Categories
ଆଜିର ଖବର ଜାତୀୟ ଖବର

ଢାକାରେ ଜରୁରୀକାଳୀନ ଅବତରଣ କଲା ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ବାଂଲାଦେଶର ରାଜଧାନୀ ଢକାରେ ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ନମ୍ବର 6E 5319 ମୁମ୍ବାଇରୁ ଗୁଆହାଟୀ ଯିବାକୁ ଥିଲା, କିନ୍ତୁ ଗୁଆହାଟୀରେ ଘନ କୁହୁଡି ହେତୁ ବିମାନ ସେଠାରେ ଅବତରଣ କରି ପାରିନଥିଲା। ବିମାନଟି ଢାକା ବିମାନବନ୍ଦରରେ ଅବତରଣ କରିଥିଲା। ବିଶେଷ କଥା ହେଉଛି ଏହି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ପାଖରେ ପାସପୋର୍ଟ ନାହିଁ। ଏଭଳି ପରିସ୍ଥିତିରେ ଢକା ବିମାନବନ୍ଦରରେ ଠିଆ ହୋଇଥିବା ବିମାନ ଭିତରେ ସମସ୍ତ ଯାତ୍ରୀ ବସିଛନ୍ତି।

ମୁମ୍ବାଇର ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁରଜ ସିଂ ଠାକୁର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି ଯେ, ମୁମ୍ବାଇରୁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ବର୍ତ୍ତମାନ ଢକାରେ ଅବତରଣ କରିଛି।

ସେ ଆହୁରି ଲେଖିଛନ୍ତି ଯେ, ମୁଁ ମୁମ୍ବାଇରୁ ଗୁଆହାଟୀ ପର୍ଯ୍ୟନ୍ତ IndiGo6E ବିମାନ ନମ୍ବର 6E 5319 ରେ ଯାତ୍ରା କରିଥିଲି। କିନ୍ତୁ ଘନ କୁହୁଡି ଯୋଗୁଁ ବିମାନଟି ଗୁଆହାଟୀରେ ଅବତରଣ କରିପାରିଲା ନାହିଁ। ଗୁଆହାଟି ବଦଳରେ ଏହାକୁ ଢାକାରେ ଅବତରଣ କରାଯାଇଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ବିମାନରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କାହାର ପାସପୋର୍ଟ ନାହିଁ। ଏବଂ ସମସ୍ତେ ପାସପୋର୍ଟ ବିନା ଢାକା ବିମାନବନ୍ଦରରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗୁଆହାଟି: ବିଦ୍ରୋହୀ ଶିବସେନା ବିଧାୟକ ହୋଟେଲ ସମ୍ମୁଖରେ ଟିଏମସିର ବିରୋଧ ପ୍ରଦର୍ଶନ

ଗୁଆହାଟୀ: ଟିଏମସି ବର୍ତ୍ତମାନ ମହାରାଷ୍ଟ୍ର ରାଜନୈତିକ ଅସ୍ଥିରତାରେ ପ୍ରବେଶ କରିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ରହୁଥିବା ଗୁଆହାଟୀରେ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟକ ତୃଣମୂଳ କଂଗ୍ରେସ କର୍ମୀ ହୋଟେଲ ବାହାରେ ଏକତ୍ରିତ ହୋଇ ବିଜେପି ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଛନ୍ତି। ସେମାନେ କହିଛନ୍ତି ଯେ, ବିଧାୟକଙ୍କ ଘୋଡା ବେପାର ବନ୍ଦ କରାଯିବା ଉଚିତ୍। ପୋଲିସ ସେମାନଙ୍କୁ ଅଟକ ରଖିଛି। ଆସାମ ତୃଣମୂଳ କଂଗ୍ରେସ ସଭାପତି ରିପୁନ ବୋରାଙ୍କ ନେତୃତ୍ୱରେ ଏହି ବିରୋଧ କରାଯାଇଛି।

ଏହି ପ୍ରତିବାଦରେ ସମ୍ପୃକ୍ତ ଟିଏମସି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ଆସାମର ବିଜେପି ସରକାର ଏହାର ସମସ୍ତ ସମ୍ବଳକୁ ମହାରାଷ୍ଟ୍ରର ଉଦ୍ଧବ ଠାକୁରଙ୍କୁ ଭାଙ୍ଗିବା ପାଇଁ ବ୍ୟବହାର କରୁଛନ୍ତି।

ତୃଣମୂଳ କଂଗ୍ରେସ ନେତାମାନେ କହିଛନ୍ତି ଯେ, ଗୋଟିଏ ପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି ଏବଂ ଅନ୍ୟ ପଟେ ସରକାର ଏହି ରାଜନୈତିକ ଅସ୍ଥିରତା ସହ ଜଡିତ ଅଛନ୍ତି।