Categories
ଆଞ୍ଚଳିକ

୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଅରାଙ୍ଗ ଓ କଲ୍ୟାଣ ପୁର ବିଜୟୀ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ୨୪ ତମ ମା ଅଁଳାଇ କର୍କ ବଲ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ୪ ଟି ଦଳକୁ ନେଇ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମେ କୁମାରବସ୍ତ ବ୍ୟାଟିଂ କରି ୧୫ ଓଭରରେ ୯ ଉଇକେଟ ବିନିମୟରେ ୨୦୬ ରନ ସଂଗ୍ରହ କରିଥିଲା। କୁମାରବସ୍ତ ଦଳ ପକ୍ଷରୁ ଶ୍ରଦ୍ଧାକର ପାତ୍ର ୧୯ ବଲରୁ ୬୦ ରନ ସଂଗ୍ରହ କରିଥିଲେ ଏବଂ ଅରାଙ୍ଗ ଦଳ ପକ୍ଷରୁ ଶୁଭ୍ରଜିତ ମହାଭୋଇ ୩ ଓଭର ବୋଲିଂ କରି ୨୭ ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ।

ଜବାବରେ ଅରାଙ୍ଗ ଦଳ ୨୦୭ ରନର ବିଜୟ ଲକ୍ଷ କୁ ନେଇ ୧୩.୪ ଓଭର ରେ ୬ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲେ। ଅରାଙ୍ଗ ପକ୍ଷରୁ ତୋଫାନ ବେହେରା ୩୪ ବଲରୁ ଅପରାଜିତ ୮୪ ରନ ଏବଂ ଆଶୁତୋଷ ବେହେରା ୧୩ ବଲରୁ ଅପରାଜିତ ୫୧ ରନ କରି ଦଳକୁ ବିଜୟୀ କରାଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ କଲ୍ୟାଣପୁର ଓ ଗୁଡୁମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୁଡୁମ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୮ ଉଇକେଟ ହରାଇ ୧୬୪ ରନ କରିଥିଲେ।

ଜବାବରେ କଲ୍ୟାଣପୁର ଦଳ ୯.୫ ଓଭର ଖେଳି ଆବଶ୍ୟକ ୧୬୫ ରନ କରି ବିଜୟୀ ହୋଇଥିଲେ।

ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମକୁ ପୂର୍ବତନ ୱାର୍ଡ ସଭ୍ୟ ତଥା ସମାଜସେବୀ ତୁଷାରକାନ୍ତ ବିଶ୍ଵାଳ, ପୂର୍ବତନ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ଵାଳ, ହିମାଂଶୁ ବରାଳ, ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ଭାଷ୍ୟକାର ଭାବେ କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ନାଟୁଆ ଦାୟିତ୍ୱ ତୁଲାଇଥିବା ବେଳେ ଜିତେନ୍ଦ୍ର ସ୍ୱାଇଁ, ସୁଶାନ୍ତ ନାଟୁଆ ଅତିଥି ରୁପେ ଯୋଗ ଦେଇଥିଲେ।

ଆଜିର ଖେଳକୁ ଚନ୍ଦ୍ରକାନ୍ତ ବିଶ୍ଵାଳ ଏବଂ ତୁଷାରକାନ୍ତ ସୁନ୍ଦରାୟ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ୱରେ ଥିଲେ ଜିତେନ୍ଦ୍ର ବିଶ୍ଵାଳ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟକୁ ସାଗର ବଳିୟାରସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ଆଲୋକ ପ୍ରଧାନ, କବି ପ୍ରଧାନ, ଧର୍ମେନ୍ଦ୍ର ବିଶ୍ଵାଳ, ସୁମିତ ବିଶ୍ଵାଳ, ବବୁଲ ପ୍ରଧାନ,ରାଜୀବ ବିଶ୍ଵାଳ, ଅରୁଣ ପ୍ରଧାନ, ଶୁଭ୍ରାଂଶୁ ଶେଖର ସୁନ୍ଦରାୟ, ପ୍ରୀତମ ପ୍ରଧାନ, ଆଶିଷ କୁମାର ବିଶ୍ଵାଳ, ଆଦିତ୍ୟ ବିଶ୍ଵାଳ, ସନ୍ଦୀପ ବରାଳ ,ଦିପେଶ ବେହେରା,ପ୍ରମୁଖ ସହଯୋଗ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

୨୦୩୧ ପର୍ଯ୍ୟନ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ, ଦେଖନ୍ତୁ ଏହି ବଡ଼ ମୁକାବିଲା କେବେ ଏବଂ କେଉଁଠାରେ ହେବ

