Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଚିଲିକା ନିର୍ବାଚନମଣ୍ଡଳୀର ସାତ ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ଦ୍ଵିତୀୟ ପର୍ଯ୍ୟାୟ  କଟ୍‌ ଅଫ୍‌ ମାର୍କ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ଦ୍ଵିତୀୟ  ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ । ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମୁଦାୟ 7 ଗୋଟି ଯୁକ୍ତ ଦୁଇ ଜୁନିଅର କଲେଜର ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟ  କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି l ଆସନ୍ତୁ ଜାଣିବା କେଉଁ କଲେଜ ରେ କେତେ ରହିଛି କଟ୍‌ ଅଫ୍‌ ମାର୍କ  l  ଉଭୟ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଟ୍‌ଅଫ୍‌ ମାର୍କ ପ୍ରକାଶିତ ହୋଇଛି । ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ବର୍ଗଙ୍କ ପାଇଁ କେତେ କଟ୍‌ଅଫ୍‌ ମାର୍କ ରଖାଯାଇଛି ।

ସାଧାରଣ ବର୍ଗ

  1. ଗୋଦାବରୀଶ ଜୁନିଅର କଲେଜ, ବାଣପୁର

କଳା- 39.00%, ବିଜ୍ଞାନ -33.50%, ବାଣିଜ୍ୟ – 33% (ସାଧାରଣ ବର୍ଗ), କଳା- 33.00%, ବିଜ୍ଞାନ -41.67%  ( ଅନୁସୂଚିତ ଜନଜାତି), କଳା – 33.00%, ବିଜ୍ଞାନ – 41.00% (ଅନୁସୂଚିତ ଜାତି)

  1. ବାଲୁଗାଁ ଜୁନିଅର କଲେଜ, ବାଲୁଗାଁ

କଳା – 38.50%, ବିଜ୍ଞାନ – 33% (ସାଧାରଣ ବର୍ଗ),  କଳା – 39.17% ( ଅନୁସୂଚିତ ଜନଜାତି ), କଳା – 33.33% (ଅନୁସୂଚିତ ଜାତି)

3.ନାଚୁଣୀ ଜୁନିଅର କଲେଜ, ନାଚୁଣୀ

କଳା – 36.83%, ବିଜ୍ଞାନ – 47.33% (ସାଧାରଣ ବର୍ଗ),  କଳା- 33.83% (ଅନୁସୂଚିତ ଜନଜାତି ), 33.00% (ଅନୁସୂଚିତ ଜାତି), ବିଜ୍ଞାନ – 45.00% (ଅନୁସୂଚିତ ଜାତି)

4.ପର୍ଶୁରାମ ଜୁନିଅର କଲେଜ, ଗମ୍ଭାରୀମୁଣ୍ଡା

କଳା -36.50% (ସାଧାରଣ ବର୍ଗ), କଳା – 33.00% (ଅନୁସୂଚିତ ଜାତି ଓ ଜନଜାତି)

5.ପଞ୍ଚୁପଲି ଭୀମ ବଳବନ୍ତରାୟ ଜୁନିଅର କଲେଜ, ଆଙ୍କୁଲା

କଳା – 35.33% (ସାଧାରଣ ବର୍ଗ),  କଳା – 33.00% ( ଅନୁସୂଚିତ ଜାତି)

6.ଗ୍ରାମୀଣ ମହିଳା ଜୁନିଅର କଲେଜ, ବାଣପୁର

କଳା – 37.14% (ସାଧାରଣ ବର୍ଗ), କଳା – 33.00% ( ଅନୁସୂଚିତ ଜାତି ଓ ଜନଜାତି),

7.କାଳିଜାଇ ଜୁନିଅର କଲେଜ, ବାଲୁଗାଁ

କଳା – 33.00%

ବିଜ୍ଞାନ – 45.00%

ସୂଚନାଥାଉ କି  ଆସନ୍ତା 6 ତାରିଖରୁ 8 ତାରିଖ ଯାଏଁ  ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ  ନାମଲେଖା ଚାଲିବ ।

Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାସୁମନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ସତ୍ୟବାଦୀର ସାରସ୍ବତ ସାଧକ ଉତ୍କଳର ବରପୁତ୍ର ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୪ ତମଶ୍ରାଦ୍ଧ ଦିବସ ତଥା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ। କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲେ ମଧ୍ୟ ନିରାଡମ୍ବର ଭାବରେ ଏହା ପାଳିତ ହୋଇଛି। ପ୍ରଭାତରେ ମହାବିଦ୍ୟାଳୟ ପୁଷ୍କରିଣୀରେ ତିଳ ତର୍ପଣ ପୂର୍ବକ ସ୍ବର୍ଗତ ପଣ୍ଡିତ ମିଶ୍ରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିବାବେଳେ ପରିସରରେ ଥିବା ପଣ୍ଡିତ ମିଶ୍ରଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ, ପ୍ରଶାସନିକ ଅଧିକାରୀ ଡ. ପ୍ରମୋଦ କୁମାର ପାଢୀ, ମୁଖ୍ୟ କିରାଣୀ ଶ୍ରୀ ଦୁର୍ଯ୍ୟୋଧନ ସାହୁ, କ୍ୟାପେଟନ୍‌ ଗୁରୁ କିଶୋର ନାୟକ, ପ୍ରାଧ୍ୟାପକ ପ୍ରଭାତ କୁମାର ହୋତା, ଶ୍ରୀ ଚିତ୍ତରଞ୍ଜନ ବେହେରା, ଡ. ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ଅମୂଲ୍ୟ ମାଳି, ମନୋଜ ପରିମାଣିକ, ପ୍ରଭାତ ମାର୍ଥା ଏବଂ କେତେଜଣ ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ମହାବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।

