Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଆର ଏନ ସୁନକରଙ୍କ ଅଧ୍ୟକ୍ଷତାରେ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ , ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର ରାଜଭାଷା ଅଧିକାରୀମାନେ ଉପସ୍ଥିତ ଥିଲେ।

ମହାପ୍ରବନ୍ଧକ ଶ୍ରୀ ସୁନକର ଏହି ବୈଠକକୁ ସମ୍ବୋଧିତ କରି ରେଳ କର୍ମଚାରୀଙ୍କୁ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାର କରିବାକୁ ପରାମର୍ଶ କରିଥିଲେ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ହିନ୍ଦୀରେ ତାଲିମ ପ୍ରାପ୍ତ କର୍ମଚାରୀମାନେ ରାଜଭାଷାରେ ଅଧିକରୁ ଅଧିକ କାମ କରିବା ଉଚିତ୍।

ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ସୁନକର ମହାନ ହିନ୍ଦୀ ସାହିତ୍ୟିକମାନଙ୍କର ପ୍ରଭାବଶାଳୀ ଉଦ୍ଧୃତି ସମ୍ବନ୍ଧୀୟ ପୋଷ୍ଟରଗୁଡିକ ଉନ୍ମଚନ କରିଥିଲେ। ସେ ହିନ୍ଦୀ ଲେଖକମାନଙ୍କ ଉପରେ ଆଧାରିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।

ଏହି ଅବସରରେ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଶ୍ରୀ ଆର ଏସ୍ ମିତ୍ର ରାଜଭାଷାର ସଫଳ କାର୍ଯ୍ୟକାରିତା ପାଇଁ ରେଳ କର୍ମଚାରୀଙ୍କ ସହୃଦୟ ସହଯୋଗ କାମନା କରିଥିଲେ।

ଏହି ବୈଠକରେ ଉପ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ଉପ ମୁଖ୍ୟ ଅପରେସନ୍ ମ୍ୟାନେଜର (ଜେନେରାଲ୍) ଦେବରାଜ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟେଲିନା ପଣ୍ଡା, ରାଜଭାଷା ଅଧିକାରୀ ଏହି ବୈଠକକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ: ବିଜେତାମାନଙ୍କୁ ପୁରସ୍କୃତ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ହିନ୍ଦୀ ସପ୍ତାହ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ବିଜେତା ହୋଇଥିବା ପ୍ରତିଯୋଗୀମାନଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଆଜି ପୁରସ୍କାର ବିତରଣ କରିଛନ୍ତି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ୪୭ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ହିନ୍ଦୀ ସପ୍ତାହ ସମାପନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ପ୍ରମୁଖ ବିଭାଗୀୟ ଅଧିକାରୀ, ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଗତ ତ୍ରୟ-ମାସିକରେ ରାଜଭାଷାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା ଏବଂ ଆସନ୍ତା ତ୍ରୟ-ମାସିକ ପାଇଁ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳ କର୍ମଚାରୀଙ୍କୁ ଦିନକୁ ଦିନ ସରକାରୀ କାର୍ଯ୍ୟରେ ରାଜଭାଷା ହିନ୍ଦୀ ବ୍ୟବହାର ପାଇଁ ପରାମର୍ଶ କରିଥିଲେ। ଏହି ଅବସରରେ ବିଦ୍ୟା ଭୂଷଣ ପୂର୍ବତଟ ରେଳପଥର ମୁଖ୍ୟାଳୟରେ ହିନ୍ଦୀ ସପ୍ତାହ ସମୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହି ପ୍ରତିଯୋଗିତାରେ ଅଧିକ ସଂଖ୍ୟାରେ ଭାଗ ନେବାକୁ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ।

କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକକୁ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ତଥା ମୁଖ୍ୟ ରାଜଭାଷା ଅଧିକାରୀ ଡି ପି ଲାଲ ସଂଯୋଜନା କରିଥିଲେ।