୋରରୁ ମାଲେ ଯାଉଥିବା ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି, କୋଏମ୍ବାଟୁରରେ ଜରୁରୀ ଅବତରଣ

ଚେନ୍ନାଇ: ଧୂଆଁ ସମ୍ବଦ୍ଧୀୟ ଚେତାବନୀ ହେତୁ ମାଲେ ଯାଉଥିବା ଘରୋଇ ବିମାନକୁ ଆଜି କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିବାକୁ ପଡିଛି। ସରକାରୀ ସୂତ୍ର ଏହି ସୂଚନା ଦେଇଛି। ବାଙ୍ଗାଲୋରରୁ ମାଲେ ଅଭିମୁଖେ ଯାଉଥିବା ଏହି ବିମାନରେ ୯୨ ଜଣ ଯାତ୍ରୀ ଥିଲେ। ବିମାନଟିକୁ ନିରାପଦରେ ବିମାନବନ୍ଦରରେ ଅବତରଣ କରାଯାଇଛି ଏବଂ ‘ଆପ୍ରୋନ୍’ ରେ ପାର୍କିଂ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ପାଇଲଟଙ୍କ ଅନୁଯାୟୀ ବିମାନର କାର୍ଯ୍ୟ ସ୍ୱାଭାବିକ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର ଠାରେ ପହଞ୍ଚିଲା ଭାରତ ଗୌରବ “ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା ଟ୍ରେନ”

ଭୁବନେଶ୍ବର: ଜୁଲାଇ ୨୩ ତାରିଖ ୨୦୨୨ରେ ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡି ଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା” ଟ୍ରେନ ଏହାର ଯାତ୍ରା ସ୍ଥଳ ପରିଭ୍ରମଣ ମଧ୍ୟରେ ଆଜି ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ପହଁଚିଛି।

କାଶୀ ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ ଦେଶର ଅନେକ ଧାର୍ମିକ ଗନ୍ତବ୍ୟସ୍ଥଳକୁ ପରିଭ୍ରମଣ କରିବ ଯେଉଁଠାରେ ତୀର୍ଥଯାତ୍ରୀ/ପର୍ଯ୍ୟଟକ ପିଠାପୁରମ, ପୁରୀ, କୋଣାର୍କ, ଯାଜପୁର, କାଶୀ, ଗୟା, ପ୍ରୟାଗରାଜ ଏବଂ ବିଜୟୱାଡା ସ୍ଥିତ ଶକ୍ତିପୀଠ ଗୁଡିକୁ ପରିଦର୍ଶନ କରିବ।

ଓଡିଶାର ଶକ୍ତି ପୀଠ ମଧ୍ୟରେ ପର୍ଯ୍ୟଟକମାନେ କୋଣାର୍କରେ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ପୁରୀର ବିମଳା ମନ୍ଦିର ଏବଂ ଯାଜପୁରର ବିରଜା ମନ୍ଦିର ପରିଦର୍ଶନ କରିବେ।

ଭାରତ ଏବଂ ବିଶ୍ୱବାସୀଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ପ୍ରଦର୍ଶନ କରିବା ହେଉଛି ଭାରତ ଗୌରବ ଟ୍ରେନ ଚଳାଚଳର ଏକ ପରିକଳ୍ପନା।  ଭାରତ ଗୌରବ ଟ୍ରେନ୍ ଚଳାଚଳ ନୀତି ଅଧୀନରେ ଭାରତୀୟ ରେଳ ସହଭାଗିତାରେ ଏହି ଟୁରିଷ୍ଟ ସର୍କିଟ୍ ଚଳାଚଳ ପାଇଁ ଏକ ପଦକ୍ଷେପ।