ଭୁବନେଶ୍ବର ମୁମ୍ବାଇ କୋଣାର୍କ ଏକ୍ସପ୍ରେସର ସମୟରେ ହେଲା ପରିବର୍ତ୍ତନ, ଜାଣନ୍ତୁ କେତେବେଳେ

Published: Apr 7, 2021, 2:16 pm IST

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ମୁମ୍ବାଇ – ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଟ୍ରେନ ସମୟ ସାରଣୀକୁ ବିଶାଖାପାଟଣା ଓ ଭୁବନେଶ୍ୱର ମଧ୍ୟରେ ପରିବର୍ତ୍ତିତ ଏବଂ ସଂଶୋଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ

୦୧୦୧୯ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ – ଭୁବନେଶ୍ୱର କୋଣାର୍କ ସ୍ପେଶାଲ ମୁମ୍ବାଇରୁ ୧୨ ଏପ୍ରିଲ, ୨୦୨୧ ଠାରୁ ବିଶାଖାପାଟଣା ଠାରେ ଏହାର ନିର୍ଧାରିତ ଆଗମନ ସମୟ ଅପରାହ୍ନ ୩ଘ.୩୫ମି.ପରିବର୍ତ୍ତେ ଅପରାହ୍ନ ୩ଘ.୪୫ମି.ରେ ପହଞ୍ଚିବ ଏବଂ ଅପରାହ୍ନ ୩ଘ.୫୫ମି.ପରିବର୍ତ୍ତେ ଅପରାହ୍ନ ୪ଘ.୦୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ୍ ଭୁବନେଶ୍ୱର ଠାରେ ଏହାର ନିର୍ଧାରିତ ଆଗମନ ସମୟ ରାତ୍ରି ୧୧ଘ.୧୫ମି. ପରିବର୍ତ୍ତେ ରାତ୍ରି ୧୧ଘ.୨୦ମି.ରେ ପହଞ୍ଚିବ। ବିଜୟନଗରମ, ଶ୍ରୀକାକୁଲମ୍ ରୋଡ୍, ସୋମପେଟା, ଇଛାପୁରମ୍, ବ୍ରହ୍ମପୁର, ଛତ୍ରପୁର ଏବଂ ବାଲୁଗାଓଁ ଷ୍ଟେସନ ମାନଙ୍କରେ ଏହି ଟ୍ରେନର ସମୟ ସାରଣୀକୁ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଅନ୍ୟ ସ୍ଥିରୀକୃତ ଷ୍ଟେସନଗୁଡିକରେ ଏହି ଟ୍ରେନ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ଭୁବନେଶ୍ୱର ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ କୋଣାର୍କ ସ୍ପେସିଆଲର ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Related posts