କରୋନା କଟକଣା କୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଏବଂ କର୍ମଚାରୀ ମାନେ ସାମାଜିକ ଦୂରତ୍ୱ ରକ୍ଷା କରି ମାସ୍କ ପରିଧାନ କରି ଆଜିର ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଥିଲେ। ସୂଚନାଥାଉ କି ପିଢ଼ି ପରେ ପିଢ଼ି ଆମ ରାଜ୍ୟ ତଥା ଦେଶ ବିଦେଶକୁ ଶହ ଶହ ସୁନାମଧନ୍ୟ ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପ୍ରଦାନ କରିଆସୁଥିବା ଓଡ଼ିଶାର ଏହି ବହୁ ପୁରାତନ ଓ ପ୍ରତିଷ୍ଠିତ ମହାବିଦ୍ୟାଳୟ ଆଗାମୀ ଦୁଇ ବର୍ଷ ପରେ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଅଛି।

Categories
ଆଜିର ଖବର ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଓଡ଼ିଆ ଓ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଗତ ଦୁଇ ତାରିଖରେ ପଦାର୍ଥ ବିଜ୍ଞାନ ଓ ଓଡ଼ିଆ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗ ତରଫରୁ ଆୟୋଜିତ ହୋଇଥିବା ବନ୍ଧୁମିଳନ ସମାବେଶକୁ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ରୀ ଡ. ଶର୍ମିଷ୍ଠା ମହାପାତ୍ର। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ଉତ୍ସବରେ ଓଡ଼ିଆ ବିଭାଗର ପୁରାତନ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ଶୁଭାକାଂକ୍ଷୀ ଛୋଟରାୟ, ଡ. ଶ୍ରୀଜୟା ଦାସ, ହରପ୍ରିୟା ପଣ୍ଡା  ଓ ସୁବାସିନୀ ଦେଈ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ସ୍ବାଗତ ଭାଷଣ ପ୍ରଦାନକରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିବିଧ ନାଟକର ଦୃଶ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଲୁମିନି କର୍ମକର୍ତ୍ତା ମନୋନୟନ କରାଯାଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଓଡ଼ିଆ ବିଭାଗର ଅଧ୍ୟାପକ ଚିତ୍ତରଂଜନ ବେହେରା, ଅଧ୍ୟାପିକା ତୃପ୍ତିରାଣୀ ସ୍ବାଇଁ, ଅଧ୍ୟାପକ ଯଯାତି କେଶରୀ ବଡଜେନା ପ୍ରମୁଖ ସହଯୋଗ କରିଥିଲେ।

ସେହିପରି ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପି.ସି. ରାଜ୍‌ ଏବଂ ଅନ୍ୟତମ ଅତିଥି ଭାବରେ ପୂର୍ବତନ ପଦାର୍ଥ ବିଜ୍ଞାନ ପ୍ରଫେସର ଗୋକୁଳି ଚରଣ ପଣ୍ଡା ଯୋଗଦେଇଥିଲେ। ଏହି ସଭାକୁ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବ ପ୍ରସାଦ ନାୟକ। ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ପୁରତାନ ଛାତ୍ରଛାତ୍ରୀ ନିଜର ପାଠ ପଢାସମୟରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ପୁରାତନ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଏକ ପୁରାତନ ବିଦ୍ୟାର୍ଥୀ ସଂଘ ଗଠନ କରାଯାଇଥିଲା। ଏହି ସଂଘର ସଭାପତି ଭାବରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ କୁମାର ଦାଶଙ୍କୁ ନିର୍ବାଚିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରଠାରେ ଆମ ଓଡ଼ିଶା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ

