ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ପୂର୍ବରୁ ୧୧ ଜଣଙ୍କୁ ଗିରଫ କଲା କୋଲକାତା ପୋଲିସ

Published: Nov 21, 2021, 7:54 pm IST

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ନିକଟରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି।

ପୋଲିସର ସୂଚନାନୁସାରେ, ବେଆଇନ ଭାବେ ଟିକେଟ୍ ବିକ୍ରି ଅଭିଯୋଗରେ ଷ୍ଟାଡିୟମ ନିକଟରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ମ୍ୟାଚ୍‌ର ୬୦ ଟି ଟିକେଟ ଅତ୍ୟଧିକ ମୂଲ୍ୟରେ ବିକ୍ରି ହୋଇଥିଲା, ଯାହା ଗିରଫ ବ୍ୟକ୍ତିଙ୍କଠାରୁ ମିଳିଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡାକଡି ଥିଲା ଏବଂ ଟିକେଟ୍ ବ୍ଲାକ କରୁଥିବା ଏହି ଅଭିଯୁକ୍ତମାନଙ୍କୁ ପୋଲିସ ସତର୍କତା ଅବଲମ୍ବନ କରିଥିଲା।

Related posts