Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ମୁମ୍ବାଇ କୋଣାର୍କ ଏକ୍ସପ୍ରେସର ସମୟରେ ହେଲା ପରିବର୍ତ୍ତନ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ମୁମ୍ବାଇ – ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଟ୍ରେନ ସମୟ ସାରଣୀକୁ ବିଶାଖାପାଟଣା ଓ ଭୁବନେଶ୍ୱର ମଧ୍ୟରେ ପରିବର୍ତ୍ତିତ ଏବଂ ସଂଶୋଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ

୦୧୦୧୯ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ – ଭୁବନେଶ୍ୱର କୋଣାର୍କ ସ୍ପେଶାଲ ମୁମ୍ବାଇରୁ ୧୨ ଏପ୍ରିଲ, ୨୦୨୧ ଠାରୁ ବିଶାଖାପାଟଣା ଠାରେ ଏହାର ନିର୍ଧାରିତ ଆଗମନ ସମୟ ଅପରାହ୍ନ ୩ଘ.୩୫ମି.ପରିବର୍ତ୍ତେ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚିବ ଏବଂ ଅପରାହ୍ନ ୩ଘ.୫୫ମି.ପରିବର୍ତ୍ତେ ଅପରାହ୍ନ ୪ଘ.୦୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ୍ ଭୁବନେଶ୍ୱର ଠାରେ ଏହାର ନିର୍ଧାରିତ ଆଗମନ ସମୟ ରାତ୍ରି ୧୧ଘ.୧୫ମି. ପରିବର୍ତ୍ତେ ରାତ୍ରି ୧୧ଘ.୨୦ମି.ରେ ପହଞ୍ଚିବ। ବିଜୟନଗରମ, ଶ୍ରୀକାକୁଲମ୍ ରୋଡ୍, ସୋମପେଟା, ଇଛାପୁରମ୍, ବ୍ରହ୍ମପୁର, ଛତ୍ରପୁର ଏବଂ ବାଲୁଗାଓଁ ଷ୍ଟେସନ ମାନଙ୍କରେ ଏହି ଟ୍ରେନର ସମୟ ସାରଣୀକୁ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଅନ୍ୟ ସ୍ଥିରୀକୃତ ଷ୍ଟେସନଗୁଡିକରେ ଏହି ଟ୍ରେନ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ଭୁବନେଶ୍ୱର ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ କୋଣାର୍କ ସ୍ପେସିଆଲର ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଯାତ୍ରୀଗଣ, ଆଜି କୋଣାର୍କ ଏକ୍ସପ୍ରେସ ମୁମ୍ବାଇରୁ ବହୁ ବିଳମ୍ବରେ ଛାଡିବ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର, ଆଜି ବୁଧବାର ଦିନ ମୁମ୍ବାଇ ଠାରୁ ଭୁବନେଶ୍ୱର ଆସୁଥିବା ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଏହାର ନିର୍ଧାରିତ ସମୟ ଅପରାହ୍ନ ୩ଘ.୦୫ମି. ପରିବର୍ତେ ରାତ୍ର ୧୦ ଘଟିକାରେ ଭୁବନେଶ୍ୱରକୁ ଯାତ୍ରା କରିବ। ମୁମ୍ବାଇ ଅଂଚଳରେ ମାତ୍ରାଧିକ ବର୍ଷ ଜନିତ ଟ୍ରେନ ଲାଇନ ଉପରେ ପାଣି ସରବରାହ ଯୋଗୁଁ ମୁମ୍ବାଇ ଠାରୁ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ର ଛାଡିବା ସମୟରେ ଆଜି ପରିବର୍ତନ କରାଯାଇ ଅଛି। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଆସନ୍ତା ଶୁକ୍ରବାର ଦିନ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱରରୁ ବାତିଲ ହୋଇଛି I

ଭୁବନେଶ୍ବର, ମାତ୍ରାଧିକ ବର୍ଷା ଦ୍ୱାରା ମୁମ୍ବାଇ ରେ ରେଳଧାରଣା ଉପରେ ପାଣି ଜମିରହିଥିବା ଯୋଗୁଁ ଗତକାଲି (୦୫.୦୮.୨୦୨୦ ବୁଧବାର) ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ କୁ ବାତିଲ କରାଯାଇଅଛି। ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁଁ ଆସନ୍ତା କାଲି (୦୭.୦୮.୨୦୨୦ ଶୁକ୍ରବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ।