Categories
ଜାତୀୟ ଖବର ବିଶେଷ ଖବର

ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ଡୋଜରୁ ଅଧିକ ଟିକା, ଭାରତରେ ମୋଟ ଟିକାକରଣ ୧୨ କୋଟିକୁ ଟପିଲା

ନୂଆଦିଲ୍ଲୀ, ଭାରତ ମାତ୍ର ୯୨ ଦିନ ମଧ୍ୟରେ ୧୨ କୋଟିର ଟିକାକରଣ ଲକ୍ଷ୍ୟ ହାସଲ କରିଛି,  ବିଶ୍ୱର ବୃହତମ ଟିକାକରଣ ଅଭିଯାନ କ୍ରମରେ ଭାରତରେ ମୋଟ ୧୨ କୋଟିରୁ ଅଧିକ କୋଭିଡ-୧୯ ଡୋଜ୍ ଟିକାକରଣ ହୋଇପାରିଛି । ଆଜି ସକାଳ ୭ଟା ସୁଦ୍ଧା ୧୮ ଲକ୍ଷ ୧୫ ହଜାର ୩୨୫ ସେସନରେ ମୋଟ ୧୨ କୋଟି ୨୬ ଲକ୍ଷ ୨୨ହଜାର ୫୯୦ ଡୋଜ୍ ଟିକା ଦିଆଯାଇଛି ।

ଏହା ମଧ୍ୟରେ, ୯୧ ଲକ୍ଷ ୨୮ ହଜାର ୧୪୬ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୭ ଲକ୍ଷ ୮ ହଜାର ୨୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧ କୋଟି ୧୨ ଲକ୍ଷ ୩୩ ହଜାର ୪୧୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୫ ଲକ୍ଷ ୧୦ ହଜାର ୨୩୮ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪ କୋଟି ୫୫ ଲକ୍ଷ ୯୪ ହଜାର ୫୨୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୮ ଲକ୍ଷ ୯୧ ହଜାର ୨୯୪ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୪ କୋଟି ୪ ଲକ୍ଷ ୭୪ ହଜାର ୯୯୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦ ଲକ୍ଷ ୮୧ ହଜାର ୭୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଦେଶରେ ଦିଆଯାଇଥିବା ମୋଟ ଟିକାକରଣର ୫୯.୫ ପ୍ରତିଶତ ଦିଆଯାଇଛି ଆଠଟି ରାଜ୍ୟରେ । ସେଗୁଡିକ ହେଲା

ଗୁଜରାଟ – ୧ କୋଟି ୩ ଲକ୍ଷ ୩୭ ହଜାର ୪୪୮

ମହାରାଷ୍ଟ୍ର – ୧ କୋଟି ୨୧ ଲକ୍ଷ ୧୨ ହଜାର ୭୩୯

ରାଜସ୍ଥାନ – ୧ କୋଟି ୬ ଲକ୍ଷ ୯୮ ହଜାର ୭୭୧

ଉତ୍ତରପ୍ରଦେଶ -୧ କୋଟି ୭ ଲକ୍ଷ ୧୨ ହଜାର ୭୩୯

ଏପ୍ରିଲ ୧୬ ତାରିଖରେ ଗୁଜରାଟରେ ଏକ କୋଟି ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ତିନୋଟି ରାଜ୍ୟରେ ଏହି ଲକ୍ଷ୍ୟ ଏପ୍ରିଲ ୧୪ ତାରିଖରେ ହାସଲ ହୋଇଛି ।

ଭାରତ ମାତ୍ର ୯୨ ଦିନରେ ୧୨ କୋଟି ଡୋଜ୍ ଟିକାକରଣର ଲକ୍ଷ୍ୟ ହାସଲ କରିଛି, ଯାହାକି ବିଶ୍ୱରେ ଦ୍ରୁତତମ । ଏହା ପଛକୁ ଯୁକ୍ତରାଷ୍ଟ୍ର ଆମେରିକା ୯୭ ଦିନରେ ଏବଂ ଚୀନ ୧୦୮ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି । ଟିକାକରଣ ଅଭିଯାନର ୯୨ ତମ ଦିବସ ଗତ ୧୭ ଏପ୍ରିଲ ୨୦୨୧ରେ ୨୬ ଲକ୍ଷ ୮୪ ହଜାର ୯୫୬ ଡୋଜ୍ ଟିକା ଦିଆଯାଇଛି । ୩୯ ହଜାର ୯୯୮ ସେସନରେ ୨୦ ଲକ୍ଷ ୨୨ ହଜାର ୫୯୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬ ଲକ୍ଷ ୬୨ ହଜାର ୩୫୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ19 ଟିକା ପରୀକ୍ଷାକୁ ସ୍ଥଗିତ ରଖିଲା ଜନସନ ଆଣ୍ଡ ଜନସନ କଂପାନୀ, ଶରୀର ଦେଖା ଦେଲା ପାର୍ଶ୍ଵ ପ୍ରତିକ୍ରିୟା

ୱାସିଂଟନ, ଆମେରିକାର ପ୍ରତିଷ୍ଠିତ ଔଷଧ କଂପାନୀ ଜନସନ ଆଣ୍ଡ ଜନସନ ତାହାର କୋଭିଡ19 ଟିକା ପରୀକ୍ଷାରୁ ଓହରି ଯାଇଛି। କଂପାନୀ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କୋଭିଡ ଟିକା ପରୀକ୍ଷଣରକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।

ପୂର୍ବରୁ ଫେଜ-3ରେ ଯେଉଁ ମାନବ ପରୀକ୍ଷା କରାଯାଇଥିଲା ସେଥିରେ କିଛି ଅସୁବିଧା ସୃଷ୍ଟି ହୋଇଛି। କେତେକଙ୍କ ଶରୀରରେ ଏହା ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି କଂପାନୀ କହିଛି।

ତେବେ ମାନବ ପରୀକ୍ଷା ବେଳେ ସେମାନଙ୍କ ଶରୀରରେ କଣ ସମସ୍ୟା ସୃଷ୍ଟି ହେଲା ସେ ନେଇ କଂପାନୀ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ।