Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାର ବହୁ ବିଜେପି ନେତା ଓ ସରପଞ୍ଚ ବିଜେଡିରେ ହେଲେ ସାମିଲ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାର ବହୁ ବିଜେପି ନେତା ଓ ସରପଞ୍ଚ ବିଜେଡିରେ ହେଲେ ସାମିଲ

January 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲାର ବହୁ ବିଜେପି ନେତା ଓ ସରପଞ୍ଚ ବିଜେଡିରେ ହେଲେ ସାମିଲ

ଭୁବନେଶ୍ୱର: ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଳିପଡ଼ା, ନପୁଟ ଓ ନରସିଂହପୁର ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ବଳବନ୍ତରାୟ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ମଳିପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ସୁନୀଲ ମୁଦୁଲି, ନାଏବ ସରପଞ୍ଚ ଶ୍ରୀମତୀ ମମତା ବଡ଼ଜେନା, ୱାର୍ଡ଼ ମେମ୍ବର ଶ୍ୟାମସୁନ୍ଦର ଦେହୁରୀ, ସୁରେନ୍ଦ୍ର ରାଉତରାୟ, ମନୋରଞ୍ଜନ ପ୍ରଧାନ, ନୃସିହ ଚରଣ ଜେନା, ଖୋକନ ମଙ୍ଗରାଜ, ନପୁଟ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଚିତ୍ରା ପାତ୍ର, କମ୍ଭୁପାଣୀ ପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ରାଜେଶ ପାତ୍ର, ବିଜେପିକର୍ମୀ ପ୍ୟାରୀମୋହନ ପରିଡ଼ା, ସୁଶୀଲ ପରିଡ଼ା, କୃପାସିନ୍ଧୁ ସାମନ୍ତରାୟ, ପ୍ରଦୀପ ପାଇକରାୟ, ନୀଳକଣ୍ଠ ଜେନା, ଟୁଟିଳ ଭାରିମଲ, ନବ ମଙ୍ଗରାଜ, ରାକେଶ ପାତ୍ର, ଅଜୟ ଜେନା, ପର୍ଶୁରାମ ପାଇକରାୟ ଯୋଗଦେଇଛନ୍ତି।

ସେହିପରି ରଣସିଂହପୁର ଗ୍ରାମପଞ୍ଚାୟତର ସରପଞ୍ଚ ବର୍ଷାରାଣୀ ନାୟକ, ୱାର୍ଡ଼ ସଭ୍ୟ ମିଲନ କୁମାର ବଡ଼ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ମନୋଜ କୁମାର ରଥ, ମଦନ ମୋହନ ବେହେରା, ନାଲୁ ସେନାପତି, ପ୍ରିୟରଞ୍ଜନ ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇଥିଲୋ ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କୈଳାସଚନ୍ଦ୍ର ପାତ୍ର, ଖୋର୍ଦ୍ଧା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର ଓ ଭୁବନେଶ୍ୱର ବ୍ଲକ ବିଜେଡ଼ି ସଭାପତି ମହେନ୍ଦ୍ର କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

BJD Election2024 ଖୋର୍ଦ୍ଧା ଖୋର୍ଦ୍ଧା ବିଜେଡି ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

୫୭ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ: ମିଡିଆ ପ୍ରତିନିଧିଙ୍କ ପାଇଁ ଆକ୍ରିଡିଟେସନ୍‍ ଆବେଦନ ଉନ୍ମୁକ୍ତ

October 2, 2026
Latest News

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.