୨୦୩୧ ପର୍ଯ୍ୟନ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ, ଦେଖନ୍ତୁ ଏହି ବଡ଼ ମୁକାବିଲା କେବେ ଏବଂ କେଉଁଠାରେ ହେବ

Published: Nov 17, 2021, 9:02 am IST

ନୂଆଦିଲ୍ଲୀ: ୨୦୨୪ ରୁ ୨୦୩୧ ପର୍ଯ୍ୟନ୍ତ ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୪ ବର୍ଷର ଟି-୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଦ୍ୱାରା ଆୟୋଜିତ ହେବ। ୨୦୨୫ ବର୍ଷ ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନକୁ ଦିଆଯାଇଛି। ବିଶେଷ କଥା ହେଉଛି ୨୦୨୬ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ଟି -୨୦ ବିଶ୍ୱକପ ଆୟୋଜନ କରିବେ। ଆସନ୍ତୁ ଦେଖିବା ଆଇସିସିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ…

– ୨୦୨୪ ରୁ ୨୦୩୧ ପର୍ଯ୍ୟନ୍ତ ଆଇସିସି ସୀମିତ ଓଭର ଟୁର୍ଣ୍ଣାମେଣ୍ଟ ଉପରେ ଏକ ନଜର:

– ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜକୁ ଦିଆଯାଇଛି।

– ୨୦୨୫ ମସିହାରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ। ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାକିସ୍ତାନକୁ ଦେଇଛି।

– ୨୦୨୬ ମସିହାରେ ଟି-୨୦ ବିଶ୍ୱକପ ଖେଳାଯିବ। ଯାହା ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜନ କରାଯିବ।

– ୨୦୨୭ ମସିହାରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଖେଳାଯିବ। ତିନି ଦେଶ ଏକାଠି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବେ।

– ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପର ଆୟୋଜନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରାଯାଇଛି।

– ୨୦୨୯ ମସିହାରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଭାରତ ପାଇଛି।

– ୨୦୩୦ ମସିହାରେ ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ ଟି-୨୦ ବିଶ୍ୱକପ ଆୟୋଜିତ ହେବ।

– ୨୦୩୧ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବେ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବେ।

– ପରବର୍ତ୍ତୀ ଟି-୨୦ ଏବଂ ଦିନିକିଆ ବିଶ୍ୱକପ ମଧ୍ୟ ଏଠାରେ ହେବ।

ତେବେ ଏହା ପୂର୍ବରୁ ୨୦୨୨ ମସିହାର ଟି-୨୦ ବିଶ୍ୱକପ ଏବଂ ୨୦୨୩ ମସିହାରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆୟୋଜନକାରୀ ଦେଶର ନାମ ଆଇସିସି ଘୋଷଣା କରିସାରିଛି। ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୨ ମସିହାରେ ଅଷ୍ଟ୍ରେଲିଆରେ ଖେଳାଯିବ। ୨୦୨୩ ମସିହାରେ ଭାରତରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ।

Related posts