Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୁଇ ଅଭିଯୁକ୍ତ ସହିତ ୨୪କେଜି ଗଞ୍ଜେଇ ଜବତ  

ସମୀକ୍ଷା ବ୍ୟୁରୋ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନାଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି। ପାଟପୁର ନିକଟବର୍ତ୍ତୀ ସୁମନ୍ତପୁର ମୁଖ୍ୟରାସ୍ତାରେ ଏକ ସ୍କୁଟି(ନଂ-ଓଡି-୦୭ ଡବ୍ଲୁ୭୯୭୭) ଗାଡ଼ିରେ ଯାଉଥିବା ବେଳେ ଅଟକାଇ ଯାଞ୍ଚ କରିବା ସମୟରେ ଏକ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣାଙ୍କ ଉପସ୍ଥିତିରେ ୨୪କେଜି ଗଞ୍ଜେଇ ଜବତ କରାଯାଇଥିଲା। ଧରାପଡିଥିବା ଦୁଇ ଅଭିଯୁକ୍ତ ହେଲେ ସିଙ୍ଗିପୁର କାଳୁପାତ୍ର ସାହିର ମଙ୍ଗଳା ଚରଣ ସାହୁ ଓ ଡେଙ୍ଗାଓସ୍ତା ଖଜୁରୀପଦା ସାହିର ଶିବରାମ ସାହୁ। ଏନେଇ ପୋଲିସ ଦ୍ବାରା ୨୪/୨୦ ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।