କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ: ବିଜେତାମାନଙ୍କୁ ପୁରସ୍କୃତ କଲା ପୂର୍ବତଟ ରେଳପଥ

Published: Sep 27, 2021, 8:00 pm IST

ଭୁବନେଶ୍ବର: ହିନ୍ଦୀ ସପ୍ତାହ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ବିଜେତା ହୋଇଥିବା ପ୍ରତିଯୋଗୀମାନଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଆଜି ପୁରସ୍କାର ବିତରଣ କରିଛନ୍ତି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ୪୭ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ହିନ୍ଦୀ ସପ୍ତାହ ସମାପନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ପ୍ରମୁଖ ବିଭାଗୀୟ ଅଧିକାରୀ, ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଗତ ତ୍ରୟ-ମାସିକରେ ରାଜଭାଷାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା ଏବଂ ଆସନ୍ତା ତ୍ରୟ-ମାସିକ ପାଇଁ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳ କର୍ମଚାରୀଙ୍କୁ ଦିନକୁ ଦିନ ସରକାରୀ କାର୍ଯ୍ୟରେ ରାଜଭାଷା ହିନ୍ଦୀ ବ୍ୟବହାର ପାଇଁ ପରାମର୍ଶ କରିଥିଲେ। ଏହି ଅବସରରେ ବିଦ୍ୟା ଭୂଷଣ ପୂର୍ବତଟ ରେଳପଥର ମୁଖ୍ୟାଳୟରେ ହିନ୍ଦୀ ସପ୍ତାହ ସମୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହି ପ୍ରତିଯୋଗିତାରେ ଅଧିକ ସଂଖ୍ୟାରେ ଭାଗ ନେବାକୁ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ।

କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକକୁ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ତଥା ମୁଖ୍ୟ ରାଜଭାଷା ଅଧିକାରୀ ଡି ପି ଲାଲ ସଂଯୋଜନା କରିଥିଲେ।

Related posts