Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅସହାୟଙ୍କୁ ସହାୟତାର ହାତ ବଢାଇଲା ଗଞ୍ଜାମ ଜିଲ୍ଲା ବିଜେପି
ଆଞ୍ଚଳିକ

ଅସହାୟଙ୍କୁ ସହାୟତାର ହାତ ବଢାଇଲା ଗଞ୍ଜାମ ଜିଲ୍ଲା ବିଜେପି

April 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱକୁ ଘାଇଲା କରିଥିବା ବେଳେ ଆମ ଦେଶ ଓ ରାଜ୍ୟ ଏଥିରୁ ବାଦ ପଡିନାହିଁ। ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ରାଜ୍ୟ ମଧ୍ୟ କରୋନା ଆକ୍ରାନ୍ତରେ ସେଞ୍ଚୁରି ମାରିସାରିଲାଣି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ଏବେ ଏହାର ପ୍ରଭାବ ଦିନ ମଜୁରିଆ, ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡିଛି। ତେବେ ସେମାନଙ୍କ ପେଟର ଭୋକକୁ ଦେଖି ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ରାସନ କାର୍ଡ ଧାରୀ ମାନଙ୍କୁ ଆଗୁଆ ୩ ମାସର ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ସେଥିରେ ବଳି ପଡୁଛନ୍ତି ରାସନ କାର୍ଡ ରୁ ବାଦ ପଡିଥିବା ଲୋକେ। ଏଭଳି ଅବସ୍ଥାରେ ଏବେ ସେମାନଙ୍କ ନିକଟରେ ପହଂଚି ପେଟକୁ ଆହାର ଯୋଗାଇଦେବା ପାଇଁ ଅଣ୍ଟା ଭିଡ଼ିଛି ଗଂଜାମ ଜିଲ୍ଲା ବିଜେପି।

ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡରେ ବିଜେପି ପକ୍ଷରୁ ଅସହାୟ ଓ ରାସନ କାର୍ଡରୁ ବଂଚିତ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି। ଏଥି ସହ କରୋନାକୁ ମୁକାବିଲା କରିବା ନେଇ ପ୍ରତ୍ୟେକଟି ନିୟମାବଳୀକୁ ମାନି ଅର୍ଥାତ ମାସ୍କ ବ୍ୟବହାର ବାଧ୍ୟତାମୂଳକ, ସମାଜିକ ଦୂରତା ପ୍ରତି ଗୁରୁତ୍ୱ, ସାନିଟାଇଜର ହାତକୁ ଭଲ ଭାବେ ସଫା କରିବା ଇତ୍ୟାଦି ନେଇ ଲୋକଙ୍କୁ ସଚେତନ କରାଯାଉଛି। ସେହିଭଳି ଆଜି ବିଜେପି ପକ୍ଷରୁ ପୁରୁଣା ବ୍ରହ୍ମପୁର ସ୍ଥିତ ଆଗା ସାହି ଠାରେ ଅସହାୟ ଓ ରାସନ କାର୍ଡରୁ ବାଦ ପଡିଥିବା ଲୋକଙ୍କୁ ରାସନ ସାମଗ୍ରୀ ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିଲା। ପ୍ରତ୍ୟକ ଦିନ ଭିଭିନ୍ନ ୱାର୍ଡ ସ୍ତରରେ ୨୦୦ରୁ ୩୦୦ ଜଣ ବ୍ୟକ୍ତି ଙ୍କୁ ଏହି ଘରୋଇ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। ଆଜିର ଏହି ସାମଗ୍ରୀ ବଣ୍ଟନ ରେ ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବିନାୟକ ରଥ, ପ୍ରଭାତ ଷଡଙ୍ଗୀ, କମଳ, ଚନ୍ଦନ ସାହୁ, ଭାବଗ୍ରାହୀ ପାଳ, ବିଘନେଶ୍ୱର ନାୟକ, ଏନ ରାଜେନ୍ଦ୍ର, କିରଣ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସାମାଜିକ ଦୂରତା ବଜାଇ ରଖି ରାସନ ସାମଗ୍ରୀ ବଣ୍ଟନ କରିଥିଲେ।

ଖାଦ୍ୟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.