Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିଦେଶ ଯାତ୍ରୀଙ୍କ ପାଇଁ ଖୁସି ଖବର: କୋଭାକ୍ସିନ ଟୀକାକୁ ଅନୁମତି ଦେଲା ଏହି ଦେଶ

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅନୁମୋଦନ କରିଛି। ବର୍ତ୍ତମାନ ୧୨ ବର୍ଷରୁ ଅଧିକ ଯାତ୍ରୀମାନେ ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନେ କୌଣସି ପ୍ରତିବନ୍ଧକ ବିନା ଅଷ୍ଟ୍ରେଲିଆରେ ପ୍ରବେଶ କରିପାରିବେ। କୋଭାକ୍ସିନ୍ ଗ୍ରହଣ କରୁଥିବା ଜଣେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଥିବା ବିବେଚନା କରାଯିବ। ଅଷ୍ଟ୍ରେଲିଆର ଥେରାପିଟିଭ୍ ଗୁଡସ୍ ଆଡମିନିଷ୍ଟ୍ରେସନ୍ (TGA) ଏହି ଟିକାକୁ ‘ସ୍ୱୀକୃତି’ କରିବାକୁ ନିଷ୍ପତ୍ତି ନେଇଛି। ତଥାପି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ ଏପର୍ଯ୍ୟନ୍ତ ସବୁଜ ସଙ୍କେତ ପାଇନାହିଁ।

ଭାରତର ଅଷ୍ଟ୍ରେଲିଆର ହାଇ କମିଶନର ବରୀ ଓ’ଫରେଲ ଏଓ କହିଛନ୍ତି ଯେ, ଯାତ୍ରୀମାନଙ୍କ ଟୀକାକରଣ ସ୍ଥିତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ସରକାର ଭାରତ ବାୟୋଟେକର କୋଭାକ୍ସିନକୁ ସ୍ୱୀକୃତି ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭାରତ ନିର୍ମିତ “କୋଭାକ୍ସିନ” କୁ ଏହି ସପ୍ତାହ ଶେଷରେ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚୂଡ଼ାନ୍ତ “ଲାଭ-ବିପଦ ମୂଲ୍ୟାଙ୍କନ” କରିବା ପାଇଁ ଭାରତ ବାୟୋଟେକରୁ “ଅତିରିକ୍ତ ସ୍ପଷ୍ଟୀକରଣ” ମାଗିଛି। ହୁ’ କହିଛି ଯେ ସ୍ପଷ୍ଟୀକରଣ ପାଇବା ପରେ ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ ନଭେମ୍ବର ୩ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ।

ଜରୁରୀକାଳୀନ ବ୍ୟବହାର ତାଲିକା (EUL) ରେ ଅନ୍ତର୍ଭୂକ୍ତ କରିବା ପାଇଁ ସଂଗଠନର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ହେଉଛି ଏକ ସ୍ଵାଧୀନ ପରାମର୍ଶଦାତା ଗୋଷ୍ଠୀ ଯାହା EUL ପ୍ରଣାଳୀ ଅନୁଯାୟୀ ଜରୁରୀକାଳୀନ ବ୍ୟବହାର ପାଇଁ ଆଣ୍ଟି-କୋଭିଡ୍ -୧୯ ଟିକାକୁ ବିଚାର କରାଯିବା ଉଚିତ କି ନାହିଁ ତାହା ହୁ’ କୁ ସୁପାରିଶ କରେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏମ୍ସରେ ୬ ରୁ ୧୨ ବର୍ଷ ପିଲାଙ୍କ ଉପରେ କ୍ଲିନିକାଲ ଟ୍ରାଏଲକୁ ନେଇ ଭୟଭୀତ: ଡାକ୍ତର ଦମ୍ପତି ନିଜର ଦୁଇ ସନ୍ତାନଙ୍କୁ ଦେଲେ ଟୀକା

