Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ସମାପ୍ତି ତାରିଖ ପରେ ମଧ୍ୟ ନଷ୍ଟ ହୁଏ ନାହିଁ ଏହି ଜିନିଷ, ଜାଣନ୍ତୁ ତାଲିକା

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ପ୍ୟାକ୍ ହୋଇଥିବା ଜିନିଷ ବ୍ୟବହାର କରନ୍ତି ଯାହାର ସମୟସୀମା ସେମାନଙ୍କ ଉପରେ ଲେଖା ହୋଇଛି। ମିଆଦ ପୂର୍ଣ୍ଣ ତାରିଖ ପରେ ଜିନିଷ ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ତେଣୁ ଏହିପରି ଜିନିଷଗୁଡିକ ବ୍ୟବହାର କରାଯିବା ଉଚିତ୍ ନୁହେଁ। ମିଆଦ ପୂର୍ଣ୍ଣ ତାରିଖ ଦେଖିବା ପରେ ଲୋକମାନେ ଜିନିଷ ଫିଙ୍ଗନ୍ତି, କିନ୍ତୁ ଆପଣ ଜାଣନ୍ତି କି କିଛି ଜିନିଷର ମିଆଦ ପୂର୍ଣ୍ଣ ତାରିଖ ପରେ ମଧ୍ୟ ଜିନିଷ ଖରାପ ହୁଏ ନାହିଁ। ଆପଣଙ୍କ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି। ଯାହାକି ସମାପ୍ତି ତାରିଖ ପରେ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଯଦି ଆପଣ ଏହି ଜିନିଷଗୁଡ଼ିକୁ ସଠିକ୍ ଭାବରେ ଗଚ୍ଛିତ କରନ୍ତି ତେବେ ସେଗୁଡିକ ବର୍ଷ ବର୍ଷ ଧରି ବ୍ୟବହୃତ ହୋଇପାରେ।

ମହୁ- ଯଦି ଆପଣ ମହୁକୁ ଏକ ଏୟାରଟାଇଟ୍ ପାତ୍ରରେ ରଖନ୍ତି, ତେବେ ଏହା ବର୍ଷ ବର୍ଷ ଧରି ନଷ୍ଟ ହୁଏ ନାହିଁ। ମହୁରେ କମ୍ ଅମ୍ଳୀୟ pH ଥାଏ, ଯାହା ଦ୍ଵାରା ଜୀବାଣୁ ବଢନ୍ତି ନାହିଁ। ବେଳେବେଳେ ମହୁ ପୁରୁଣା ହୋଇଗଲେ ଜମି ଯାଏ, କିନ୍ତୁ ଆପଣ ଏହାକୁ ବ୍ୟବହାର କରିପାରିବେ।

ଭିନେଗାର- ଭିନେଗାର ଖାଦ୍ୟରେ ବ୍ୟବହୃତ ହୁଏ। ଭିନେଗାର ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଚାର ନଷ୍ଟ ନହେବା ପାଇଁ ବ୍ୟବହୃତ ହୁଏ। ଆପଣ ଗ୍ରୀଷ୍ମ ଋତୁରେ ଭିନେଗାର ବାଲା ପିଆଜ ଖାଇପାରିବେ। ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଚ୍ଛିତ କରିପାରିବେ।

ଲୁଣ- ଯଦିଓ ଲୁଣର ପ୍ୟାକେଟରେ ମିଆଦ ପୂର୍ଣ୍ଣ ତାରିଖ ଲେଖାଯାଏ, କିନ୍ତୁ ଲୁଣ ଖରାପ ହୁଏ ନାହିଁ। ଏହା ଧଳା ଲୁଣ, କଳା ଲୁଣ କିମ୍ବା ସେନ୍ଧ ଲୁଣ ହେଉ। ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଣ ଗଚ୍ଛିତ କରିପାରିବେ।

ଚିନି- ଆପଣ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିନି ବ୍ୟବହାର କରିପାରିବେ। ଉଲ୍ଲେଖଥାଉ କି, ବେଳେବେଳେ ଚିନି ପ୍ୟାକେଟରେ ୨ ବର୍ଷ ପର୍ଯ୍ୟନ୍ତ ସମାପ୍ତି ତାରିଖ ଲେଖାଯାଏ। ଯଦି ଚିନି ସଠିକ୍ ଭାବରେ ଗଚ୍ଛିତ ହୁଏ ତେବେ ଏହା ବର୍ଷ ବର୍ଷ ଧରି ନଷ୍ଟ ହୁଏ ନାହିଁ। ଏହାକୁ ସର୍ବଦା ଏକ ଶୁଖିଲା ଏବଂ ପରିଷ୍କାର ପାତ୍ରରେ ରଖନ୍ତୁ।

