Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରଠାରେ ଆମ ଓଡ଼ିଶା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବାଣପୁରଠାରେ ଆମ ଓଡ଼ିଶା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର, ୨୧/୧୨ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟଠାରେ ଆମଓଡିଶା ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୪୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତଦାନ ଶିବିରରେ ପ୍ରାୟ ୪୧ଜଣ ରକ୍ତଦାନ କରିଥିବାବେଳେ ଏମାନଙ୍କ ମଧ୍ୟରେ ୨୦ଜଣ ଛାତ୍ରୀ ରହିଥିଲେ। ଏହି ରକ୍ତଦାନ ଶିବିରକୁ  ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବପ୍ରସାଦ ନାୟକ ଉଦ୍‌ଘାଟନ କରିଥିବାବେଳେ ରାଜନୀତି ବିଜ୍ଞାନର ମୁଖ୍ୟ ପ୍ରଫେସର ବନମାଳୀ ବେହେରା ପ୍ରଥମେ ରକ୍ତଦାନ କରିଥିଲେ। ଏହି ଶିବିରକୁ ପରିଚାଳନା କରିଥିଲେ ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ସଂଗ୍ରାମ କେଶରୀ ସମାନ୍ତରାୟ ଏବଂ  ସମ୍ବାଦର ବାଣପୁର ପ୍ରତିନିଧି ସୁନୀଲ୍‌ କୁମାର ସୁବୁଦ୍ଧି ଓ ଚିିଲିକାର ସମ୍ବାଦ ପ୍ରତିନିଧି ପ୍ରଦୋଷ ଦାସ।

ମହାବିଦ୍ୟାଳୟ ସ୍କାଉଟ୍‌ସ ଓ ଗାଇଡସ୍‌ର ରୋଭର୍‌ ଲିଡର ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମାତା ଓ ରେଞ୍ଜର ଲିଡର ଅଧ୍ୟାପିକା ନିହାରବାଳା ରାଉତ, ରେଡକ୍ରସର ଜିଲ୍ଲା ସଂଯୋଜକ ପ୍ରଫେସର ଲକ୍ଷ୍ମୀ ନାରାୟଣ ମିଶ୍ର, ରେଡକ୍ରସ୍‌ର ଉପଦେଷ୍ଟା ଅଧ୍ୟାପକ ସୁଜିତ୍‌ କୁମାର ପାଣ୍ଡେ, ଏନ୍‌ସିସି ଅଫିସର ଲେପ୍ଟନାଣ୍ଟ୍‌ ଗୁରୁପ୍ରସାଦ ନାୟକ ପ୍ରମୁଖ ଏହି ଶିବିରର ତତ୍ତ୍ବାବଧାରକ ରହିଥିଲେ। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାଗିରଥୀ ସେଠୀ, ଖୋର୍ଦ୍ଧା ବ୍ଲଡ୍‌ ବ୍ୟାଙ୍କର ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ବାଇଁ, ଅନୀତା ନାୟକ, ରଶ୍ମିରଞ୍ଜନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରକୁ ସହଯୋଗ କରିଥିଲେ ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଲକ୍ଷ୍ମୀ ମହାରଣା, ରାଜଶ୍ରୀ ପ୍ରଧାନ, ଦୀପକ କୁମାର ବେହେରା, ନୃସିଂହ ପ୍ରସାଦ ମହାପାତ୍ର, ସନ୍ତୋଷ ପ୍ରଧାନ ଏବଂ ବାଣପୁର ମହାବିଦ୍ୟାଳୟର ଏନ୍‌ସିସି, ରେଡକ୍ରସ୍‌ ଓ ସ୍କାଉଟ୍‌ ଗାଇଡସ୍‌ ବିଭାଗ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

 

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର ରକ୍ତଦାନ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.