Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସିଡ଼ିଏମଓ ଭାବେ କାର୍ଯ୍ୟରେ ଯୋଗଦେଲେ ଡାଃ. ରାଜ୍ୟଶ୍ରୀ ପଟ୍ଟନାୟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ସିଡ଼ିଏମଓ ଭାବେ ବରିଷ୍ଠ ଚିକିତ୍ସକ ଡାଃ. ରାଜ୍ୟଶ୍ରୀ ପଟ୍ଟନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ଡାଃ. ପଟ୍ଟନାୟକ ଏହା ପୁର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସମ୍ୱନ୍ୱିତ ପରୀକ୍ଷାଗାର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ତାହା ପୁର୍ବରୁ ସେ କନ୍ଧମାଳ ସିଡ଼ିଏମଓ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

ତେବେ ଖୋର୍ଦ୍ଧା ସିଡ଼ିଏମଓ ଭାବେ ଦାଇତ୍ୱ ନେବା ପରେ ଜିଲ୍ଲାରେ ୫-ଟି ଉପକ୍ରମରେ ଆମ ହସ୍ପିଟାଲ ଯୋଜନାରେ ନିର୍ମାଣାଧୀନ ମେଡିକାଲ ଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା, ବିଭିନ୍ନ ସରକାରୀ ମେଡିକାଲରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, ଭିତ୍ତିଭୂମି ସୁଦୃଢ଼ୀକରଣ ଆଦିକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

ସୂଚନା ଥାଉକି ପୂର୍ବତନ ଖୋର୍ଦ୍ଧା ସିଡ଼ିଏମଓ ଡାଃ. ଆର୍ତ୍ତବନ୍ଧୁ ନାୟକଙ୍କ ରାଜ୍ୟ ନର୍ସିଙ୍ଗ ନିର୍ଦ୍ଦେଶକ ଭାବେ ପଦୋନ୍ନତି ହେବାପରେ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକଙ୍କ ପଦୋନ୍ନତି: ନର୍ସିଙ୍ଗ ବିଭାଗର ନିର୍ଦ୍ଦେଶକ ଭାବେ ମିଳିଲା ନୂଆ ଦାୟିତ୍ଵ

ଖୋର୍ଦ୍ଧା: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇ ଜଣ ସିଡ଼ିଏମଓ ଙ୍କ ପଦୋନ୍ନତି ନିର୍ଦ୍ଦେଶନାମା ଜାରି ହୋଇଛି। ତନ୍ମଧ୍ୟରୁ ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକ ଅନ୍ୟତମ ଅଟନ୍ତି। ଡା ନାୟକଙ୍କ ଓଡ଼ିଶା ନର୍ସିଙ୍ଗ ବିଭାଗର ନିର୍ଦ୍ଦେଶକ ଭାବେ ପଦୋନ୍ନତି ହୋଇଛି।

ଡ଼ିସେମ୍ବର ୨୦୨୧ ରେ ଡା ନାୟକ ଖୋର୍ଦ୍ଧା ସିଡ଼ିଏମଓ ଭାବେ ଯୋଗଦେବାପରେ ଜିଲ୍ଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୃତଗତିରେ ସୁଧାର ଆସିଛି। ବିଶେଷତଃ ଜିଲ୍ଲାର ଏକାଧିକ ମେଡିକାଲରେ ଡାକ୍ତରଙ୍କ ଅଭାବ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସରକାରଙ୍କ ସହ ଯୋଗସୁତ୍ର ରକ୍ଷାକରି ଏହାକୁ ଦୂର କରିବାରେ ଡା ନାୟକ ସଫଳ ହୋଇପାରିଛନ୍ତି।

ସାଧାରଣତଃ ଦେଖିବାକୁ ଗଲେ ସିଡ଼ିଏମଓ ଡା ନାୟକଙ୍କ ସମୟରେ ଜିଲ୍ଲା ସ୍ୱାସ୍ଥ୍ୟକ୍ଷେତ୍ରରେ ଏକାଧିକ ସଫଳତା ପାଇଛି। ରାଜ୍ୟ ଓ ଜାତୀୟ ସ୍ତରରେ ଖୋର୍ଦ୍ଧା ଜିଲ୍ଲା ପୁରସ୍କୃତ ମଧ୍ୟ ହୋଇଛି। ବିଭିନ୍ନ ସିଏଚସି ରେ ଅଚାନକ ପରିଦର୍ଶନ ହେଉ ଅବା ଜନ ଅଭିଯୋଗ ଶୁଣାଣି ହେଉ ସବୁ କ୍ଷେତ୍ରରେ ସଫଳତା ହାସଲ କରିପାରିଛନ୍ତି ସିଡ଼ିଏମଓ ଡା ନାୟକ।

୨୦୦୮ ମସିହାରୁ ନିର୍ମାଣ ଅପେକ୍ଷାରେ ଥିବା ବହୁ ପ୍ରତିକ୍ଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ପ୍ରାଚୀର ଡା ନାୟକଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇପାରିଛି। ଅନୁରୁପ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ କେନ୍ଦ୍ର ସରକାରଙ୍କ ‘ଲକ୍ଷ’ ଉପକ୍ରମରେ ସାମିଲ କରିବା ସହ ରୋଗୀଙ୍କୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇବା ପାଇଁ ସିଡ଼ିଏମଓ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଜିଲ୍ଲାର ପ୍ରତିଟି ସିଏଚସି କୁ ସୁଦୃଢ କରିବା ସହ ପ୍ରଶାସନିକ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଆଣିବାରେ ସିଡ଼ିଏମଓ ଡା ନାୟକ ସଫଳ ହୋଇପାରିଛନ୍ତି। ତାଙ୍କର ପଦୋନ୍ନତିକୁ ନେଇ ଜିଲ୍ଲାବାସି ଖୁସିଥିବା ବେଳେ ତାଙ୍କର ଉତ୍ତରୋତର ଉନ୍ନତି କାମନା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ମେଡିକାଲ ପରିଦର୍ଶନ କଲେ ଖୋର୍ଦ୍ଧା ସିଡିଏମଓ: ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ଦେଲେ ପ୍ରତିଶୃତି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ସିଡିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଜି ପୂର୍ବାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ସିଡିଏମଓ ସମଗ୍ର ମେଡିକାଲ ପରିସର ବୁଲି ଦେଖିଥିଲେ।

ମେଡିକାଲର ବିଭିନ୍ନ ସମସ୍ୟା ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ସିଡିଏମଓ ଆଲୋଚନା କରିଥିଲେ। ବାଣପୁର ମେଡିକାଲ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାକୁ ହୃଦୟଙ୍ଗମ କରିଥିଲେ ସିଡିଏମଓ।

ମେଡିକାଲରେ ବିଭିନ୍ନ ବିଭାଗର ବିଶେଷଜ୍ଞ ନିଯୁକ୍ତି, ଲାବୋରାଟୋରି ଟେକନିସିଆନ ନିଯୁକ୍ତି, ରକ୍ତ ସଂଗ୍ରହ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ, ମେଡିକାଲ କର୍ମଚାରୀଙ୍କ ପାଇଁ ସରକାରୀ ବାସଗୃହ ନିର୍ମାଣ, ୟୁପିଏଚସି ପ୍ରତିଷ୍ଠା ଆଦି ବିଷୟକୁ ପ୍ରାଧାନ୍ୟ ଦେଇଥିଲେ ସିଡିଏମଓ।

ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ସିଡିଏମଓ ଡ଼ା ନାୟକ ସଦାବେଳେ ବାଣପୁର ମେଡିକାଲକୁ ପ୍ରାଧାନ୍ୟ ଦେଇଆସୁଛନ୍ତି ଏବଂ ନିକଟରେ ଦୁଇ ଜଣ ଡାକ୍ତରଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ଦେଇଥିବାର କହିଛନ୍ତି। ମେଡିକାଲର ସମସ୍ୟା ଗୁଡ଼ିକ ବିଷୟରେ ସରକାରଙ୍କ ସହ ଆଲୋଚନା ସରିଯାଇଛି ଏବଂ ଖୁବଶୀଘ୍ର ଏ ସବୁ ସମାଧାନ ହେବ ବୋଲି ଡ଼ା ନାୟକ ଗଣମାଧ୍ୟମକୁ କହିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ସିଡ଼ିଏମଓଙ୍କ ତ୍ୱରିତ ପଦକ୍ଷେପ, ବାଣପୁର ମେଡିକାଲରେ ଯୋଗ ଦେବେ ଦୁଇ ନୂତନ ଡାକ୍ତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମସ୍ୟା ନେଇ ଏକାଧିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ପରେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆକ୍ଟିଭ ମୋଡ଼କୁ ଆସିଛନ୍ତି।

ଶ୍ରୀ ନାୟକ ଆଜି ବାଣପୁର ମେଡିକାଲ ପାଇଁ ଦୁଇ ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଡ଼ା ଆଶୁତୋଷ ବିଶୋଇ ଏବଂ ଡ଼ା ପ୍ରିତିଶ ଧଳ ମେଣ୍ଢାଶାଳ ସିଏଚସିରୁ ବାଣପୁର ସିଏଚସିକୁ ବଦଳି ହୋଇଛନ୍ତି। ବାଣପୁର ଡାକ୍ତରଖାନାରେ ଏକାଧିକ ସମସ୍ୟା ଥିବାବେଳେ ଡାକ୍ତର ନିଯୁକ୍ତି ପ୍ରମୁଖ ଦାବି ଥିଲା।

ତେବେ ଖୁବଶୀଘ୍ର ଉକ୍ତ ମେଡିକାଲକୁ ଖାଲି ପଡ଼ିଥିବା ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ବୋଲି ସିଡ଼ିଏମଓ କହିଛନ୍ତି।