Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ଡୋଜରୁ ଅଧିକ ଟିକା, ଭାରତରେ ମୋଟ ଟିକାକରଣ ୧୨ କୋଟିକୁ ଟପିଲା
ଜାତୀୟ ଖବର

ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ଡୋଜରୁ ଅଧିକ ଟିକା, ଭାରତରେ ମୋଟ ଟିକାକରଣ ୧୨ କୋଟିକୁ ଟପିଲା

April 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ଡୋଜରୁ ଅଧିକ ଟିକା, ଭାରତରେ ମୋଟ ଟିକାକରଣ ୧୨ କୋଟିକୁ ଟପିଲା

ନୂଆଦିଲ୍ଲୀ, ଭାରତ ମାତ୍ର ୯୨ ଦିନ ମଧ୍ୟରେ ୧୨ କୋଟିର ଟିକାକରଣ ଲକ୍ଷ୍ୟ ହାସଲ କରିଛି,  ବିଶ୍ୱର ବୃହତମ ଟିକାକରଣ ଅଭିଯାନ କ୍ରମରେ ଭାରତରେ ମୋଟ ୧୨ କୋଟିରୁ ଅଧିକ କୋଭିଡ-୧୯ ଡୋଜ୍ ଟିକାକରଣ ହୋଇପାରିଛି । ଆଜି ସକାଳ ୭ଟା ସୁଦ୍ଧା ୧୮ ଲକ୍ଷ ୧୫ ହଜାର ୩୨୫ ସେସନରେ ମୋଟ ୧୨ କୋଟି ୨୬ ଲକ୍ଷ ୨୨ହଜାର ୫୯୦ ଡୋଜ୍ ଟିକା ଦିଆଯାଇଛି ।

ଏହା ମଧ୍ୟରେ, ୯୧ ଲକ୍ଷ ୨୮ ହଜାର ୧୪୬ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୭ ଲକ୍ଷ ୮ ହଜାର ୨୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧ କୋଟି ୧୨ ଲକ୍ଷ ୩୩ ହଜାର ୪୧୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୫ ଲକ୍ଷ ୧୦ ହଜାର ୨୩୮ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪ କୋଟି ୫୫ ଲକ୍ଷ ୯୪ ହଜାର ୫୨୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୮ ଲକ୍ଷ ୯୧ ହଜାର ୨୯୪ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୪ କୋଟି ୪ ଲକ୍ଷ ୭୪ ହଜାର ୯୯୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦ ଲକ୍ଷ ୮୧ ହଜାର ୭୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଦେଶରେ ଦିଆଯାଇଥିବା ମୋଟ ଟିକାକରଣର ୫୯.୫ ପ୍ରତିଶତ ଦିଆଯାଇଛି ଆଠଟି ରାଜ୍ୟରେ । ସେଗୁଡିକ ହେଲା

ଗୁଜରାଟ – ୧ କୋଟି ୩ ଲକ୍ଷ ୩୭ ହଜାର ୪୪୮

ମହାରାଷ୍ଟ୍ର – ୧ କୋଟି ୨୧ ଲକ୍ଷ ୧୨ ହଜାର ୭୩୯

ରାଜସ୍ଥାନ – ୧ କୋଟି ୬ ଲକ୍ଷ ୯୮ ହଜାର ୭୭୧

ଉତ୍ତରପ୍ରଦେଶ -୧ କୋଟି ୭ ଲକ୍ଷ ୧୨ ହଜାର ୭୩୯

ଏପ୍ରିଲ ୧୬ ତାରିଖରେ ଗୁଜରାଟରେ ଏକ କୋଟି ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ତିନୋଟି ରାଜ୍ୟରେ ଏହି ଲକ୍ଷ୍ୟ ଏପ୍ରିଲ ୧୪ ତାରିଖରେ ହାସଲ ହୋଇଛି ।

ଭାରତ ମାତ୍ର ୯୨ ଦିନରେ ୧୨ କୋଟି ଡୋଜ୍ ଟିକାକରଣର ଲକ୍ଷ୍ୟ ହାସଲ କରିଛି, ଯାହାକି ବିଶ୍ୱରେ ଦ୍ରୁତତମ । ଏହା ପଛକୁ ଯୁକ୍ତରାଷ୍ଟ୍ର ଆମେରିକା ୯୭ ଦିନରେ ଏବଂ ଚୀନ ୧୦୮ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି । ଟିକାକରଣ ଅଭିଯାନର ୯୨ ତମ ଦିବସ ଗତ ୧୭ ଏପ୍ରିଲ ୨୦୨୧ରେ ୨୬ ଲକ୍ଷ ୮୪ ହଜାର ୯୫୬ ଡୋଜ୍ ଟିକା ଦିଆଯାଇଛି । ୩୯ ହଜାର ୯୯୮ ସେସନରେ ୨୦ ଲକ୍ଷ ୨୨ ହଜାର ୫୯୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬ ଲକ୍ଷ ୬୨ ହଜାର ୩୫୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Corona Vaccine କୋଭିଡ19 ଟିକା ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.