Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରେମ ନିବେଦନ କରି ବିଫଳ ହେବାରୁ ଆକ୍ରମଣ ଅଭିଯୋଗ: ଝିଅ ଗୁରୁତର, ମାଆ ମୃତ

ଭବାନୀପାଟଣା: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛି ଯୁବକ। ଯୁବତୀଙ୍କ ମାଆ ଝିଅକୁ ବଂଚାଇବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତର ଛୁରାଘାତରେ ପ୍ରାଣ ହରାଇଛନ୍ତି। ଗତକାଲି ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଂଟା ଗ୍ରାମରେ।

ଯୁବତୀ ଜଣକ ପୋଖରୀରୁ ଗାଧୋଇ ସାରି ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଘଟଣାରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଯୁବତୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ କେସିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି। ଏକ ତରଫା ପ୍ରେମ କରି ବିଫଳ ହେବାରୁ ଉତ୍ୟେକ୍ତ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚାଞ୍ଚଲ୍ୟକର ହତ୍ୟାକାଣ୍ଡ, ପୁଅ ନ ହେବାରୁ ଚାରି ଝିଅଙ୍କ ଗଳା କାଟି କଲା ହତ୍ୟା

ହରିୟାଣା, ରାଜ୍ୟର ମେବାତ ଜିଲ୍ଲାର ପିପୋରିଲ ଗ୍ରାମରେ ଏକ ଅଭୁତ ଘଟଣା ଘଟିଯାଇଛି। ଏହି ଗ୍ରାମର ଜଣେ ମହିଳା ତାଙ୍କର 4ଟି ଅଜ୍ଞାନ ଶିଶୁକୁ ଗଳାକାଟି ହତ୍ୟା କରିଛି। ପିଲାମାନେ ଘରେ ରାତିରେ ଶୋଇଥିବା ବେଳେ ମା ଏପରି ଜଘନ୍ୟ କାଣ୍ଡ କରିଛି। ମୃତ ଶିଶୁମାନେ ହେଲେ ସାତ ବର୍ଷ ବୟସର ମୁସ୍କାନ, 4 ବର୍ଷ ବୟସର ମିସ୍କିନା, 3 ବର୍ଷିୟ ଅଲଫିସା ଏବଂ ଚାରି ମାସର ଅର୍ବିନା। ପୋଲିସ ଶିଶୁମାନଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଏହି ଘଟଣାକୁ ନେଇ ପୁରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘଟଣାରୁ ଜଣାପଡିଛି ଯେ ରାଜ୍ୟର ମେବାତ ଜିଲ୍ଲାର ପିପୋରିଲ ଗ୍ରାମର ମହିଳା ଫର୍ମିନା 4ଟି ଝିଅ ଜନ୍ମ କରିଥିଲେ। ମୁଖ୍ୟତଃ ପୁଅ ହେବା ଆଶାରେ ସେ ରହିଥିଲେ ମଧ୍ୟ ପୁଅ ହୋଇ ନ ଥିଲା। ପାଖ ପଡୋଶୀ ବିଭିନ୍ନ ସମୟରେ ଫର୍ମିନାଙ୍କୁ 4 ଝିଅଙ୍କୁ ନେଇ କେମିତି ସଂସାର କରିବେ ବୋଲି ସମାଲୋଚନା କରନ୍ତି। ଥଟ୍ଟା ମଧ୍ୟ କରନ୍ତି। ସେସବୁ ନେଇ ଫର୍ମିନା ସବୁବେଳେ ଚିନ୍ତାରେ ରହିଥିଲା।

ଗୋଟିଏ ପଟେ ପୁଅ ନ ହେବା ଚିନ୍ତା, ଅନ୍ୟପଟେ 4 ଝିଅଙ୍କୁ ନେଇ ବଞ୍ଚିବା ଚିନ୍ତାରେ ସେ ପାଗଳି ହୋଇଯାଇଥିଲେ। ଫଳରେ ସେ ଗୋଟିଏ ରାତିରେ 4 ଶିଶୁକୁ ହତ୍ୟା କରିଥିଲେ। ସକାଳା ତାଙ୍କ ସ୍ବାମୀ ଫର୍ସିଦା ଯେତେବେଳେ ଘର ଭିରେ ରକ୍ତ ଭାସୁଛି ଦେଖି ତାଟକା ହୋଇଯାଇଥିଲେ। ପରେ ହତ୍ୟା ଘଟଣା ଚାରିଆଡେ ପ୍ରଘଟ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହିତ ମହିଳାଙ୍କୁ ଗିରଫ କରିଛି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ଚାଞ୍ଚଲ୍ୟ: ଗୋଟିଏ ପରିବାରର ଚାରିଜଣଙ୍କୁ ଗଳାକାଟି ହତ୍ୟା

