Categories
ଆଜିର ଖବର ରାଜ୍ୟ ଖବର

ଜମିବାଡି ପାଇଁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : 6 ଗୁରୁତର

କେନ୍ଦ୍ରାପଡା : ସମ୍ପତ୍ତି ପାଇଁ ଏଠି ରକ୍ତର ସମ୍ପର୍କ ତୁଚ୍ଛ । ସମ୍ପତ୍ତି ପାଇଁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବାର ସୂଚନା ରହିଛି । ଏଭଳି ଏକ ଘଟଣା କେନ୍ଦ୍ରାପଡା ପାଟକୁରା ଥାନା ଶାସନିପଡା ଗ୍ରାମରେ ଘଟିଥିବାର ସୂଚନା ରହିଛି । ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି । ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି 6ଜଣ ଗୁରୁତର ହୋଇଛନ୍ତି । ପାଟକୁରା ଥାନା ଶାସନିପଡା ଗ୍ରାମରେ ଏପରି ଏକ ଅଭାବନୀୟ କାଣ୍ଡ ଘଟିଛି । ଏହି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଆକ୍ରମଣ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ଦୁଇ ଅତି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ପରିବାର ମଧ୍ୟରେ ସଂଘର୍ଷ : ଜଣେ ମୃତ

ଆଠଗଡ : ଜମି ବିବାଦକୁ କେନ୍ଦ୍ର କରି 2 ପରିବାର ମଧ୍ୟରେ ସଂଘର୍ଷ  ହୋଇଛି । ଖୁଣ୍ଟିଣୀ ଥାନା ଧୁରୁସିଆ ଗାଁରେ ବିଳମ୍ବିତ ରାତ୍ରିରେ ଏହି ଗଣ୍ଡଗୋଳ ଘଟିଥିବାର ସୂଚନା ରହିଛି ।  ଗୋଟିଏ ପରିବାରର ଠେଙ୍ଗା ମାଡରେ ଅନ୍ୟ ଏକ ପରିବାରର ଜଣେ ମୃତ ହୋଇଥିବାର ସୂଚନା ମିଳିଛି । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ପକ୍ଷରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଠେଙ୍ଗା ମାଡରେ ଉଭୟ ପକ୍ଷରୁ 4 ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଆଠଗଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ଖୁଣ୍ଟୁଣୀ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ 

ଭୁବନେଶ୍ବର : କଂଗ୍ରେସ ଭବନରେ ମଙ୍ଗଳବାର  ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନୁଯୁକ୍ତିକୁ  ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ସ୍ମୃତିଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଦେଇଥିଲେ । ଏହାପରେ ସ୍ମୃତିଙ୍କ ସମର୍ଥକ ମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଏହାକୁ ନେଇ ସ୍ମୃତିଙ୍କ ସମର୍ଥକ ଏବଂ ବିରୋଧି ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଯାହାଫଳରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଗୋଷ୍ଠୀ ସଂଘର୍ଷ : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସମୀକ୍ଷା ବ୍ୟୁରୋ

ରାୟଗଡା : ଗୋଷ୍ଠୀ ସଂଘର୍ଷ ପରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, ଏବେ ଛକାପଞ୍ଝା ଲାଗି ରହିଥିବାବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।  ଯୁବକଙ୍କୁ ଅପହରଣ ପରେ ଏକ ଆପାର୍ଟେମଣ୍ଟରେ ରଖି ନିସ୍ତୁକ ଛେଚିଲେ । ଯୁବକଙ୍କ ବାଇକ୍‌ ଭାଙ୍ଗିବା ସହ ତିନିଜଣ ନିର୍ଧୂମ୍‌ ପିଟିଛନ୍ତି ।  ଟାଉନ୍‌ ଥାନା ରୟତକଲୋନୀ ପାଖରେ ଏକ ଘରେ ରଖି ନିସ୍ତୁକ ମାଡ ମାରିଛନ୍ତି। ଗୁରୁତର ଯୁବକ ଜଣକ ଏବେ ରାୟଗଡ଼ା ମେଡ଼ିକାଲରେ ଚିକିତ୍ସାଧୀନ  ରହିଛନ୍ତି ।