Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ବହୁ ବିଜେପି ନେତା ଓ ସରପଞ୍ଚ ବିଜେଡିରେ ହେଲେ ସାମିଲ

ଭୁବନେଶ୍ୱର: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଳିପଡ଼ା, ନପୁଟ ଓ ନରସିଂହପୁର ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ମଳିପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ସୁନୀଲ ମୁଦୁଲି, ନାଏବ ସରପଞ୍ଚ ଶ୍ରୀମତୀ ମମତା ବଡ଼ଜେନା, ୱାର୍ଡ଼ ମେମ୍ବର ଶ୍ୟାମସୁନ୍ଦର ଦେହୁରୀ, ସୁରେନ୍ଦ୍ର ରାଉତରାୟ, ମନୋରଞ୍ଜନ ପ୍ରଧାନ, ନୃସିହ ଚରଣ ଜେନା, ଖୋକନ ମଙ୍ଗରାଜ, ନପୁଟ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଚିତ୍ରା ପାତ୍ର, କମ୍ଭୁପାଣୀ ପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ରାଜେଶ ପାତ୍ର, ବିଜେପିକର୍ମୀ ପ୍ୟାରୀମୋହନ ପରିଡ଼ା, ସୁଶୀଲ ପରିଡ଼ା, କୃପାସିନ୍ଧୁ ସାମନ୍ତରାୟ, ପ୍ରଦୀପ ପାଇକରାୟ, ନୀଳକଣ୍ଠ ଜେନା, ଟୁଟିଳ ଭାରିମଲ, ନବ ମଙ୍ଗରାଜ, ରାକେଶ ପାତ୍ର, ଅଜୟ ଜେନା, ପର୍ଶୁରାମ ପାଇକରାୟ ଯୋଗଦେଇଛନ୍ତି।

ସେହିପରି ରଣସିଂହପୁର ଗ୍ରାମପଞ୍ଚାୟତର ସରପଞ୍ଚ ବର୍ଷାରାଣୀ ନାୟକ, ୱାର୍ଡ଼ ସଭ୍ୟ ମିଲନ କୁମାର ବଡ଼ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ମନୋଜ କୁମାର ରଥ, ମଦନ ମୋହନ ବେହେରା, ନାଲୁ ସେନାପତି, ପ୍ରିୟରଞ୍ଜନ ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲୋ ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କୈଳାସଚନ୍ଦ୍ର ପାତ୍ର, ଖୋର୍ଦ୍ଧା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର ଓ ଭୁବନେଶ୍ୱର ବ୍ଲକ ବିଜେଡ଼ି ସଭାପତି ମହେନ୍ଦ୍ର କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ନେତାଙ୍କୁ ନିଳମ୍ବନ କଲା ବିଜୁ ଜନତା ଦଳ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜୁ ଜନତା ଦଳ ସେତିକି ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ଯାହାପ୍ରତି ସନ୍ଦେହ ହେଉଛି ତାଙ୍କୁ ଦଳରୁ ନିଳମ୍ବିତ କିମ୍ବା ବହିସ୍କାର କରିଦିଆଯାଉଛି। ବିଗତ କିଛି ମାସ ଧରି ବିଜେଡି ଜଣଙ୍କ ପରେ ଜଣେ ନେତାଙ୍କ ଉପରେ ପଦକ୍ଷେପ ନେବାରେ ଲାଗିଛି। ସେହିପରି କେତେକ ନେତାଙ୍କ ଉପରୁ ନିଲମ୍ବନ ଆଦେଶକୁ ମଧ୍ୟ ପ୍ରତ୍ୟାହାର କରାଯାଉଛି।

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବନ କରିଛି। ସେ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ। ତାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଏହି ନିଲମ୍ବନ କରାଯାଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି, ବିଭୂତି ପୁଣି ସଭାପତି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ଖୋର୍ଦ୍ଧା ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଦଳ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଭାବେ ବିଭୂତି ବଳବନ୍ତରାୟଙ୍କୁ ପୁଣି ନିଯୁକ୍ତି ଦିଆଯାଇଛି।

ଏହି ନୂଆ ବିଜ୍ଞପ୍ତି ଅନୁସାରେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଠା ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ 39 ଜଣ ଉପସଭାପତି ରହିଛନ୍ତି।

ସେହିପରି 33 ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ନିଯୁକ୍ତି ବିଜେଡି 42 ଜଣଙ୍କୁ ସଂପାଦକ ଭାବେ ନେଇଛି। ଏ ନେଇ ପୂର୍ବରୁ ଯେଉଁ ବିଜ୍ଞପ୍ତି ବାହାରିଥିଲା ତାହାକୁ ବାତିଲ କରି ନୂଆକୁ କାର୍ଯ୍ୟକାରୀ କରାଗଲା ବୋଲି କୁହାଯାଇଛି।