Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧିବଦ୍ଧ ଭାବେ ସିଏଜି ଦାୟିତ୍ବ ନେଲେ ଗିରିଶ ମୁର୍ମୁ, ପ୍ରଥମେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ବରିଷ୍ଠ ଆଇଏଏସ ତଥା ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ମୁର୍ମୁ ଆଜି ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତି ଭବନରେ ଶପଥପାଠ କରିବା ପରେ ସିଏଜି ଅଫିସକୁ ଦାୟିତ୍ବ ଗ୍ରହଣ କରିବା ପାଇଁ ଆସିଥିଲେ। ତେବେ ମୁର୍ମୁ ଅଫିସ ଭିତରକୁ ଯିବା ପୂର୍ବରୁ କ୍ୟାମ୍ପସରେ ଥିବା ମହାତ୍ମା ଗାନ୍ଧୀ ଏବଂ ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।

ଗିରିଶ ହେଉଛନ୍ତି ପ୍ରଥମ ଓଡିଆ ଯେ କି ଏପରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ମୟୁରଭଂଜରେ ଜନ୍ମିତ ଗିରିଶ ହେଉଛନ୍ତି ଗୁଜୁରାଟ କ୍ୟାଡର ଆଇଏଏସ। ଏହା ପୂର୍ବରୁ ସେ ନୂଆ କରି କରାଯାଇଥିବା ଜମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ।