Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଏମ୍ସ ଭୁବନେଶ୍ୱର ଆସିପାରନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ଘଟଣାସ୍ଥଳରୁ ଫୋନ କରିଥିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଟ୍ରେନ ଦୁର୍ଘଟଣାର ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସେ ଡାକ୍ତରଖାନାରେ ପୀଡିତମାନଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ସେହି ସ୍ଥାନରେ ଫୋନରେ କାହା ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଉତ୍ତମ ବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ କ୍ୟାବିନେଟ ସଚିବଙ୍କୁ ଫୋନ କରିଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ଚିକିତ୍ସିତ ହେଉଛନ୍ତି।

ସୂଚନାନୁସାରେ, ମନସୁଖ ମାଣ୍ଡଭିୟା ଆସନ୍ତାକାଲି ଏମ୍ସ ଭୁବନେଶ୍ୱର ଏବଂ କଟକସ୍ଥିତ ମେଡିକାଲ କଲେଜ ପରିଦର୍ଶନ କରି ଓଡିଶା ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଦିଆଯାଉଥିବା ଚିକିତ୍ସା ସହାୟତା ବିଷୟରେ ତଦାରଖ କରିପାରନ୍ତି। ଅଧିକାରୀ କହିଛନ୍ତି ଯେ, ଆହତ ଏବଂ ସେମାନଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଡାକିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି କୌଣସି ଅସୁବିଧା ହେବା ଉଚିତ ନୁହେଁ ଏବଂ ପ୍ରଭାବିତମାନେ ଆବଶ୍ୟକ ସହାୟତା ପାଇବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରଶମନ ପଦକ୍ଷେପ ପାଇଁ ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରଶମନ ପଦକ୍ଷେପର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ଏହି ବୈଠକରେ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗର ସଚିବ ଏବଂ ଗ୍ରୀଷ୍ମ ପ୍ରବାହ ବିପଦ ପ୍ରବଣ ରାଜ୍ୟର ମୁଖ୍ୟ ସଚିବମାନେ ଉପସ୍ଥିତ ଥିଲେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବିଶ୍ଵ ପାଣିପାଗ ଘଟଣା ଓ ମାର୍ଚ୍ଚରୁ ମେ ୨୦୨୩ ପର୍ଯ୍ୟନ୍ତ ଅବଧିରେ ତାପମାତ୍ରା ସ୍ଥିତି ବିଷୟରେ ଏକ ଉପସ୍ଥାପନା ଦିଆଯାଇଥିଲା। ଏହି ଅବସରରେ ଆଇଏମଡି ଦ୍ୱାରା ମାର୍ଚ୍ଚ ୨୦୨୩ର ଦ୍ୱିତୀୟ ପକ୍ଷ ପାଇଁ ପାଣିପାଗ ପୂର୍ବାନୁମାନ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଥିଲା।

ମାର୍ଚ୍ଚରୁ ମେ ୨୦୨୩ର ଅବଧି ପାଇଁ ପାଣିପାଗ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଆଇଏମଡି ପକ୍ଷରୁ କୁହାଯାଇଥିଲା ଯେ, ଭାରତର ଉତ୍ତର-ପୂର୍ବ କ୍ଷେତ୍ର, ପୂର୍ବ ଓ କେନ୍ଦ୍ରୀୟ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଆଇଏମଡି ଆହୁରି କହିଥିଲା ଯେ, ଭାରତର ଦକ୍ଷିଣ ଉପଦ୍ୱୀପ କ୍ଷେତ୍ରରେ ତାପମାତ୍ରା ସ୍ୱାଭାବିକ ଏବଂ ସ୍ୱାଭାବିକ ଠାରୁ ସାମାନ୍ୟ କମ ରହିବ। ଏହି କ୍ଷେତ୍ରକୁ ବାଦ୍‌ ଦେଲେ ଦେଶର ଅଧିକାଂଶ ଭାଗରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି।

ଆଇଏମଡି ପକ୍ଷରୁ ଆହୁରି କୁହାଯାଇଥିଲା ଯେ ମାର୍ଚ୍ଚ ୨୦୨୩ର ଅବଶିଷ୍ଟ ଅବଧିରେ ସେପରି କୌଣସି ବଡ଼ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ନାହିଁ। ତେବେ ମାର୍ଚ୍ଚ ମାସର ଅନ୍ତିମ ସପ୍ତାହ ସମୟରେ ଭାରତର ଗଙ୍ଗା ସମତଳ ଭୂମି କ୍ଷେତ୍ର ଏବଂ ପୂର୍ବ ଭାରତର କେତେକ ଭାଗରେ ତାପମାତ୍ରା ସ୍ୱାଭାବିକ ସ୍ତର ଠାରୁ ୨-୩ ଡିଗ୍ରୀ ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି।