ନୂଆଦିଲ୍ଲୀ: ୨୦୨୪ ରୁ ୨୦୩୧ ପର୍ଯ୍ୟନ୍ତ ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୪ ବର୍ଷର ଟି-୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ହେବ। ୨୦୨୫ ବର୍ଷ ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନକୁ ଦିଆଯାଇଛି। ବିଶେଷ କଥା ହେଉଛି ୨୦୨୬ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ଟି -୨୦ ବିଶ୍ୱକପ ଆୟୋଜନ କରିବେ। ଆସନ୍ତୁ ଦେଖିବା ଆଇସିସିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ…

– ୨୦୨୪ ରୁ ୨୦୩୧ ପର୍ଯ୍ୟନ୍ତ ଆଇସିସି ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ଉପରେ ଏକ ନଜର:

– ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜକୁ ଦିଆଯାଇଛି।

– ୨୦୨୫ ମସିହାରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ। ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାକିସ୍ତାନକୁ ଦେଇଛି।

– ୨୦୨୬ ମସିହାରେ ଟି-୨୦ ବିଶ୍ୱକପ ଖେଳାଯିବ। ଯାହା ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜନ କରାଯିବ।

– ୨୦୨୭ ମସିହାରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଖେଳାଯିବ। ତିନି ଦେଶ ଏକାଠି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ।

– ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରାଯାଇଛି।

– ୨୦୨୯ ମସିହାରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଭାରତ ପାଇଛି।

– ୨୦୩୦ ମସିହାରେ ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ ଟି-୨୦ ବିଶ୍ୱକପ ଆୟୋଜିତ ହେବ।

– ୨୦୩୧ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବେ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବେ।

– ପରବର୍ତ୍ତୀ ଟି-୨୦ ଏବଂ ଦିନିକିଆ ବିଶ୍ୱକପ ମଧ୍ୟ ଏଠାରେ ହେବ।

ତେବେ ଏହା ପୂର୍ବରୁ ୨୦୨୨ ମସିହାର ଟି-୨୦ ବିଶ୍ୱକପ ଏବଂ ୨୦୨୩ ମସିହାରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆୟୋଜନକାରୀ ଦେଶର ନାମ ଆଇସିସି ଘୋଷଣା କରିସାରିଛି। ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୨ ମସିହାରେ ଅଷ୍ଟ୍ରେଲିଆରେ ଖେଳାଯିବ। ୨୦୨୩ ମସିହାରେ ଭାରତରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ।

Categories
ଆଞ୍ଚଳିକ

ବାଣପୁରରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବୋରିଗାଁ ଦଳ ବିଜେତା ଘୋଷିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଷ୍ଟାଦଶତମ ସଂସ୍କରଣ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ବୋରିଗାଁର ଇଲେଭେନ ଷ୍ଟାର କ୍ଲବ ଆୟୋଜନ କରିଥିଲା। ଏଥିରେ ୮ଟି ଟିମ୍ ଭାଗ ନେଇଥିବା ବେଳେ ବୋରିଗାଁ ଦଳ ଫାଇନାଲରେ ବିଜେତା ଘୋଷିତ ହୋଇଛି।

ଫାଇନାଲ ମ୍ୟାଚ ବୋରିଗାଁ ଏବଂ ଗଙ୍ଗାଧରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧରପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬୯ ରନ୍ ସଂଗ୍ରହ କରିଥିଲା। ଜବାବରେ ବୋରିଗାଁ ୭୦ ରନ ଲକ୍ଷ୍ୟକୁ ପୂରଣ କରି ବିଜୟ ହାସଲ କରିଥିଲା। କଡା ଟକ୍କର ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ଅନ୍ତିମ ବଲରେ ବୋରିଗାଁ ଦଳର ବ୍ୟାଟ୍ସମ୍ୟାନ ସନ୍ତୋଷ ଚୌକା ମାରି ଦଳକୁ ବିଜୟ କରିଥିଲେ।

ଦଳର ନେତୃତ୍ଵ ଚନ୍ଦନ ବରାଳ ନେଇଥିବା ବେଳେ କ୍ରମାଗତ ଦ୍ଵିତୀୟ ଥର ପାଇଁ ଗଙ୍ଗାଧରପୁରକୁ ହରାଇ ବୋରିଗାଁ ଚମ୍ପିୟାନ ହୋଇଛି। ଗଙ୍ଗାଧରପୁର ଦଳ ଖେଳୁଆଡ ମନୋଭାବ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରିଥିଲା। ଶେଷ ଦୁଇଟି ବଲରେ ବୋରିଗାଁ ଦଳକୁ ଜିତିବା ପାଇଁ ୫ ରନ ବାକି ଥିବା ବେଳେ ଯୁବ ଖେଳାଳି ସନ୍ତୋଷ ଲଗାତର ୨ ଟି ଚୌକା ମାରି ଦଳକୁ ବିଜୟ କରିବାରେ ସକ୍ଷମ ହୋଇଥିଲେ।

