Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ଖୋର୍ଦ୍ଧା ଗସ୍ତ

ଖୋର୍ଦ୍ଧା: ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ଭୋଟର ପରିଚୟପତ୍ର ସହ ସ୍ବେଚ୍ଛାକୃତ ଭାବେ ଆଧାର ସଂଯୋଗ ପ୍ରକ୍ରିୟା ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏ ନେଇ ଶ୍ରୀମତୀ ଶତପଥୀ ଖୋର୍ଦ୍ଧା ପୌର ସଂସ୍ଥା ଅନ୍ତର୍ଗତ ଫରେଷ୍ଟ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭାଲିଆବାଡି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ, ବ୍ଲକ ଆରଇଓ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଏବଂ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଜପୁର ସରକାରୀ ହାଇସ୍କୁଲ ଏବଂ ବାଜପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଗସ୍ତକରି ସେଠାରେ ଥିବା ବୁଥସ୍ତରୀୟ ଅଧିକାରୀମାନଙ୍କ ସହ ସ୍ବେଚ୍ଛାକୃତ ଭାବେ ଆଧାର ତଥ୍ୟ ସଂଯୋଗ ସଂପର୍କରେ ଆଲୋଚନା କରିଥିଲେ।

ଏ ସଂପର୍କିତ ଅଗ୍ରଗତି ହେଉଥିବା ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ବିଏଲଓ ମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ଖୋରଧା ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ଇପସିତ ସାହୁ, ଜିଲ୍ଲା ନିର୍ବାଚନ ଅଧିକାରୀ ରୀମା ହାଂସଦା, ବିଦ୍ୟାଶ୍ରୀ ସାହୁ, ବୁଥସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।