Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାନ ରେଙ୍ଗାଲିରେ ହତ୍ୟାକାଣ୍ଡ: ଜମିବାଡି ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲେ ଦୁଇ ଭାଇ

କନ୍ଦର୍ପ ବେହେରା

ରେଢାଖୋଲ: ଜମି ବାଡି ବିବାଦକୁ ନେଇ ରେଢାଖୋଲ ଥାନା ସାନ ରେଙ୍ଗାଲିରେ ସାନ ଭାଇକୁ ଦୁଇ ଭାଇ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଖବର ପୋଲିସ୍ କହିଛି। ମୃତକ ଜଣଙ୍କ ସଞ୍ଜୟ ମୁଣ୍ଡା ବୋଲି ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କଦଳିଗଡ ପଂଚାୟତର ସାନ ରେଙ୍ଗାଲି ଗ୍ରାମର ସଞ୍ଜୟ ମୁଣ୍ଡା, ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଗାଁ ଠାରୁ କିଛି ଦୂରରେ ଥିବା ଜଙ୍ଗଲ ପାଖରେ ଘର କରି ରୁହନ୍ତି। ତିନି ଭାଇ ମଧ୍ୟରେ ଦୀର୍ଘ ଦିନ ହେଲା ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ଗତ କାଲି ରାତିରେ ମଧ୍ୟ ତିନି ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହି ଗଣ୍ଡଗୋଳ ଶେଷରେ ଉଗ୍ରରୂପ ନେଇଥିଲା। ସାନ ଭାଇ ସଞ୍ଜୟ ମୁଣ୍ଡାକୁ ତାର ବଡ ଭାଇ ସିଉ ମୁଣ୍ଡା ଏବଂ ଆନନ୍ଦ ମୁଣ୍ଡା ଏକ ଠେଙ୍ଗାରେ ପିଟିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମୃତକର ୧୫ ବର୍ଷର ପୁଅ ଏବଂ ଦିବ୍ୟାଙ୍ଗ ସ୍ତ୍ରୀକୁ ମଧ୍ୟ ଦୁଇ ଭାଇ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିକଟସ୍ଥ ଜଙ୍ଗଲକୁ ଜୀବନ ରକ୍ଷା କରି ପଳାଇ ଯାଇଥିଲେ। ଯା’ ଫଳରେ ମାଆ ଓ ପୁଅ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।

ମୃତକର ଘର ଜଙ୍ଗଲ ଭିତରେ ଥିବାରୁ କେହି ବି ଜାଣି ପାରି ନ ଥିଲେ। ଘଟଣାଟି ରାତି ପାଖା ପାଖି ୧୧ ଟାରେ ଘଟିଥିବା ଅନୁମାନ କରିଛି ପୋଲିସ୍। ଆଜି ସକାଳୁ ସକାଳୁ ପୋଲିସ୍ ଖବର ପାଇ ହତ୍ୟାକାଣ୍ଡ ସ୍ଥଳକୁୁ ଯାଇ ତଦନ୍ତ କରୁଛି। ହତ୍ୟାକାରୀ ଦୁଇ ଭାଇକୁ ପୋଲିସ୍ ଅଟକ ରଖିଛି।

ଘଟଣା ସ୍ଥଳକୁ ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ, ଏସ୍‌ଆଇ ଈଶ୍ୱର ନାଏକ ପହଂଚି ଦତନ୍ତ କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜମିବାଡ଼ି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ: ଜଣେ ଯୁବକ ମୃତ

କନ୍ଦର୍ପ ବେହରା
ରେଢ଼ାଖୋଲ: ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୁବକ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡଇଁଚା ପଂଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ,ଆଜି ରାତି ୮ଟା ୩୦ ମିନିଟରେ ରେଢ଼ାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ନିଲୁ ସାହୁ (୨୮ବର୍ଷ )ଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା। ଉକ୍ତ ଆକ୍ରମଣରେ ନିଲୁଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଜମିବାଡି ବିବାଦରୁ ଟ୍ରିପଲ୍‌ ମର୍ଡର : ଟାଙ୍କିଆରେ ହାଣି ହତ୍ୟା କଲା ପଡୋଶୀ

