ଦେଶରେ ଦୁଇ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ହାର ଶତକଡା ୫୩.୭୯କୁ ବୃଦ୍ଧି

Published: Jun 20, 2020, 6:30 am IST

ନୂଆଦିଲ୍ଲୀ, କରୋନା ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୩୮୬ ରୋଗୀ ସୁସ୍ଥ ହେବା ସହିତ ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୨,୦୪,୭୧୦ରେ ପହଞ୍ଚିଛି । ଆରୋଗ୍ୟ ହାର ଶତକଡା ୫୩.୭୯କୁ ବୃଦ୍ଧି ହେବା ସହ ବର୍ତ୍ତମାନ ୧,୬୩,୨୪୮ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ପ୍ରତିଦିନ ଆରୋଗ୍ୟ ଏବଂ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଆସ୍ତେ ଆସ୍ତେ ବୃଦ୍ଧି ପାଉଛି ।

ଦେଶରେ କୋଭିଡ-୧୯ର ଉତ୍ତମ ପରିଚାଳନା ଯୋଗୁଁ ଏଭଳି ସୁଫଳ ମିଳୁଥିବା ଅନୁମାନ କରାଯାଉଛି । ନିରାପତ୍ତା ମୂଳକ ପଦକ୍ଷେପ ଯେପରିକି ଲକଡାଉନକୁ ତ୍ୱରାନ୍ୱିତ କରିବା, କୋଭିଡ ସମ୍ପର୍କରେ ଜନସାଧାରଙ୍କୁ ସଚେତନତା ଓ କେନ୍ଦ୍ର ତଥା ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ଵୟ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଛି ।

ଲଡକାଉନ ଯୋଗୁଁ ସରକାରଙ୍କୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଓ ନମୁନା ପରିକ୍ଷାକୁ ସୁସଂଯତ କରିବା ପାଇଁ ଯଥେଷ୍ଟ ସମୟ ମିଳିଥିଲା । ସମଯୋଚିତ ପଦକ୍ଷେପ ଯୋଗୁଁ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ବୃଦ୍ଧି ଏହିସବୁ କାରଣ ଯୋଗୁଁ ସମ୍ଭବ ହୋଇଥିବା କୁହାଯାଉଛି । ଦେଶରେ ସରକାରୀ ପରୀକ୍ଷାଗାର ୭୦୩ ଓ ବେସରକାରୀ ୨୫୭ ଏହିପରି ମୋଟ ୯୬୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

Related posts