ବାଣପୁର, ୨୧/୧୨ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟଠାରେ ଆମଓଡିଶା ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୪୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତଦାନ ଶିବିରରେ ପ୍ରାୟ ୪୧ଜଣ ରକ୍ତଦାନ କରିଥିବାବେଳେ ଏମାନଙ୍କ ମଧ୍ୟରେ ୨୦ଜଣ ଛାତ୍ରୀ ରହିଥିଲେ। ଏହି ରକ୍ତଦାନ ଶିବିରକୁ  ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବପ୍ରସାଦ ନାୟକ ଉଦ୍‌ଘାଟନ କରିଥିବାବେଳେ ରାଜନୀତି ବିଜ୍ଞାନର ମୁଖ୍ୟ ପ୍ରଫେସର ବନମାଳୀ ବେହେରା ପ୍ରଥମେ ରକ୍ତଦାନ କରିଥିଲେ। ଏହି ଶିବିରକୁ ପରିଚାଳନା କରିଥିଲେ ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ସଂଗ୍ରାମ କେଶରୀ ସମାନ୍ତରାୟ ଏବଂ  ସମ୍ବାଦର ବାଣପୁର ପ୍ରତିନିଧି ସୁନୀଲ୍‌ କୁମାର ସୁବୁଦ୍ଧି ଓ ଚିିଲିକାର ସମ୍ବାଦ ପ୍ରତିନିଧି ପ୍ରଦୋଷ ଦାସ।

ମହାବିଦ୍ୟାଳୟ ସ୍କାଉଟ୍‌ସ ଓ ଗାଇଡସ୍‌ର ରୋଭର୍‌ ଲିଡର ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମାତା ଓ ରେଞ୍ଜର ଲିଡର ଅଧ୍ୟାପିକା ନିହାରବାଳା ରାଉତ, ରେଡକ୍ରସର ଜିଲ୍ଲା ସଂଯୋଜକ ପ୍ରଫେସର ଲକ୍ଷ୍ମୀ ନାରାୟଣ ମିଶ୍ର, ରେଡକ୍ରସ୍‌ର ଉପଦେଷ୍ଟା ଅଧ୍ୟାପକ ସୁଜିତ୍‌ କୁମାର ପାଣ୍ଡେ, ଏନ୍‌ସିସି ଅଫିସର ଲେପ୍ଟନାଣ୍ଟ୍‌ ଗୁରୁପ୍ରସାଦ ନାୟକ ପ୍ରମୁଖ ଏହି ଶିବିରର ତତ୍ତ୍ବାବଧାରକ ରହିଥିଲେ। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାଗିରଥୀ ସେଠୀ, ଖୋର୍ଦ୍ଧା ବ୍ଲଡ୍‌ ବ୍ୟାଙ୍କର ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ବାଇଁ, ଅନୀତା ନାୟକ, ରଶ୍ମିରଞ୍ଜନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରକୁ ସହଯୋଗ କରିଥିଲେ ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଲକ୍ଷ୍ମୀ ମହାରଣା, ରାଜଶ୍ରୀ ପ୍ରଧାନ, ଦୀପକ କୁମାର ବେହେରା, ନୃସିଂହ ପ୍ରସାଦ ମହାପାତ୍ର, ସନ୍ତୋଷ ପ୍ରଧାନ ଏବଂ ବାଣପୁର ମହାବିଦ୍ୟାଳୟର ଏନ୍‌ସିସି, ରେଡକ୍ରସ୍‌ ଓ ସ୍କାଉଟ୍‌ ଗାଇଡସ୍‌ ବିଭାଗ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

 

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନର ସ୍ମାରକୀ ସମାରୋହ

ସମୀକ୍ଷା ବ୍ୟୁରୋ

ବାଣପୁର, ୮/୧୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ସାରା ଭାରତରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ୧୯୨୭ ଡିସେମ୍ବର ୮ ତାରିଖରେ ପଣ୍ଡିତ ଗୋଦାବରୀଶ ମିଶ୍ର, ତତ୍‌କାଳୀନ ବିହାର – ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ଅନୁରୋଧରେ ବାଣପୁର ଆସିଥିଲେ। ସେ ପଣ୍ଡିତ ଗୋଦାବରୀଶଙ୍କ ବାଣପୁର ହାତୀମୁଣ୍ଡା ଆଶ୍ରମରେ ରହଣି କରିଥିଲେ। ସେଦିନ ସନ୍ଧ୍ୟାରେ ବାଣପୁର ଜନସାଧାରଣଙ୍କୁ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫିରିଙ୍ଗି ସରକାର ବିରୋଧରେ ସ୍ବାଧୀନତା ଆନ୍ଦୋଳନ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ।

ଗାନ୍ଧିଙ୍କ ସ୍ମୃତିକୁ ମନେପକାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ତଥା ପ୍ରାକ୍ତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ରହିଥିଲେ। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ, ବାଣପୁର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବାଣପୁର ଏନ୍‌ଏସିର ପ୍ରାକ୍ତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ବାଣପୁର ଏନ୍‌ସିର ପ୍ରାକ୍ତନ ଉପାଧ୍ୟକ୍ଷ ଦାଶରଥୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ ଅତିଥିମାନଙ୍କୁ ସ୍ଵାଗତ କରିଥିବାବେଳେ ଗୋଦାବରୀଶ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତେବେ ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଏହି କାର୍ଯ୍ୟକ୍ରମଟି ସକାଳ ୧୦.୩୦ ମିନିଟ୍‌ରେ ହେବାକୁ ଧାର୍ଯ୍ୟ ରହିଥିବାବେଳେ ଏହା ୧.୩୦ ମିନିଟ୍‌ରେ ଆରମ୍ଭ କରାଯାଇଥିଲା।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