Categories
ଆଞ୍ଚଳିକ

ସେଚ୍ଛାସେବା ଅନୁଷ୍ଠାନ ‘ସୋଚ୍’ ଦ୍ବାରା ଖୋର୍ଦ୍ଧା ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୂବନେଶ୍ବରର, ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋଚ୍‌ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଏବଂ ହୀରିମୂଳ ଗ୍ରାମରେ ପାଖାପାଖି ୩୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ବିତରଣ କରାଗଲା। ଶୁଖିଲା ଖାଦ୍ୟରେ ବନ୍ୟା ପୀଡ଼ିତଙ୍କ ପାଇଁ ଚୁଡ଼ା, ଚିନି, ବିସ୍କୁଟ ଆଦି ଥିଲା।ଏ କାର୍ଯ୍ୟରେ ନୟାଗଡ଼ ଜିଲ୍ଲାର ରୂପା ଫାଉଣ୍ଡେସନ ଟ୍ରଷ୍ଟ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ।

ଶୁଖିଲା ଖାଦ୍ୟ ବିତରଣ ସମୟରେ ସୋଚ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ପ୍ରତିଷ୍ଠାତା ସ୍ବାଧୀନ କୁମାର ପାତ୍ର, ପ୍ରତିଭା ଶ୍ରୀଚନ୍ଦନ, ମକରଧ୍ବଜ ରାଉତ, ପ୍ରଣବ ଜ୍ୟୋତି ବିଶ୍ୱାଳ, ପ୍ରାଣକୃଷ୍ଣ ଭୂୟାଁ, ସୁମିତ୍ରା ସାହୁ, ଜ୍ୟୋତି ପରିଡ଼ା, ରୋଜାଲିନ ପଣ୍ଡା, ପ୍ରକାଶ ବିଶ୍ୱାଳ, ଶିବପ୍ରସାଦ ସାମନ୍ତରାୟ, ରଞ୍ଜନ ବେହେରା ଆଦି ଉପସ୍ଥିତ ଥିଲେ।ଏ ସମସ୍ତ କାର୍ଯ୍ୟ କରିବା ରେ ପ୍ରଶାସନ ଏବଂ ସ୍ଥାନୀୟ ଅଧିବାସୀ ସମ୍ପୂର୍ଣ ରୂପେ ସହଯୋଗ କରିଥିଲେ।