ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୩୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୮
ବୌଦ୍ଧ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୩୦
ଗଞ୍ଜାମ ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୪
ଯାଜପୁର ଜିଲ୍ଲାରୁ- ୮
କଳାହାଣ୍ଡି ଜିଲ୍ଲାରୁ- ୧୦
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦୁଝର ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୬୧
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୩
ନବରଙ୍ଗପୁର ଜିଲ୍ଲାରୁ- ୯
ନୟାଗଡ ଜିଲ୍ଲାରୁ- ୫
ନୂଆପଡା ଜିଲ୍ଲାରୁ- ୬
ପୁରୀ ଜିଲ୍ଲାରୁ- ୩
ରାୟଗଡା ଜିଲ୍ଲାରୁ- ୫
ସମ୍ବଲପୁର ଜିଲ୍ଲାରୁ- ୧୨
ସୋନପୁର ଜିଲ୍ଲାରୁ- ୨
ସୁନ୍ଦରଗଡ ଜିଲ୍ଲାରୁ- ୪୦
ଷ୍ଟେଟ ପୁଲରୁ- ୧୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୭ ହଜାର ୩୮୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୬ ହଜାର ୧୭୨ ଏବଂ ବର୍ତ୍ତମାନ ୧୯୮୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।