ତେବେ ଦଳ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିବା ତ୍ରିଲୋଚନ ଜେନା ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ଶତ୍ରୁଘ୍ନ (କୁନା) ବିଶ୍ଵାଳ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଭାଲେରୀ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଉଦଘାଟନ କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବଡକୁଳ ପଞ୍ଚାୟତ ଅନ୍ତର୍ଗତ ବୋରିଆସାହି ଗ୍ରାମରେ ଭାଲେରୀ ପ୍ରିମିଅର ଲିଗ-୩  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ପ୍ରିମିଅର ଲିଗରେ ୬ ଟି ଦଳ ପାଇଁ ୬ ଜଣ ଫ୍ରାଞ୍ଚାଇଜ ରହିଥିବା ବେଳେ ପାଞ୍ଚଟି ପଞ୍ଚାୟତର ମୋଟ ୧୨୦ ଜଣ ଖେଳାଳି ଏଥିରେ ଭାଗ ନେଉଛନ୍ତି।

ତେବେ ଆଜିର ଉଦଘାଟନୀ ମ୍ୟାଚ ରତ୍ନମାଳୀ ୱାରିଅର୍ସ ଏବଂ ଏସ.ଏମ ଭାଲେରୀ ୟୁଥ ଆଇକନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭାଲେରୀ ୟୁଥ ଆଇକନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରତ୍ନମାଳୀ ୱାରିଅର୍ସ ନିର୍ଦ୍ଧାରିତ ୧୫ ଓଭରରେ ୧୨୫ ରନ ସଂଗ୍ରହ କରିଥିବା ବେଳେ ଭାଲେରୀ ୟୁଥ ଆଇକନ ୧୨୬ ରନର ଲକ୍ଷ୍ୟକୁ ପୂରଣ କରି ବିଜୟ ଲାଭ କରିଥିଲା। ଭାଲେରୀ ୟୁଥ ଆଇକନର ଚିନୁ ବ୍ୟକ୍ତିଗତ ୩ ଟି ୱିକେଟ ନେଇଥିବା ବେଳେ ୨୭ ରନ ସଂଗ୍ରହ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Categories
ଆଞ୍ଚଳିକ

ନରେନ୍ଦ୍ରପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଓଡଗାଁକୁ ହରାଇ ଚମ୍ପିୟାନ ହେଲା ରାହାଣବେଲ୍ଲୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନରେନ୍ଦ୍ରପୁର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଏକ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦଯାପନୀ ଦିବସରେ ବିବିଏସଟିଆର ରାହାଣବେଲ୍ଲୀ ଓ  ସନ ସାଇନ ସ୍ପୋର୍ଟିଂ ଓଡଗାଁ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି।

ଏହି ମ୍ୟାଚରେ ରାହାଣବେଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାହାଣବେଲ୍ଲୀ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା। ୧୧୬ ରନର ସ୍କୋରକୁ ପିଛା କରି ଓଡଗାଁ ୭ ୱିକେଟ ହରାଇ ମାତ୍ର ୧୦୨ ରନ କରିବାକୁ ସକ୍ଷମ ହୋଇଥିଲା। ଯାହାଫଳରେ ରାହାଣବେଲ୍ଲୀ ୧୩ ରନରେ ବିଜୟ ହୋଇ ଚମ୍ପିୟାନ ହୋଇଥିଲା। ରାହାଣବେଲ୍ଲୀ ଟିମର ଚନ୍ଦୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ମନୋନୀତ ହୋଇଥିଲେ।

ଏହି ଅବସରରେ ମୁଖ୍ୟ ଅଥିତି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ପୁରଷ୍କୃତ କରିଥିଲେ। ନରେନ୍ଦ୍ରପୁର ଟିମର ସମସ୍ତ ସଦସ୍ୟଙ୍କ ସାହାଯ୍ୟରେ ଏହି ଟୁର୍ଣ୍ଣାମେଣ୍ଟଟି ସଫଳ ଭାବେ ସମ୍ପାଦିତ ହୋଇଥିଲା।