ପାଟଣା: ବର୍ତ୍ତମାନ ଦେଶରେ କରୋନା ଦାୟୁରୁ ରକ୍ଷା କରିବା ପାଇଁ ପିଲାମାନଙ୍କ ଉପରେ ଟୀକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଯାଇଛି। ଅପରପକ୍ଷରେ ଲୋକଙ୍କ ମନରେ ଏହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସନ୍ଦେହ ଭିତରେ ଏମ୍ସ ପାଟଣାର ଡାକ୍ତରମାନେ ନିଜର ପିଲାମାନଙ୍କୁ କୋଭାକ୍ସିନ ଟୀକାର ଚାଲିଥିବା କ୍ଲିନିକାଲ ଟ୍ରାଏଲ ପାଇଁ ଆଗକୁ ଆସିଛନ୍ତି।

ଏମ୍ସ ପାଟଣାର ନିର୍ଦ୍ଦେଶକ ଡା. ସିଏମ ସିଂହ କହିଛନ୍ତି ଯେ, ୬ ରୁ ୧୨ ବର୍ଷ ବର୍ଗର ପିଲାଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ୭ ଜଣ ପିଲା ପ୍ରଥମ ଡୋଜ ଟୀକା ନେଇଛନ୍ତି। ବିହାରର ଏକ ଡାକ୍ତର ଦମ୍ପତି ତାଙ୍କର ଦୁଇ ସନ୍ତାନଙ୍କ ଉପରେ ଟୀକାର କ୍ଲିନିକାଲ ଟ୍ରାଏଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଂଗ୍ରେସ ନେତାଙ୍କ ଦାବି: ଗାଈ ବାଛୁରୀର ସେରମ୍ ରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟୀକା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢେଇ ପାଇଁ ଦେଶରେ ଲୋକଙ୍କୁ କୋଭାକ୍ସିନ ଟୀକା ଦିଆଯାଉଛି। ଏହି ଟୀକାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଏହା ଭିତରେ ଭାରତ ବାୟୋଟେକର କୋଭାକ୍ସିନ ଟୀକକୁ ନେଇ କଂଗ୍ରେସ ନେତା ଗୌରଭ ପାନ୍ଧୀ ଏକ ଦାବି କରିଛନ୍ତି।

ଗୌରବଙ୍କ ଦାବି ଅନୁଯାୟୀ, କୋଭାକ୍ସିନ ଟୀକାକୁ ଗାଈ ବାଛୁରିରୀ ସିରମ୍ ରୁ ପ୍ରସ୍ତୁତ କରାଯାଇଛି। ଆରଟିଆଇର ତଥ୍ୟ ଅନୁଯାୟୀ ସେ ଏହି ଦାବି କରିଛନ୍ତି। ଗୌରଭଙ୍କ ଏହି ମନ୍ତବ୍ୟ ପରେ ଟୀକାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ଏହାର କୌଣସି ସତ୍ୟତା ନାହିଁ। ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ନବଜାତ ବାଛୁରୀର ସେରମ୍ କୁ କେବଳ ବେରୋ ସେଲ୍ସକୁ ବିକଶିତ କରିବା ପାଇଁ ବ୍ୟବହାର କରାଯାଇଛି। ଏହି କୌଶଳ ପୋଲିଓ, ଏନଫ୍ଳୁଏଞ୍ଜା ଟୀକା ପାଇଁ ବହୁ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Categories
ଜାତୀୟ ଖବର ବିଶେଷ ଖବର

ରାଜ୍ୟଗୁଡିକୁ ଟିକା ବାଣ୍ଟିବା ପାଇଁ 44 କୋଟି ଡୋଜ କିଣିବାକୁ ଅର୍ଡର ଦେଲା କେନ୍ଦ୍ର, ଜାଣନ୍ତୁ କେଉଁଥିରୁ କେତେ

ନୂଆଦିଲ୍ଲୀ, ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ 16 ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ ଭାରତ ସରକାର ଟିକାକରଣ ନୀତିକୁ ଉଦାରୀକରଣ କରିଥିଲେ।

ଏହି ଉଦାର ନୀତି ଅନୁଯାୟୀ, 1 ମଇ, 2021 ଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏଥିରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣ କରାଯାଉଛି। ଏବେ ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ 18 ବର୍ଷରୁ ଅଧିକ ଆୟୁର ସମସ୍ତ ନାଗରିକମାନଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଟିକା ଦିଆଯିବ।

ପ୍ରଧାନମନ୍ତ୍ରୀ ଏ ସଂକ୍ରାନ୍ତରେ ଘୋଷଣା କରିବାର ତୁରନ୍ତ ପରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ମାର୍ଗଦର୍ଶିକାରେ ଗତକାଲି ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 25 କୋଟି ଡୋଜ୍ କୋଭିଶିଲ୍ଡ କିଣିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅର୍ଡର ଦିଆଯାଇଥିବା ବେଳେ 19 କୋଟି ଡୋଜ୍ କୋଭାକ୍ସିନ କ୍ରୟ ନିମନ୍ତେ ଭାରତ ବାୟୋଟେକକୁ ଅର୍ଡର ଦିଆଯାଇଛି।

କୋଭିଡ-19 ଟିକାର ଏହି 44 କୋଟି ଡୋଜ୍ ଆଜିଠାରୁ ଡିସେମ୍ବର 2021 ମଧ୍ୟରେ ଉପଲବ୍ଧ ହେବ। ଏହାବ୍ୟତୀତ ଦୁଇ କୋଭିଡ ଟିକା କ୍ରୟ ନିମନ୍ତେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକକୁ 30 ପ୍ରତିଶତ ଅଗ୍ରୀମ ରାଶି ଜାରି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

୨ରୁ ୧୮ ବର୍ଷ ବୟସ୍କଙ୍କ ନିକଟରେ କୋଭାକ୍ସିନର ଆଉ ଦୁଇଟି ପର୍ଯ୍ୟାୟ ପରୀକ୍ଷା ପାଇଁ ୫୨୫ ଜଣ ଚିହ୍ନଟ

ନୂଆଦିଲ୍ଲୀ, ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (ଏସଇସି)ର ସୁପାରିସକୁ ଗ୍ରହଣ କରିଛି ଏବଂ ୨ରୁ ୧୮ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଏହାର ଉତ୍ପାଦକ ଭାରତ ବାୟୋଟେକ ଲିମିଟେଡକୁ ମଞ୍ଜୁରି ଦେଇଛି।

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର‌୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ, ହାଇଦ୍ରାବାଦ (ବିବିଆଇଏଲ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପରୀକ୍ଷଣ ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ।

ଏହି ପରୀକ୍ଷଣରେ, ଇଣ୍ଟ୍ରାମସ୍କୁଲାର ମାର୍ଗ ମାଧ୍ୟମରେ ୦ରୁ ୨୮ ଦିନ ମଧ୍ୟରେ ଟିକାର ଦୁଇଟି ଡୋଜ୍ ଦିଆଯିବ। ତ୍ବରିତ ନିୟନ୍ତ୍ରକ ପଦକ୍ଷେପ ସ୍ବରୂପ, ୧୧.୦୫.୨୦୨୧ରେ ବିଷୟ ବିଶେଷଜ୍ଞ ସମିତି (ଏସଇସି) (କୋଭିଡ୧୯)କୁ ପ୍ରସ୍ତାବ ଦିଆଯାଇଥିଲା। ସମିତି ବିସ୍ତୃତ ବିଚାରବିମର୍ଷ ପରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁସାରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେବାକୁ ସୁପାରିସ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆସନ୍ତା ଦୁଇ ଦିନ ପାଇଁ ଟୀକାକରଣ ବନ୍ଦ: ଆଜି ପହଞ୍ଚିବ କୋଭାକ୍ସିନ ଟୀକା

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ତଥା ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ତେବେ ଆଜି ଓଡ଼ିଶାକୁ ଟୀକା ଆସୁଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି। ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ପାଇଁ ଆଜି କିଛି କୋଭାକ୍ସିନ ଟୀକା ଆସୁଥିବା ନେଇ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଟୀକା ଆସିବା ପରେ କେଉଁ ଦିନ ଟୀକାକରଣ ଆରମ୍ଭ ହେବ, ତାହା ନେଇ ସ୍ଥିର କରାଯିବ।

ବର୍ତ୍ତମାନ ଦ୍ଵିତୀୟ ଡୋଜ ଦେବା ପାଇଁ ଟୀକା ନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେଥିପାଇଁ ଦ୍ଵିତୀୟ ଡୋଜ ପାଇଁ ଆଜି କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।