ପାଟନା, ଗୋଟିଏ ପରିବାରର 4 ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବିହାରର ନାଳନ୍ଦା ଜିଲ୍ଲା ପାରବଲପୁର ଅଞ୍ଚଳରେ ଘଟିଛି। ଗୋଟିଏ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ସେଠାକାର ପଡୋଶୀ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ଭିତରପଟୁ କବାଟ ବନ୍ଦ ଥିବାର ଦେଖିବାକୁ ମିଳିଥିଲା। କବାଟ ବାଡାଇବାରେ କେହି ନ ଖୋଲିବାରୁ ପୋଲିସ ତାହାକୁ ଭାଙ୍ଗି ଭିତରେ ପଶିଥିଲା। ଭିତରେ ଚଟାଣ ଉପରେ ଚାରୋଟି ମୃତ ଶରୀର ପଡିଥିବାର ଦେଖିବାକୁ ପାଇଥିଲା। ସମସ୍ତଙ୍କର ଗଳାରେ କଟା ଚିହ୍ନ ରହିଥିଲା।

ଅନୁସନ୍ଧାନ ପରେ ସେମାନଙ୍କ ପରିଚୟ ମିଳିଥିଲା। ଜଣେ ହେଉଛନ୍ତି ନେହା କୁମାରୀ ଯାହାଙ୍କ ବୟସ 41 ବର୍ଷ, ଆଉ ଜଣେ ରବି କୁମାର ଯାହାଙ୍କ ବୟସ 46 ହେବ। ସେହିପରି ଆହାନ କୁମାର ଯାହାଙ୍କ ବୟସ 14 ଏବଂ ଜେନି କୁମାରୀ ବୟସ 17 ହେବ। ଏମାନେ ସମସ୍ତେ ସଂପର୍କୀୟରେ ସ୍ବାମୀ ସ୍ତ୍ରୀ ଏବଂ ଭଇ ଭଉଣୀ ବୋଲି ଜଣାପଡିଥିଲା। ନେହା କୁମାରୀ ପାରବଲପୁର ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ । ଶବଗୁଡିକରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ସହ ପଚିଯାଇଥିଲା। ପୋଲିସ ଶବଗୁଡିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ରବି କୁମାରଙ୍କ ବାପା ରାଜେନ୍ଦ୍ର ପାଶୱାନ କହିଛନ୍ତି ଯେ, ସେ ତାଙ୍କ ପୁଅଙ୍କୁ ବହୁଦିନ ଧରି ମୋବାଇଲରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ତାଙ୍କର ମୋବାଇଲ ସୁଇଚ ଅଫ ରହିଥିଲା ବୋଲି ସେ ପୋଲିସଙ୍କୁ କହିଛନ୍ତି।

ନାଳନ୍ଦା ଏସପି ନୀଳେଶ କୁମାର କହିଛନ୍ତି ଏହି ହତ୍ୟାକାଣ୍ଡ ଉପରେ ତଦନ୍ତ ଚାଲିଛି। ଖୁବଶିଘ୍ର ହତ୍ୟାକାରୀଙ୍କୁ ଧରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ ନେଇ ନାବାଳିକାକୁ ଗଳା କାଟି ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟଚାଲାଣ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାପାଇଁ ଜଣେ ୫ ବର୍ଷର ଶିଶୁର ଗଳାକାଟି ହତ୍ୟା ଉଦ୍ୟମ ହୋଇଥିବା ଜୁନାଗଡ ଥାନାରେ ଅଭିଯୋଗ ହୋଇଛି ।

ଘଟଣାରୁ ପ୍ରକାଶ ଯେ, ଜୁନାଗଡ ଥାନାର ମାଳଗୁଣ୍ଡ ଗ୍ରାମର ଦଶରଥ ରଣା ଓ ତାଙ୍କ ସ୍ତ୍ରୀ ଲଳିତା ରଣାଙ୍କ ସହିତ ସେହି ଗ୍ରାମର ରାମଲାଲ ରଣାଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଦଶରଥ ରଣାଙ୍କ ୫ବର୍ଷୀୟ ଝୀଅ ହେମାଙ୍ଗୀନି ନିଜ ଘର ନିକଟରେ ଖେଳୁଥିଲେ । ସୁଯୋଗ ଦେଖି ରାମଲାଲ  ସେଠାକୁ ଯାଇ ଝିଅ ହେମାଙ୍ଗୀନିକୁ ପାଖକୁ ଡାକି ଧାରୁଆ ଛୁରୀରେ ତାର ବେକକୁ କାଟି ଦେଇଥିଲା । ଝିଅଟି ଚିତ୍କାର କରିବାରୁ ରାମଲାଲ ସେଠାରୁ ଫେରାର ହୋଇଯାଇଥିଲା ।

ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ପ୍ରଥମେ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିବାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବାନୀପାଟଣା ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏନେଇ ପରିବାର ପକ୍ଷରୁ ଜୁନାଗଡ ଥାନାରେ ଏତଲା ଦେବାପରେ ଜୁନାଗଡ ଥାନା କେଶ ନଂ.୨୭୦/୨୦୨୦ ଦଫା ୩୨୬,୩୦୭ ରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ କରାଯାଉଥିବା ଜୁନାଗଡ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ରାମଲାଲ ରଣାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।