କଂଗ୍ରେସ ନେତାଙ୍କ ଦାବି: ଗାଈ ବାଛୁରୀର ସେରମ୍ ରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟୀକା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ପ୍ରତିକ୍ରିୟା

Published: Jun 16, 2021, 6:20 pm IST

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢେଇ ପାଇଁ ଦେଶରେ ଲୋକଙ୍କୁ କୋଭାକ୍ସିନ ଟୀକା ଦିଆଯାଉଛି। ଏହି ଟୀକାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଏହା ଭିତରେ ଭାରତ ବାୟୋଟେକର କୋଭାକ୍ସିନ ଟୀକକୁ ନେଇ କଂଗ୍ରେସ ନେତା ଗୌରଭ ପାନ୍ଧୀ ଏକ ଦାବି କରିଛନ୍ତି।

ଗୌରବଙ୍କ ଦାବି ଅନୁଯାୟୀ, କୋଭାକ୍ସିନ ଟୀକାକୁ ଗାଈ ବାଛୁରିରୀ ସିରମ୍ ରୁ ପ୍ରସ୍ତୁତ କରାଯାଇଛି। ଆରଟିଆଇର ତଥ୍ୟ ଅନୁଯାୟୀ ସେ ଏହି ଦାବି କରିଛନ୍ତି। ଗୌରଭଙ୍କ ଏହି ମନ୍ତବ୍ୟ ପରେ ଟୀକାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ଏହାର କୌଣସି ସତ୍ୟତା ନାହିଁ। ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ନବଜାତ ବାଛୁରୀର ସେରମ୍ କୁ କେବଳ ବେରୋ ସେଲ୍ସକୁ ବିକଶିତ କରିବା ପାଇଁ ବ୍ୟବହାର କରାଯାଇଛି। ଏହି କୌଶଳ ପୋଲିଓ, ଏନଫ୍ଳୁଏଞ୍ଜା ଟୀକା ପାଇଁ ବହୁ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Related posts