ଯାଜପୁର ଠାରେ ପହଞ୍ଚିଲା ଭାରତ ଗୌରବ “ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା ଟ୍ରେନ”

Published: Jul 26, 2022, 7:59 pm IST

ଭୁବନେଶ୍ବର: ଜୁଲାଇ ୨୩ ତାରିଖ ୨୦୨୨ରେ ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡି ଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା” ଟ୍ରେନ ଏହାର ଯାତ୍ରା ସ୍ଥଳ ପରିଭ୍ରମଣ ମଧ୍ୟରେ ଆଜି ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ପହଁଚିଛି।

କାଶୀ ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ ଦେଶର ଅନେକ ଧାର୍ମିକ ଗନ୍ତବ୍ୟସ୍ଥଳକୁ ପରିଭ୍ରମଣ କରିବ ଯେଉଁଠାରେ ତୀର୍ଥଯାତ୍ରୀ/ପର୍ଯ୍ୟଟକ ପିଠାପୁରମ, ପୁରୀ, କୋଣାର୍କ, ଯାଜପୁର, କାଶୀ, ଗୟା, ପ୍ରୟାଗରାଜ ଏବଂ ବିଜୟୱାଡା ସ୍ଥିତ ଶକ୍ତିପୀଠ ଗୁଡିକୁ ପରିଦର୍ଶନ କରିବ।

ଓଡିଶାର ଶକ୍ତି ପୀଠ ମଧ୍ୟରେ ପର୍ଯ୍ୟଟକମାନେ କୋଣାର୍କରେ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ପୁରୀର ବିମଳା ମନ୍ଦିର ଏବଂ ଯାଜପୁରର ବିରଜା ମନ୍ଦିର ପରିଦର୍ଶନ କରିବେ।

ଭାରତ ଏବଂ ବିଶ୍ୱବାସୀଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ପ୍ରଦର୍ଶନ କରିବା ହେଉଛି ଭାରତ ଗୌରବ ଟ୍ରେନ ଚଳାଚଳର ଏକ ପରିକଳ୍ପନା।  ଭାରତ ଗୌରବ ଟ୍ରେନ୍ ଚଳାଚଳ ନୀତି ଅଧୀନରେ ଭାରତୀୟ ରେଳ ସହଭାଗିତାରେ ଏହି ଟୁରିଷ୍ଟ ସର୍କିଟ୍ ଚଳାଚଳ ପାଇଁ ଏକ ପଦକ୍ଷେପ।

Related posts