କୁଚିଣ୍ଡା : ମହୁଲପାଲି ଥାନା ନପଡା ଗାଁରେ ଟ୍ରିପଲ୍‌ ମର୍ଡର ହୋଇଛି । ଜମିବାଡି ବିବାଦରୁ ଟ୍ରିପଲ୍‌ ମର୍ଡର ହୋଇଥିବାର ସୂଚନା ମିଳିଛି । ଜମିବାଡି ବିବାଦରୁ ଟାଙ୍କିଆରେ ହାଣି ହତ୍ୟା କରିଛି ପଡୋଶୀ ।ଟାଙ୍ଗିଆ ଚୋଟରେ ମାଆ, ଝିଅ ଓ ଜ୍ବାଇଁଙ୍କ ମୃତ୍ୟୁ ହୋଇଛି ।  ବିଲରେ ଜ୍ବାଇଁଙ୍କ ମୃତଦେହ ପଡିଥିବାବେଳେ ମା’ ଓ ଝିଅଙ୍କର ମୃତଦେହ ଘରେ ପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଜମିବାଡି ପାଇଁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ : 6 ଗୁରୁତର

କେନ୍ଦ୍ରାପଡା : ସମ୍ପତ୍ତି ପାଇଁ ଏଠି ରକ୍ତର ସମ୍ପର୍କ ତୁଚ୍ଛ । ସମ୍ପତ୍ତି ପାଇଁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବାର ସୂଚନା ରହିଛି । ଏଭଳି ଏକ ଘଟଣା କେନ୍ଦ୍ରାପଡା ପାଟକୁରା ଥାନା ଶାସନିପଡା ଗ୍ରାମରେ ଘଟିଥିବାର ସୂଚନା ରହିଛି । ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି । ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି 6ଜଣ ଗୁରୁତର ହୋଇଛନ୍ତି । ପାଟକୁରା ଥାନା ଶାସନିପଡା ଗ୍ରାମରେ ଏପରି ଏକ ଅଭାବନୀୟ କାଣ୍ଡ ଘଟିଛି । ଏହି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଆକ୍ରମଣ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ଦୁଇ ଅତି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ପରିବାର ମଧ୍ୟରେ ସଂଘର୍ଷ : ଜଣେ ମୃତ

ଆଠଗଡ : ଜମି ବିବାଦକୁ କେନ୍ଦ୍ର କରି 2 ପରିବାର ମଧ୍ୟରେ ସଂଘର୍ଷ  ହୋଇଛି । ଖୁଣ୍ଟିଣୀ ଥାନା ଧୁରୁସିଆ ଗାଁରେ ବିଳମ୍ବିତ ରାତ୍ରିରେ ଏହି ଗଣ୍ଡଗୋଳ ଘଟିଥିବାର ସୂଚନା ରହିଛି ।  ଗୋଟିଏ ପରିବାରର ଠେଙ୍ଗା ମାଡରେ ଅନ୍ୟ ଏକ ପରିବାରର ଜଣେ ମୃତ ହୋଇଥିବାର ସୂଚନା ମିଳିଛି । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ପକ୍ଷରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଠେଙ୍ଗା ମାଡରେ ଉଭୟ ପକ୍ଷରୁ 4 ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଆଠଗଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ଖୁଣ୍ଟୁଣୀ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ସାବତ ମାଆକୁ ତଣ୍ଟିଚିପି ହତ୍ୟା କଲା ପୁଅ

ନବରଙ୍ଗପୁର :  ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଏଠି ତୁଚ୍ଛ ପାଲଟି ଯାଉଛି । ସାମାନ୍ୟ ଜମିବାଡି ବିବାଦକୁ ନେଇ ସାବତ ମା’କୁ ହତ୍ୟା କରିଛି ପୁଅ । ଏହିପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଗାଦବଗୁଡା ସାହିରେ ଘଟିଛି । ସାବତ ମା’କୁ ତଣ୍ଟିଚିପି ହତ୍ୟା କରିଛି ନୃଶଂସ ପୁଅ । ଘରବାଡି ବିବାଦରୁ ନବରଙ୍ଗପୁର ଟାଉନ୍‌ ଗାଦବାଗୁଡା ସାହିରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି ।  ତେବେ  ଅଭିଯୁକ୍ତ ପୁଅକୁ ନବରଙ୍ଗପୁର ଟାଉନ୍‌ ଥାନାରେ ଅଟକ ରଖାଯାଇ ଏହି ଘଟଣା ସମ୍ପର୍କରେ ପଚରାଉଚୁରା ଚାଲିଛି ।