ଦୁଇ ପରିବାର ମଧ୍ୟରେ ସଂଘର୍ଷ : ଜଣେ ମୃତ

Published: Jul 25, 2020, 8:06 am IST

ଆଠଗଡ : ଜମି ବିବାଦକୁ କେନ୍ଦ୍ର କରି 2 ପରିବାର ମଧ୍ୟରେ ସଂଘର୍ଷ  ହୋଇଛି । ଖୁଣ୍ଟିଣୀ ଥାନା ଧୁରୁସିଆ ଗାଁରେ ବିଳମ୍ବିତ ରାତ୍ରିରେ ଏହି ଗଣ୍ଡଗୋଳ ଘଟିଥିବାର ସୂଚନା ରହିଛି ।  ଗୋଟିଏ ପରିବାରର ଠେଙ୍ଗା ମାଡରେ ଅନ୍ୟ ଏକ ପରିବାରର ଜଣେ ମୃତ ହୋଇଥିବାର ସୂଚନା ମିଳିଛି । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ପକ୍ଷରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଠେଙ୍ଗା ମାଡରେ ଉଭୟ ପକ୍ଷରୁ 4 ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଆଠଗଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ଖୁଣ୍ଟୁଣୀ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts