Categories
ଆଞ୍ଚଳିକ

ବିଦ୍ୟାଳୟରେ ଗଛଟିଏ ଶିଶୁଟିଏ କାର୍ଯ୍ୟକ୍ରମ

ରଣପୁର: ରଣପୁର ବ୍ଲକ ମହତପଲ୍ଲl ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ମାଧ୍ୟମରେ ଗଛଟିଏ ଶିଶୁଟିଏ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀଣୀ ବନଲତା ବେହେରା ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଫରେଷ୍ଟର ମୋହନ ଦେହୁରୀ, ଫରେଷ୍ଟ ଗାର୍ଡ ଧନେଶ୍ଵର ଭୁଜବଳ, ସରପଞ୍ଚ ବିନୋଦ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟ ଧୀରେନ୍ଦ୍ର ସାମନ୍ତରାୟ, ସାଧନ କେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ମହାପାତ୍ର, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତ ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ।

ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟାଙ୍କ ସହ ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦାସ, ଭାସ୍କର ସ୍ବାଇଁ, କଳ୍ପନା ଜେନା, ବିଦ୍ୟାଳୟର ସବୁଜ ବାହିନୀର ସଦସ୍ୟ ଏବଂ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜେ ନିଜେ ଗୋଟିଏ ଗଛ ଲଗାଇଥିଲେ।