ବୈଠକରେ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ସୂଚନା ଦେଇଥିଲେ ଯେ ଏବେ ସୁଦ୍ଧା ରବି ଫସଲର ସ୍ଥିତି ସ୍ୱାଭାବିକ ରହିଛି ଏବଂ ଗହମ ଉତ୍ପାଦନ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୧୨.୧୮ ମେଟ୍ରିକ ଟନ୍‌ ରହିବା ନେଇ ଆଶା କରାଯାଉଛି। ସେ ଆହୁରି ସୂଚନା ଦେଇଥିଲେ ଯେ, ଗହମ ଉପରେ ଚରମ ଗ୍ରୀଷ୍ମପ୍ରବାହର ପ୍ରଭାବକୁ ଅନୁଧ୍ୟାନ ଓ ମୁକାବିଲା କରିବା ଲାଗି ବିଭାଗ ପକ୍ଷରୁ କୃଷି ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହାଛଡ଼ା, ଏକ ଆନ୍ତଃମନ୍ତ୍ରଣାଳୟ କମିଟି ଭାବେ ଗଠିତ ଫସଲ ପାଣିପାଗ ଅନୁଧ୍ୟାନ ଗୋଷ୍ଠୀ (ସିଡବ୍ଲୁଡବ୍ଲୁଜି) ପ୍ରତି ସପ୍ତାହରେ ଫସଲର ସ୍ଥିତି ସମୀକ୍ଷା କରିଥାଏ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ବୈଠକରେ ସୂଚନା ଦେଇଥିଲେ ଯେ, ପ୍ରାଥମିକ ଠାରୁ ଆରମ୍ଭ କରି ବଡ଼ ଡାକ୍ତରଖାନାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ଏବଂ ତାପମାତ୍ରା ବୃଦ୍ଧି ଜନିତ ଅସୁସ୍ଥତାର ଚିକିତ୍ସା କରିବା ଲାଗି ଜୁଲାଇ ୨୦୨୧ରେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତ ଅସୁସ୍ଥତା ନିମନ୍ତେ ଜାତୀୟ କାର୍ଯ୍ୟ ଯୋଜନା (ଏନଏପି-ଏଚଆରଆଇ) ଜାରି କରାଯାଇଥିଲା। ଜରୁରି ଔଷଧ, ଇଣ୍ଟ୍ରାଭେନସ ଫ୍ଲୁଇଡ, ବରଫ ପ୍ୟାକ, ଓଆରଏସ ଏବଂ ପାନୀୟ ଜଳ ଯଥଷ୍ଟ ପରିମାଣରେ ମହଜୁଦ କରି ରଖିବା ଲାଗି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଠିକ୍‌ ସମୟରେ ଜରୁରି ସୂଚନା ଓ ସଚେତନତା ସାମଗ୍ରୀ ବିତରଣ କରିବା ଏବଂ ଏହାକୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ପ୍ରକାଶ କରିବା ଉପରେ ସେ ଜୋର ଦେଇ କହିଥିଲେ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ଜଙ୍ଗଲ ବିଭାଗ ମହାନିର୍ଦ୍ଦେଶକ ଏହି ବୈଠକରେ ଯୋଗ ଦେଇ ଜଙ୍ଗଲ ନିଆଁ ପ୍ରଶମନ ପାଇଁ କାର୍ଯ୍ୟ ଯୋଜନା ଏବଂ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ଜଙ୍ଗଲ ବିଭାଗମାନଙ୍କ ଦ୍ୱାରା ଅଧିକ ଜଙ୍ଗଲ ନିଆଁ ପ୍ରବଲ ସ୍ଥାନରେ ଫାୟାର ଲାଇନ୍‌ ଓ ଜଳ ପରିଚାଳନା ଭିତ୍ତିଭୂମି ନିର୍ମାଣ ଲାଗି ପଦକ୍ଷେପ ନିଆଯାଇଛି। ଏଥିସହିତ ଅଗ୍ନିକାଣ୍ଡ ନିୟନ୍ତ୍ରଣ କରିବା ଓ ନିଆଁ ଜଗୁଆଳୀମାନଙ୍କୁ ମୁତୟନ କରିବା ପ୍ରତି ଦୃଷ୍ଟି ଦିଆଯାଇଛି । ସେ ଆହୁରି ସୂଚନା ଦେଇଥିଲେ ଯେ, ଭାରତୀୟ ଜଙ୍ଗଲ ସର୍ବେକ୍ଷଣ (ଏଫଏସଆଇ) ପକ୍ଷରୁ ‘ବନ ଅଗ୍ନି’ ନାମକ ଏକ ଜଙ୍ଗଲ ନିଆଁ ପୂର୍ବାନୁମାନ ପ୍ରଣାଳୀ ପୋର୍ଟାଲ ବିକଶିତ କରାଯାଇଛି। ଏହା ଜଙ୍ଗଲ ନିଆଁ ସମ୍ପର୍କରେ ଆଗୁଆ ଏବଂ ବାସ୍ତବ ସମୟରେ ବାର୍ତ୍ତା ଦେଇଥାଏ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏନଡିଏମଏ ଦ୍ୱାରା କରାଯାଇଥିବା ପ୍ରୟାସ ସମ୍ପର୍କରେ ଗୃହ ସଚିବ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗ୍ରୀଷ୍ମ ପ୍ରବାହ ନିରାକରଣ ଓ ପରିଚାଳନା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି ନିମନ୍ତେ ଜାତୀୟ ମାର୍ଗଦର୍ଶିକା ପ୍ରଥମେ ୨୦୧୬ ମସିହାରେ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ଏବଂ ୨୦୧୯ରେ ଏଥିରେ ସଂଶୋଧନ କରାଯାଇଥିଲା। ସବୁ ସ୍ତରରେ ଗ୍ରୀଷ୍ମ ପ୍ରବାହ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି, ମାର୍ଚ୍ଚ, ଏପ୍ରିଲ ଓ ମେ ୨୦୨୩ରେ ଦୂରଦର୍ଶନ ଓ ଆକାଶବାଣୀରେ ସଚେତନତା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ସବୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏନଡିଏମଏ ପକ୍ଷରୁ ଗୋଷ୍ଠୀ ସଚେତନତା ପ୍ରୟାସ କାର୍ଯ୍ୟକାରୀ କରାଯିବ।

ମାର୍ଚ୍ଚ ୨୦୨୩ ସୁଦ୍ଧା ସବୁ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକର ସମସ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଉପରେ ଶକ୍ତି ମନ୍ତ୍ରଣାଳୟର ସଚିବ ଗୁରୁତ୍ବାରୋପ କରିଥିଲେ। କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଦ୍ୱାରା କୋଇଲା ଉତ୍ପାଦନ ବଢ଼ାଇବାକୁ ପଞ୍ଜାବ ଓ ରାଜସ୍ଥାନକୁ ସେ ଅନୁରୋଧ କରିଥିଲେ। ପାନୀୟ ଜଳ ଓ ପରିମଳ ବିଭାଗ, ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ଏବଂ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗର ସଚିବମାନେ ପାନୀଳ ଜଳ, ଜଳସେଚନ ଓ ଗୋଖାଦ୍ୟ ବ୍ୟବସ୍ଥା କରିବା ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ଶେଷରେ କ୍ୟାବିନେଟ ସଚିବ କହିଥିଲେ ଯେ ୨୦୨୩ ଗ୍ରୀଷ୍ମ ଋତୁରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ଆଶଙ୍କା କରାଯାଉଥିବାରୁ ଏହା ସହ ଜଡ଼ିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଯଥେଷ୍ଟ ପ୍ରସ୍ତୁତ ରହିବା ଉଚିତ୍‌। ପ୍ରସ୍ତୁତିକୁ ସର୍ବୋତ୍ତମ ସ୍ତରରେ ରଖିବା ଏବଂ ନିର୍ଦ୍ଧାରିତ ସମୟରେ ପ୍ରଶମନ ଉପାୟକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହିତ କେନ୍ଦ୍ର ମନ୍ତ୍ରଣାଳୟ/ବିଭାଗଗୁଡ଼ିକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ବିଭାଗୀୟ ସଚିବ ଏବଂ ଜିଲ୍ଲାପାଳଙ୍କ ସହିତ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କ୍ୟାବିନେଟ ସଚିବ ଅନୁରୋଧ କରିଥିଲେ।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଏନଡିଏମଏ ଦ୍ୱାରା ଜାରି ମାର୍ଗଦର୍ଶିକାକୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ପ୍ରସାରିତ କରିବା ଉପରେ ସେ ଜୋର ଦେଇଥିଲେ। ନଳକୂପ ମରାମତି, ଅଗ୍ନିଶମ ବ୍ୟବସ୍ଥା ଯାଞ୍ଚ ଓ ମକ୍‌ ଡ୍ରିଲ ଭଳି ସାଧାରଣ ପ୍ରସ୍ତୁତି କରିବା ଉପରେ କ୍ୟାବିନେଟ ସଚିବ ଜୋର ଦେଇଥିଲେ। ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ପାଇଁ କେନ୍ଦ୍ରୀୟ ଏଜେନ୍ସିମାନେ ନିବିଡ଼ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ବୋଲି ରାଜ୍ୟମାନଙ୍କୁ କ୍ୟାବିନେଟ ସଚିବ ଆଶ୍ବାସନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ନ ବାତ୍ୟା ମୁକାବିଲା: କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏନସିଏମସି ଦ୍ବିତୀୟ ବୈଠକ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ‘ଜଓ୍ବାଦ’କୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟଯkୋପସାଗରରେ ସମ୍ଭାବ୍ୟ ବାତ୍ୟାକୁରେ, ଟେଲିଯୋଗାଯୋଗ ବିଭାଗ, ଶକ୍ତି ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ଏନଡିଆରଏଫ ଡିଜି, ଆଇଏମଡି ପ୍ରଶମନ ସମିତି (ଏନସିଏମସି)ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ନ ବାତ୍ୟା ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ସ୍ପର୍ଶ କରିବ। ପରେ ଏହା ଦିଗ ବଦଳାଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସମୁଦ୍ର ମଧ୍ୟରୁ ନିରାପଦ ଭାବେ ମତ୍ସ୍ୟଜୀବୀମାନଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହିତ ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଖାଦ୍ୟଶସ୍ୟ, ପାନୀୟ ଜଳ ଏବଂ ଅନ୍ୟ ଜରୁରି ସାମଗ୍ରୀ ମହଜୁଦ ରଖିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ୟୁତ, ସଡ଼କ, ଜଳଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ମରାମତି କରିବା ଲାଗି ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ଫସଲଜନିତ କ୍ଷତି ହ୍ରାସ କରିବା ଲାଗି କଟା ହୋଇନଥିବା ଫସଲ ତୁରନ୍ତ ଜମିରୁ ଅମଳ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି।

ପ୍ରଭାବିତ ହେବାକୁ ଥିବା ରାଜ୍ୟରେ ଏନଡିଆରଏଫ ଦଳଗୁଡ଼ିକୁ ମୁତୟନ କରାଯାଇଛି ଏବଂ ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଜୋର ଦେଇ କହିଥିଲେ ଯେ ସମସ୍ତ ନିୟମକୁ ପାଳନ କରାଯିବା ଉଚିତ ଯାହାଫଳରେ ଜୀବନ ହାନିକୁ ରୋକିବା ଏବଂ ସମ୍ପତ୍ତି କ୍ଷତି ହ୍ରାସ କରିବା ସମ୍ଭବ ହେବ। କ୍ୟାବିନେଟ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇ କହିଥିଲେ ଯେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗାଗୁଡ଼ିକୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ସମ୍ପୃକ୍ତ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ, ଏ କ୍ଷେତ୍ରରେ ଆବଶ୍ୟକ ସହାୟତା ତଟରକ୍ଷୀ ବାହିନୀ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ଜରୁରି ସେବାଗୁଡ଼ିକୁ କମ କ୍ଷତି ସହିତ ଯଥାଶୀଘ୍ର ସ୍ବାଭାବିକ କରିବା ଲାଗି ସେ ପରାମର୍ଶ ଦେଇଥିଲେ, ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ କହିଥିଲେ। ବାତ୍ୟା ସମୟରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ଲୋକମାନଙ୍କୁ ସୂଚୀତ କରିବା ଲାଗି ଉପଯୁକ୍ତ ସୂଚନା ଏବଂ ମାର୍ଗଦର୍ଶିକାକୁ ସଠିକ୍ ଭାବେ ପ୍ରସାରିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। କୋଭିଡ ଡାକ୍ତରଖାନାଗୁଡ଼ିକର ବାଧାମୁକ୍ତ ପରିଚାଳନା ନିମନ୍ତେ ମଧ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସ୍ବରାଷ୍ଟ୍ର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ରେଳବାଇ, ଜାହାଜ ଚଳାଚଳ ଓ ଜଳମାର୍ଗ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି ଓ ମତ୍ସ୍ୟ ଆଦି ମନ୍ତ୍ରଣାଳୟ/ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏନଡିଆରଏଫ, ଆଇଏମଡି, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।