Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ନକଲି ମୋବାଇଲ ଜବତ କଲା ଟାଉନ ଥାନା ପୋଲିସ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଦୁଇ ଜଣ ନକଲି କମ୍ପାନୀ ମୋବାଇଲ ବିକ୍ରେତାଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ନକଲି ବ୍ରାଣ୍ଡ ମୋବାଇଲ ଜବତ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ନାମୀ ଦାମୀ ବ୍ରାଣ୍ଡ କମ୍ପାନୀ ନାମରେ ନକଲି ମୋବାଇଲ ବିକ୍ରି ବଢ଼ୁଥିବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଏସଡ଼ିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଗତକାଲି ରାତିରେ ଖୋର୍ଦ୍ଧା ସ୍ଥିତ ସ୍ପୁନ ଲଜରେ ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।

ତେବେ ଚଢ଼ାଉ ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଉକ୍ତ ଲଜରୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ମଧ୍ୟପ୍ରଦେଶ ଖଣ୍ଡୱା ଜିଲ୍ଲା ଅନ୍ତର୍ଗତ କିଲୋଡ଼ ଥାନା ଅଞ୍ଚଳର ପପୁ ଚୌହାନ (୩୨) ଏବଂ ଦିଲ୍ଲୀପ ଯାଦବ (୧୯)। ସେମାନଙ୍କ ନିକଟରୁ ପୋଲିସ ଦୁଇ ଗୋଟି ମଟରସାଇକେଲ, ୨୮ ଗୋଟି ନକଲି ଓପୋ ବ୍ରାଣ୍ଡର ମୋବାଇଲ ଫୋନ, ୪ ଗୋଟି ଏମଆଇ ପାୱାର ବ୍ୟାଙ୍କ ଏବଂ ରସିଦ ବହି ଜବତ କରିଛି। ଉକ୍ତ ଅଭିଯୁକ୍ତ ମାନେ ବହୁ ଦିନ ହେଲା ଖୋର୍ଦ୍ଧା ଅଞ୍ଚଳରେ ରହି ଜନସାଧାରଣଙ୍କୁ ଅସଲି ବ୍ରାଣ୍ଡ ନାମରେ କମ ଦାମରେ ନକଲି ମୋବାଇଲ ବିକ୍ରି କରି ଠକିଆସୁଥିଲେ। ସେହିପରି ଭାବେ ଏମାନେ ଏକାଧିକ ଅଞ୍ଚଳରେ ଏହି ଭଳି ଭାବେ ଠକାମୀ କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ଗତିବିଧି ଦେଇଥିବାର ପୋଲିସ କହିଛି। ତେବେ ଏମାନଙ୍କ ବିଷୟରେ ଅଧିକ ତଥ୍ୟ ପୋଲିସ ଛାନଭିନ କରୁଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ କେସ ନମ୍ବର ୪୮୮/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉ ରେ ଆଇଆଇସି ଙ୍କ ସମେତ ଏସଆଈ ବିଜୟ କେତନ ବେହେରା, ସ୍ଵାଗତିକା ଦାସ, ସସ୍ମିତା ବେହେରା, ମନୋଜ ଦାସ, ଏଏସଆଇ ଅକ୍ଷୟ ସେଠି, ପ୍ରଦୀପ ପ୍ରଧାନ ଏବଂ ଅନ୍ୟମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ପୂର୍ବରୁ ୧୧ ଜଣଙ୍କୁ ଗିରଫ କଲା କୋଲକାତା ପୋଲିସ

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ନିକଟରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି।

ପୋଲିସର ସୂଚନାନୁସାରେ, ବେଆଇନ ଭାବେ ଟିକେଟ୍ ବିକ୍ରି ଅଭିଯୋଗରେ ଷ୍ଟାଡିୟମ ନିକଟରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ମ୍ୟାଚ୍‌ର ୬୦ ଟି ଟିକେଟ ଅତ୍ୟଧିକ ମୂଲ୍ୟରେ ବିକ୍ରି ହୋଇଥିଲା, ଯାହା ଗିରଫ ବ୍ୟକ୍ତିଙ୍କଠାରୁ ମିଳିଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡାକଡି ଥିଲା ଏବଂ ଟିକେଟ୍ ବ୍ଲାକ କରୁଥିବା ଏହି ଅଭିଯୁକ୍ତମାନଙ୍କୁ ପୋଲିସ ସତର୍କତା ଅବଲମ୍ବନ କରିଥିଲା।