ପାସ୍ତା- ଯଦି ଆର୍ଦ୍ରତା ଠାରୁ ଦୂରରେ ରଖାଯାଏ, ତେବେ ପାସ୍ତା ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ। ବର୍ଷ ବର୍ଷ ଧରି ଏକ ଏୟାର ଟାଇଟ୍ ପାତ୍ରରେ ପାସ୍ତା ରଖିବା ପରେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ। ହଁ ଆପଣଙ୍କୁ ପାସ୍ତାକୁ ପୋକରୁ ରକ୍ଷା କରିବାକୁ ପଡିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଖାଦ୍ୟ ସାମଗ୍ରୀର ହୋମ ଡେଲିଭରୀ କରୁଥିବା କର୍ମଚାରୀଙ୍କ ଟିକା ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର, କରୋନା ତଥା ଲକଡାଉନ ସମୟରେ ଘରକୁ ଘର ବୁଲି ଖାଦ୍ୟ ସାମଗ୍ରୀ ଯୋଗାଉଥିବା ସଂସ୍ଥାର ଡେଲିଭରୀ ବଏଙ୍କ ଟିକାକରଣ କରାଯାଇଛି। ଏଥିପାଇଁ ଭୁବନେଶ୍ବରରେ ବିଏମସି ତରଫରୁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବିଗି କଂପାନୀର ଡେଲିଭରୀ ବଏ ମାନଙ୍କୁ ଏହି ଟିକାକରଣ କରାଯାଇଛି।

ମୁଖ୍ୟତଃ ଏହି ଡେଲିଭରୀ ବଏ ମାନେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି। ଘରକୁ ଘର ବୁଲୁଥିବାରୁ ସେମାନେ ସୁପର ସ୍ପେଡର ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ବର ମହାନଗର ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

 

Categories
ଆଞ୍ଚଳିକ

ଅସହାୟଙ୍କୁ ସହାୟତାର ହାତ ବଢାଇଲା ଗଞ୍ଜାମ ଜିଲ୍ଲା ବିଜେପି

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱକୁ ଘାଇଲା କରିଥିବା ବେଳେ ଆମ ଦେଶ ଓ ରାଜ୍ୟ ଏଥିରୁ ବାଦ ପଡିନାହିଁ। ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ରାଜ୍ୟ ମଧ୍ୟ କରୋନା ଆକ୍ରାନ୍ତରେ ସେଞ୍ଚୁରି ମାରିସାରିଲାଣି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ଏବେ ଏହାର ପ୍ରଭାବ ଦିନ ମଜୁରିଆ, ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡିଛି। ତେବେ ସେମାନଙ୍କ ପେଟର ଭୋକକୁ ଦେଖି ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ରାସନ କାର୍ଡ ଧାରୀ ମାନଙ୍କୁ ଆଗୁଆ ୩ ମାସର ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ସେଥିରେ ବଳି ପଡୁଛନ୍ତି ରାସନ କାର୍ଡ ରୁ ବାଦ ପଡିଥିବା ଲୋକେ। ଏଭଳି ଅବସ୍ଥାରେ ଏବେ ସେମାନଙ୍କ ନିକଟରେ ପହଂଚି ପେଟକୁ ଆହାର ଯୋଗାଇଦେବା ପାଇଁ ଅଣ୍ଟା ଭିଡ଼ିଛି ଗଂଜାମ ଜିଲ୍ଲା ବିଜେପି।

ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡରେ ବିଜେପି ପକ୍ଷରୁ ଅସହାୟ ଓ ରାସନ କାର୍ଡରୁ ବଂଚିତ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି। ଏଥି ସହ କରୋନାକୁ ମୁକାବିଲା କରିବା ନେଇ ପ୍ରତ୍ୟେକଟି ନିୟମାବଳୀକୁ ମାନି ଅର୍ଥାତ ମାସ୍କ ବ୍ୟବହାର ବାଧ୍ୟତାମୂଳକ, ସମାଜିକ ଦୂରତା ପ୍ରତି ଗୁରୁତ୍ୱ, ସାନିଟାଇଜର ହାତକୁ ଭଲ ଭାବେ ସଫା କରିବା ଇତ୍ୟାଦି ନେଇ ଲୋକଙ୍କୁ ସଚେତନ କରାଯାଉଛି। ସେହିଭଳି ଆଜି ବିଜେପି ପକ୍ଷରୁ ପୁରୁଣା ବ୍ରହ୍ମପୁର ସ୍ଥିତ ଆଗା ସାହି ଠାରେ ଅସହାୟ ଓ ରାସନ କାର୍ଡରୁ ବାଦ ପଡିଥିବା ଲୋକଙ୍କୁ ରାସନ ସାମଗ୍ରୀ ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିଲା। ପ୍ରତ୍ୟକ ଦିନ ଭିଭିନ୍ନ ୱାର୍ଡ ସ୍ତରରେ ୨୦୦ରୁ ୩୦୦ ଜଣ ବ୍ୟକ୍ତି ଙ୍କୁ ଏହି ଘରୋଇ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। ଆଜିର ଏହି ସାମଗ୍ରୀ ବଣ୍ଟନ ରେ ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବିନାୟକ ରଥ, ପ୍ରଭାତ ଷଡଙ୍ଗୀ, କମଳ, ଚନ୍ଦନ ସାହୁ, ଭାବଗ୍ରାହୀ ପାଳ, ବିଘନେଶ୍ୱର ନାୟକ, ଏନ ରାଜେନ୍ଦ୍ର, କିରଣ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସାମାଜିକ ଦୂରତା ବଜାଇ ରଖି ରାସନ ସାମଗ୍ରୀ ବଣ୍ଟନ କରିଥିଲେ।