Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ସାରା ଦେଶରେ କୋଭିଡ-୧୯ରୁ ସୁସ୍ଥ ହେଲେଣି ୫.୩ ଲକ୍ଷରୁ ଅଧିକ, ସକ୍ରିୟ ରୋଗୀ ସଂଖ୍ୟା ବର୍ତ୍ତମାନ ୨.୯ ଲକ୍ଷ

ନୂଆଦିଲ୍ଲୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ କେନ୍ଦ୍ର ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ, ସମୁଦାୟ ୧୯,୨୩୫ ସଂକ୍ରମିତ ରୋଗୀ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାଦ୍ୱାରା ସମୁଦାୟ ଆରୋଗ୍ୟ ମାମଲା ଆଜି ୫,୩୪,୬୨୦କୁ ବୃଦ୍ଧି ପାଇଛି। ସୁସ୍ଥତା ହାର ବର୍ତ୍ତମାନ ୬୨.୯୩%ରେ ପହଞ୍ଚିଛି।

ସମସ୍ତ ପ୍ରକାରର ଉଦ୍ୟମ ଯୋଗୁଁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୨,୪୨,୩୬୨ ଅଧିକରେ ପହଞ୍ଚିଛି । ସମସ୍ତ ୨,୯୨,୨୫୮ ସକ୍ରିୟ ରୋଗୀଙ୍କ ଉତ୍ତମ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଉଛି। କୋଭିଡ ପ୍ରଭାବିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ବର୍ତ୍ତମାନ ୧,୩୭୦ ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା, ୩,୦୬୨ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୦,୩୩୪ କୋଭିଡ କେୟାର ସେଣ୍ଟର ରହିଛି ।
କେନ୍ଦ୍ର ୧୨୨.୩୬ ଲକ୍ଷ ପିପିଇ କିଟ୍ସ, ୨୨୩.୩୩ ଲକ୍ଷ ଏନ-୯୫ ମାସ୍କ ଏବଂ ୨୧,୬୮୫ଟି ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଉପଲବ୍ଧ କରାଇଛି ।

କୋଭିଡ-୧୯ ପରୀକ୍ଷଣ ପାଇଁ ସମସ୍ତ ପ୍ରତିବନ୍ଧକକୁ ଦୂରେଇବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ଉପଲବ୍ଧ କରିବା ଦ୍ଵାରା ପ୍ରତ୍ୟେକ ଦିନ ନମୁନା ପରୀକ୍ଷା ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୮୦,୧୫୧ ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷା ହୋଇଥିବା ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୧୫,୮୭,୧୫୩ରେ ପହଞ୍ଚିଛି । ଏହି ପ୍ରୟାସ ଦ୍ଵାରା ବର୍ତ୍ତମାନ ପରୀକ୍ଷଣ ସଂଖ୍ୟା ପ୍ରତି ମିଲିୟନ ପିଛା ୮୩୯୬.୪ ରହିଛି।

ବର୍ତ୍ତମାନ ଦେଶରେ ସମୁଦାୟ ୧୧୯୪ଟି ପରୀକ୍ଷାଗାର ରହିଥିବା ବେଳେ ସେଥିମଧ୍ୟରୁ ସରକାରୀ ଏବଂ ବେସରକାରୀ ଭାବେ ୮୫୦ ଏବଂ ୩୪୪ଟି ରହିଛି ।

Categories
ଆଜିର ଖବର

ଦେଶରେ ଦୁଇ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ହାର ଶତକଡା ୫୩.୭୯କୁ ବୃଦ୍ଧି

ନୂଆଦିଲ୍ଲୀ, କରୋନା ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୩୮୬ ରୋଗୀ ସୁସ୍ଥ ହେବା ସହିତ ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୨,୦୪,୭୧୦ରେ ପହଞ୍ଚିଛି । ଆରୋଗ୍ୟ ହାର ଶତକଡା ୫୩.୭୯କୁ ବୃଦ୍ଧି ହେବା ସହ ବର୍ତ୍ତମାନ ୧,୬୩,୨୪୮ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ପ୍ରତିଦିନ ଆରୋଗ୍ୟ ଏବଂ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଆସ୍ତେ ଆସ୍ତେ ବୃଦ୍ଧି ପାଉଛି ।

ଦେଶରେ କୋଭିଡ-୧୯ର ଉତ୍ତମ ପରିଚାଳନା ଯୋଗୁଁ ଏଭଳି ସୁଫଳ ମିଳୁଥିବା ଅନୁମାନ କରାଯାଉଛି । ନିରାପତ୍ତା ମୂଳକ ପଦକ୍ଷେପ ଯେପରିକି ଲକଡାଉନକୁ ତ୍ୱରାନ୍ୱିତ କରିବା, କୋଭିଡ ସମ୍ପର୍କରେ ଜନସାଧାରଙ୍କୁ ସଚେତନତା ଓ କେନ୍ଦ୍ର ତଥା ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ଵୟ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଛି ।

ଲଡକାଉନ ଯୋଗୁଁ ସରକାରଙ୍କୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଓ ନମୁନା ପରିକ୍ଷାକୁ ସୁସଂଯତ କରିବା ପାଇଁ ଯଥେଷ୍ଟ ସମୟ ମିଳିଥିଲା । ସମଯୋଚିତ ପଦକ୍ଷେପ ଯୋଗୁଁ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ବୃଦ୍ଧି ଏହିସବୁ କାରଣ ଯୋଗୁଁ ସମ୍ଭବ ହୋଇଥିବା କୁହାଯାଉଛି । ଦେଶରେ ସରକାରୀ ପରୀକ୍ଷାଗାର ୭୦୩ ଓ ବେସରକାରୀ ୨୫୭ ଏହିପରି ମୋଟ ୯୬୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।